Press "Enter" to skip to content

Ollywood ଜାଣନ୍ତୁ ରିଲିଜ୍ ହୋଇନଥିବା Mihir Dasଙ୍କ ଏହି ଫିଲ୍ମ ବିଷୟରେ

ମିହିର ଦାସ କେବଳ ନାଁ ହିଁ ଯଥେଷ୍ଟ ।ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ତାଙ୍କୁ ନିଜର ପରିବାରର ଲୋକ ବୋଲି ଭାବି ନେଇଥିଲେ । ନାୟକ ଚରିତ୍ରରୁ ଆରମ୍ଭ କରି ଖାଲନାୟକ ପର୍ଯ୍ୟନ୍ତ ସବୁ ଚରିତ୍ରରେ ସେ କରିପାରୁଥିଲେ ଜୀବନ୍ତ ଅଭିନୟ । ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ସେ ଥିଲେ ଜଣେ ମାଇଲ ଖୁଣ୍ଟ । ଖାଲି ମନୋରଞ୍ଜନ ଚଳଚ୍ଚିତ୍ର ନୁହେଁ ଅନେକ କଳାତ୍ମକ ସିନେମାରେ ତାଙ୍କର ନିଖୁଣ ଅଭିନୟ ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିଲା । ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ ଦ ଟ୍ରଙ୍କ ଅଫ ଗଣେଶାର କାହାଣୀକୁ ନେଇ ପ୍ରଖ୍ୟାତ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ମାଟିର ବନ୍ଧନ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମିହିର ଦାସ । କଟକ ସହରର ପରିବେଶକୁ ସଠିକ୍ ଭାବରେ ଏହି ସିନେମାରେ ପ୍ରଦର୍ଶିତ କରାଯାଇଥିଲା ।
କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନକୁ ନେଇ ଏହି ସିନେମାଟି ଖୁବ୍ ସୁନ୍ଦର ଭାବେ ତିଆରି କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୁକ୍ତିଲାଭ କରାଯାଇନାହିଁ । ଏହି ସିନେମାଟିକୁ ଲୋକଲୋଚନକୁ ଆଣିବା ପାଇଁ ମିହିର ଦାସ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କର ଦସ୍ତଖତ ନେଇ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ ।

ଏହା ସହ ନିଜ ପ୍ରଚେଷ୍ଠାରେ ଏହାକୁ ମୁକ୍ତିଲାଭ କରିବା ପାଇଁ କୋର୍ଟରେ ମୋକଦ୍ଦମା ମଧ୍ୟ କରିଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରକୁ ଲୋକ ଲୋଚନକୁ ଆଣିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରି ନଥିଲେ ।

ଏକଥା ମିହିର ଦାସ କହିଥିଲେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଅଭିନୀତ ସିନେମା ହେଉଛି ‘ମାଟିର ବନ୍ଧନ’ । ଜଣେ ଭଲ କଳାକାର କେବେବି ନିଜର ଅଭିନୟରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଆଉ ମିହିର ଦାସଙ୍କ ଭଳି ଅଭିନେତା ଯଦି ଏଭଳି ମନ୍ତବ୍ୟ ଦେଇଛନ୍ତି ତେବେ ନିଶ୍ଚିତ ଭାବେ ଏହା ଏକ ବହୁତ ବଡ କଥା । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ ସିନେମାର ପ୍ରଯୋଜକ ଆଇନର ଜାଲରେ ଛନ୍ଦି ହୋଇ ଯାଇଥିବାରୁ ଏହି ଫିଲ୍ମଟି ଓଡ଼ିଶାରେ ମୁକ୍ତିଲାଭ କରି ପାରିନଥିଲା । ଏହି ଚଳଚ୍ଚିତ୍ରଟି ସିନ ସିୟର ହେବା ପୂର୍ବରୁ ମୁମ୍ବାଇ ଚଳଚ୍ଚିତ୍ର ଉତ୍ସବ ଏବଂ ବ୍ୟାଙ୍ଗଲୋର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ଅନେକ ଦର୍ଶକୀୟ ଅଦବଧି ମଧ୍ୟ ଲାଭ କରିଥିଲା ।

ତାଙ୍କରି ସ୍ମୃତିକୁ, ତାଙ୍କରି ଇଚ୍ଛାକୁ ଉଜ୍ଜୀବିତ କରି ରଖିବା ପାଇଁ ସରକାର ମାଟିର ବନ୍ଧନ ଚଳଚ୍ଚିତ୍ରକୁ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବା ପାଇଁ ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଦାବି କରାଯାଉଛି । କାରଣ ସେ ବଞ୍ଚିଥିବା ବେଳେ ଓ ପରଲୋକ ବେଳେ ଓଡ଼ିଶାର ଲୋକ ତାଙ୍କୁ କେତେ ଭଲ ପାଆନ୍ତି ସେକଥା ସ୍ପଷ୍ଟ ହୋଇଯାଇଛି ।

ତାଙ୍କର ଅବର୍ତ୍ତମାନରେ ଆଜି ସାରା ରାଜ୍ୟରେ ଶୋକାକୁଳ ପରିବେଶ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି । ଯଦି ତାଙ୍କ ବରିଷ୍ଠ ଅଭିନୟର ଆଉ ଏକ ଦିଗକୁ ଦେଖାଯାଆନ୍ତା ଓ ‘ମାଟିର ବନ୍ଧନ’ ସିନେମାକୁ ନେଇ ଏକ ଅନନ୍ୟ କୃତିକୁ ଦର୍ଶକଙ୍କ ନିକଟରେ ପହଞ୍ଚା ଯାଇ ପାରନ୍ତା ତାହେଲେ ତାହା ହୁଅନ୍ତା ମିହିର ଦାସଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧଞ୍ଜଳି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.