ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା କମେଡିଆନ ପ୍ରଜ୍ଞା ଖଟୁଆ। ତାଙ୍କ ଗାର୍ଲଫ୍ରେଣ୍ଡ ସୁନନ୍ଦାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ପ୍ରଜ୍ଞା। ଗତକାଲି ରାତିରେ ଉଭୟଙ୍କର ନିର୍ବନ୍ଧ ହୋଇସାରିଛି। କରୋନା କଟକଣା ମାନି ଦୁଇଜଣ କେକ୍ କାଟି ନିର୍ବନ୍ଧକୁ ପାଳିଥିବା ଦେଖିବାକୁ ମିଳିଛି। ପ୍ରଜ୍ଞା ଏବଂ ସୁନନ୍ଦାଙ୍କୁ ଆପଣମାନେ ଅନେକ କମେଡି ଚଳଚ୍ଚିତ୍ର ଓ କମେଡି ଧାରାବାହିକରେ ଦେଖିଥିବେ। ସର୍ଟ କମେଡି ଭିଡିଓରେ ବେଶ୍ ନଜର ଆସନ୍ତି ପ୍ରଜ୍ଞା ଓ ସୁନନ୍ଦା।
ତେବେ ପ୍ରଜ୍ଞା ଓ ସୁନନ୍ଦା ଦୁହେଁ ଦୁହିଁଙ୍କୁ ବହୁଦିନ ଧରି ବେଶ୍ ଭଲ ପାଉଥିଲେ। ଶେଷରେ ଦୁହିଁଙ୍କ ଭଲ ପାଇବା ବିବାହରେ ପରିଣତ ହୋଇଛି। ତେବେ ଗତକାଲି ନିର୍ବନ୍ଧ ସରିଥିବାବେଳେ ଦୁଇଜଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।
ଉଭୟଙ୍କ ପରିବାର ଉପସ୍ଥିତିରେ ଦୁଇଜଣଙ୍କ ନିର୍ବନ୍ଧ ସରିଯାଇଛି। ଉଭୟ ବେଶ୍ ଖୁସମିଯାଜ୍ ଥିବା ଜଣାପଡିଛି। ଉଭୟଙ୍କ ପରିବାର ସହ କିଛି ନିକଟ ବନ୍ଧୁ ମଧ୍ୟ ନିର୍ବନ୍ଧରେ ଯୋଗ ଦେଇଥିଲେ। ପ୍ରଜ୍ଞାଙ୍କ ବଡ଼ଭାଇ ଶଙ୍କରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।
ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।
Be First to Comment