Press "Enter" to skip to content

Tapaswaniଙ୍କୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଡାକ୍ତର Sumit ଓ ଓକିଲ ବ୍ୟୋମକେଶ

ବ୍ରହ୍ମପୁରର ଚର୍ଚ୍ଚିତ ପାରିବାରିକ ବିବାଦ ଡାକ୍ତର ସୁମିତ ସାହୁ ଏବଂ ତପସ୍ଵିନୀଙ୍କ ବିବାଦ ପହଞ୍ଚିଛି ହାଇକୋର୍ଟରେ। ଏନେଇ ସୁମିତଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନୁଭବ ରହିବା ଆବଶ୍ୟକ। ଯଦି ସ୍ବାମୀ ସ୍ତ୍ରୀ ଝଗଡ଼ା ଲାଗିଛନ୍ତି ତାଙ୍କ ମଧ୍ୟରେ ତୃତୀୟ ଲୋକ ପଶିବା ଉଚିତ୍ ନୁହେଁ। ମନାନ୍ତର ମତାନ୍ତର ହୁଏତ କିଛି ଦିନ ମଧ୍ୟରେ ଠିକ୍ ହୋଇଯାଇପାରେ। ସେଥିପାଇଁ ଛଅ ମାସର କୁଲିଂ ପିରିଅଡ୍ ମଧ୍ୟ ରହିଛି। ତେବେ ସୁମିତ କହିଛନ୍ତି ଯେ ମୁଁ ମାନୁଛି ମୁଁ ତପସ୍ଵିନୀଙ୍କୁ ଭଲ ପାଇଛି ଓ ରେଜିଷ୍ଟ୍ରି ମ୍ୟାରେଜ୍ କରିଛି।

କିନ୍ତୁ ଏତେସବୁ ମଧ୍ୟରେ ମୋର ଓ ପରିବାରର ଯେଉଁ ଅବସ୍ଥା ହେଲା, ମାନ ସମ୍ମାନ ଇଜ୍ଜତ ହାନି ହେଲା, ଏସବୁ ଆଉ ଫେରିପାରିବନି। ପାରିବାରିକ ମାମଲା ଘରର ଚାରିକାନ୍ଥ ମଧ୍ୟରେ ରହିବା ଉଚିତ୍, ତାହା ଘର ବାହାରକୁ ଆସିବାକୁ ମୁଁ ନିନ୍ଦା କରେ। ଏତେସବୁ ହେଲାପରେ ମୋ ମାନସିକ ଅବସ୍ଥା ମଧ୍ୟ ଏତେ ଭଲ ନାହିଁ ଯେ ମୁଁ ଲୋକଙ୍କ ସାମ୍ନାକୁ ଆସି ବେଶି କିଛି କହିପାରିବି। ଆମେ ଆଗକୁ ମିଶି ପାରିବୁ କି ନାହିଁ ତାହା ସମୟ କହିବ। ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି ଯେ ମତେ ନ୍ୟାୟ ମିଳିବ। ମାନସିକ ଅବସ୍ଥା ଠିକ୍ ହେଲେ ମୁଁ ପୁଣି ରୋଗୀସେବାକୁ ଫେରିବି।

ଓକିଲ କହିଛନ୍ତି ପାରିବାରିକ ମାମଲାକୁ ଅଧିକ ପ୍ରଚାର ପ୍ରସାର କଲେ ଦିନକୁ ଦିନ ଘଟଣାଟି ବଢିବ। ପୂର୍ବରୁ ତପସ୍ଵିନୀ ସୁମିତଙ୍କ ସହ ନ ରହିବାପାଇଁ ୪୯୮ ମାମଲା କରିଥିଲେ କିନ୍ତୁ ଏବେ ପୁଣି ଆସି ସେଇଠି ରହିବାକୁ କହୁଛନ୍ତି। ଗୋଇଠା ମାରି ବିଷ୍ଣୁ କହିବାର ମାନେ କ’ଣ ରହିଲା। ସୁମିତଙ୍କ ଓକିଲ ହୋଇ ମୁଁ ଗର୍ବିତ କାରଣ ସେ ସମାଜରେ, ପରିବାରରେ ଓ ନିଜ ପ୍ରଫେସନରେ ବଦନାମ୍ ହେଲାପରେ ମଧ୍ୟ କହୁଛନ୍ତି ଆମେ ଏକାଠି ହୋଇପାରିବୁ। ଯେଉଁମାନେ ସୁମିତଙ୍କୁ ବଦନାମ୍ କରୁଛନ୍ତି ତାଙ୍କ ପାଇଁ ଏହା ଏକ ଶକ୍ତ ଚଟକଣା।

ପୁଅ ଝିଅ ମଧ୍ୟରେ ଝଗଡ଼ା ହେଲେ ପୁଅ ହିଁ କାହିଁକି ମେଣ୍ଟେନାନ୍ସ ଦବ? ୪୯୮ ମାମଲା ହୋଇଛି, ବିଚାର ହେବାପରେ ଝିଅ ହେଉ କିମ୍ବା ପୁଅ, ଯିଏ ଦୋଷୀ ବାହାରିବ ସେ ବିପକ୍ଷ ଦଳକୁ ପଇସା ଦବ। ନ୍ୟାୟାଳୟ ପୁଅ ମୁଣ୍ଡରେ ଲଦି ଦେଉଛନ୍ତି, ପୁଅ ବାହା ହେଇଛି ସେ ହିଁ ପଇସା ଦବ ଏହା ଭୁଲ୍। ଭାରତରେ ଏହି ମାମଲା ହିଁ ଉଦାହରଣ ହେବ। ପୁରୁଷମାନେ ଜାଗିଉଠ, ପୁଅଙ୍କ ମା ମାନେ ଜାଗିଉଠ, ଭାଇର ଭଉଣୀମାନେ ଜାଗିଉଠ। ଏମିତି ଏକ ସମୟ ପହଞ୍ଚିଛି, ସାରା ଭାରତର ଲୋକମାନେ ଗର୍ଜନ କରି କହିବେ ଯେ ପୁରୁଷମାନଙ୍କ ପାଇଁ ମଧ୍ୟ ଏକ ଫୋରମ ଦରକାର।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *