Press "Enter" to skip to content

Ollywood Updates ପୁଣି ଆଉ ଜଣେ କଳାକାରଙ୍କ ମୃ-ତ୍ୟୁ

କିଛି ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ଉପରେ ଦୁଃଖର ଭାର ଯେପରି ଛିଡି ପଡ଼ିଛି । ଅନେକ କଳାକାର ଆମକୁ ଛାଡି ଚାଲି ଗଲେଣି । ଏହି କିଛି ଦିନ ମଧ୍ୟରେ ମିହିର ଦାସଙ୍କ ମୃ-ତ୍ୟୁ ପରେ ଆଉ ଜଣେ କଳାକାରଙ୍କୁ ନେଇ ଆସିଛି ଦୁଃଖ ଖବର । ଲୋକେ ହରାଇଛନ୍ତି ପୁଣି ଥରେ ଆଉ ଜଣେ ମୂଲ୍ୟବାନ କଳାକାରଙ୍କୁ । କଳାକାର ନୁହେଁ ତ ସେ ଜଣେ ଅମୂଲ୍ୟ ରତ୍ନ । ଏଇ ଝୁମା ଝୁମା ଗୋଲାପି ବେଳ ଏବଂ ଅନେକ କିଛି ସୁପର ହିଟ୍ ଗୀତର ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ପଟ୍ଟନାୟକ ।

ଆଉ ୧୯୭୭ ମସିହାରେ ଅଭିମାନ କଥା ଚିତ୍ର ଜରିଆରୁ ଓଡ଼ିଆ କଥା ଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ତାଙ୍କର ବିୟୋଗ ହୋଇଯାଇଛି । ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ରଚିତ ଅଭିମାନ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଅଭିଳାଷ, ହାକିମ ବାବୁ, ମୋ ମନ ଖାଲି ତୋରି ପାଇଁ, ତୁମେ ହିଁ ସାଥି ମୋର, ଏ ସଂଘର୍ଷ ଭଳି ଚଳଚ୍ଚିତ୍ରରେ ନିଜର ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସରୋଜ ପଟ୍ଟନାୟକ ।

ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ଲୋକଙ୍କୁ ବେଶ୍ ପସନ୍ଦ ଆସେ । ତାଙ୍କ ନିର୍ଦ୍ଦେଶିତ ଗୀତର ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ ଯେ ଲୋକମାନେ ତାକୁ ମତୁଆଲା ହେଇକି ଶୁଣନ୍ତି । ୧୯୭୯ ମସିହା, ୧୯୮୫ ମସିହାରୁ ତାଙ୍କ ଗୀତ ସୁର ଆକାଶବାଣୀରେ ବାଜୁଥିଲା । ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନରେ ଜଣେ ସ୍ଵୀକୃତି ପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ । ଅଭିମାନ ଚଳଚ୍ଚିତ୍ରର ପ୍ରଯୋଜକ ଗଣେଶ ଚନ୍ଦ୍ର ଜୀଉ ତାଙ୍କୁ ପ୍ରଥମ ଥର ସୁଯୋଗ ଦେଇଥିଲେ ।

ଚଳଚ୍ଚିତ୍ରରେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଭାର ସମ୍ଭାଳି ଥିଲେ ଏବଂ ଅନେକ ସୁପରହିଟ ଗୀତ ଭେଟି ଦେଇଥିଲେ ସେ ସମୟରେ ଏହି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଜଣକ । ଲୋକମାନେ ଏବେବି ତାଙ୍କ ସଙ୍ଗୀତକୁ ମନେ ପକାଉଛନ୍ତି । ତେବେ ସରୋଜ ପଟ୍ଟନାୟକଙ୍କ ବିୟୋଗରେ ଆମେ ଏତିକି ପ୍ରାର୍ଥନା କରିବୁ ଭଗବାନ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.