Press "Enter" to skip to content

ରାସ୍ତା ମଝିରେ ଏଭଳି କାମ କଲେ ଜଣେ ମହିଳା Constable, ASC ଦେଲେ ଏହି ପ୍ରତିକ୍ରିୟା

ବିଚ୍ ରାସ୍ତାରେ ଯୁବକଙ୍କୁ ପ୍ୟାଣ୍ଟ୍ ସଫା କରିବାକୁ ବାଧ୍ୟ କଲେ ମହିଳା କନେଷ୍ଟବଳ। ଏହାପରେ ତାଙ୍କ ଗାଲକୁ ଢୋ ଢୋ କରି ମାରିଲେ। ସମସ୍ତଙ୍କ ଆଗରେ ଜଣେ ଯୁବକଙ୍କୁ ଚାପୁଡା ମାରିଲେ ମହିଳା କନେଷ୍ଟବଳ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। “ଓଟିଭି” ଖବର ଅନୁଯାୟୀ ମଧ୍ୟପ୍ରଦେଶର ଏହି ମହିଳା କନେଷ୍ଟବଳଜଣଙ୍କ ଯୁବକଙ୍କ ସହ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳା କନେଷ୍ଟବଳ ପ୍ରଥମେ ତାଙ୍କ ପ୍ୟାଣ୍ଟକୁ ଯୁବକଙ୍କ ଦ୍ଵାରା ସଫା କରାଉଛନ୍ତି। ଆଉ ପରେ ଯୁବକଜଣଙ୍କୁ ଚାପୁଡା ମାରୁଛନ୍ତି।

ରିବାର୍ ସିନମୋର୍ ଛକ ଅଞ୍ଚଳର ଏହି ଘଟଣା ବୋଲି କୁହାଯାଉଛି। ବାସ୍ତବରେ ଯୁବକଜଣଙ୍କ ତାଙ୍କ ବାଇକ୍ ହଟାଇବାବେଳେ ପାଖରେ ଛିଡ଼ା ହୋଇଥିବା ମହିଳା କନେଷ୍ଟବଳଙ୍କ ପ୍ୟାଣ୍ଟରେ ଟିକେ କାଦୁଅ ଲାଗିଯାଇଥିଲା। ପରେ ମହିଳା ପୋଲିସଜଣଙ୍କ ପ୍ୟାଣ୍ଟ୍ ମଇଳା ହୋଇଯାଇଥିବା ଦେଖି ରାଗି ପଞ୍ଚମ ହୋଇଥିଲେ। ଏହାପରେ ସେ ଯୁବକଜଣଙ୍କୁ ଅଟକାଇ ନିଜ ପ୍ୟାଣ୍ଟରୁ କାଦୁଅ ସଫା କରିବାକୁ ବାଧ୍ୟ କଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ପ୍ୟାଣ୍ଟ୍ ସଫା ହେବାପରେ ଯୁବକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରି ସେଠାରୁ ଚାଲିଯାଇଥିଲେ ମହିଳା କନେଷ୍ଟବଳ।

ଏହି ଘଟଣାକୁ ସେଠାରେ ଛିଡ଼ାହୋଇଥିବା ଜଣେ ବ୍ୟକ୍ତି ନିଜ କ୍ୟାମେରାରେ ରେକର୍ଡ କରିଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାପରେ ଉକ୍ତ ମହିଳା କନେଷ୍ଟବଳଙ୍କ ନାମ ଶଶିକଳା ବୋଲି ଜଣାପଡିଛି। ଶଶିକଳା ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସରେ ହୋମଗାର୍ଡ ରୂପେ କାମ କରନ୍ତି। ସେପଟେ ଏହି ଘଟଣାକୁ ନେଇ ଅତିରିକ୍ତ ଏସପିଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି “ଆମେ ଭିଡିଓଟିକୁ ଦେଖିଛୁ। ଏନେଇ ଯଦି କେହି ଅଭିଯୋଗ ଆଣନ୍ତି, ତେବେ ଆମେ ନିଶ୍ଚିତ ରୂପେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *