Press "Enter" to skip to content

Mihir Dasଙ୍କ ବିୟୋଗରେ ତାଙ୍କୁ ଝୁରୁଛନ୍ତି ଏବଂ କହୁଛନ୍ତି ଏମିତି ମାଲିକ ମୋତେ ସବୁ ଜନ୍ମରେ ମିଳନ୍ତୁ

ମିହିର ଦାସଙ୍କୁ ଝୁରୁଛି ସମ୍ପୂର୍ଣ୍ଣ ଓଡ଼ିଶା । ମିହିର ଦାସଙ୍କୁ ନେଇ ତାଙ୍କ ଘରେ ରହୁଥିବା ବା କାମ କରୁଥିବା ଲୋକ ଜଣକ ମିଡ଼ିଆ ଆଗରେ କହିଛନ୍ତି, ଖାଲି ଏ ଜନ୍ମରେ ନୁହଁ, ଦଶ ଦଶ ଜନ୍ମରେ ଏମିତି ମାଲିକ ମିଳନ୍ତୁ । ସବୁବେଳେ ଏମିତି ମାଲିକ ଆମକୁ ମିଳନ୍ତୁ । ସମସ୍ତ ସୁପୁତ୍ର ମାନଙ୍କୁ ଏହିଭଳି ବାପା ମଧ୍ୟ ମିଳନ୍ତୁ । ଆପଣ ଗୋଟିଏ କଥା ବିଚାର କରିବେ ସେ ଚାଲିଗଲା ଦିନ ବସୁଧା ବି ତାଙ୍କୁ ଝୁରିଲା । ସାରା ଦେଶରେ ୨ ଦିନ ଧରି ବର୍ଷା ଲାଗି ରହିଥିଲା । କଣ କହିବି ତାଙ୍କ ବିଷୟରେ । ସେ ତ ନିଜ ପିତା ଠାରୁ ମଧ୍ୟ ବଳି, ସେ ବାପ ସମାନ । ଆମମାନଙ୍କୁ ସେ ନିଜ ପୁଅ ଠାରୁ ବି ଅଧିକା କରିଥିଲେ ।

ତାଙ୍କର କଥାବାର୍ତ୍ତା, ଚାଲିଚଳଣରେ ଏବଂ କୌଣସି ଥିରେ ଆମେ ଦିନେ ଫିଲ କରିନାହୁଁ ଯେ ସେ ନିଜର ନୁହଁନ୍ତି ବୋଲି । ଆମେ ନ ଖାଇଲେ ସେ ଖାଆନ୍ତି ନାହିଁ । ଆମମାନଙ୍କୁ ନିଜ ପୁଅ ଠାରୁ କମ୍ କେବେ ସେ ଭାବନ୍ତି ନାହିଁ । ଏବଂ ପ୍ରତି ମୁହୂର୍ତ୍ତରେ ସେ ଆମକୁ ଭଲ ଶିକ୍ଷା ଦିଅନ୍ତି । କେମିତି କର୍ମ କରିବା, କେମିତି ବଞ୍ଚିବା ସେସବୁ ଶିକ୍ଷା ଦିଅନ୍ତି । ଆମେ ତାଙ୍କଠୁ ବହୁତ କିଛି ଶିକ୍ଷା ପାଇଛୁ । ଆମେ ଯଦି ଆଜି କଟକ ସହର ଦେଖିଛୁ ତାଙ୍କ ପାଇଁ । ସେ ଜଣେ ଦେବତା ତୁଲ୍ୟ ଲୋକ ଅଟନ୍ତି । ୨୦୧୧ ମସିହା ନଭେମ୍ବର ମାସ ୧୧ ତାରିଖ ସୋମବାର ଦିନ ମୁଁ ତାଙ୍କ ପାଖକୁ ଆସିଲି । ତାଙ୍କ ପାଖରେ ରହିଲା ପରେ ମୁଁ ନିଜ ଗାଁକୁ ଭୁଲି ଯାଇଛି । ମୁଁ ତାଙ୍କ ପାଇଁ ଏଇଠି ରହିଛି ଆଉ ରହିବି ବୋଧେ ।

ଭଗବାନ ଜଗନ୍ନାଥଙ୍କୁ ମୁଁ ପ୍ରାର୍ଥନା କରିବି ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ । ମୁଁ ଏଇଠି ଯେତିକି ଦିନ ରହିବି ତାଙ୍କର ବାକି ଥିବା କାମକୁ କରିବାର ମୋର ଭାରି ଇଚ୍ଛା । ଆଉ ସେ ତ ଛାଡ଼ି ଚାଲିଗଲେ ଆମକୁ । ସେ ଛାଡ଼ିକି ଯିବାପରେ ନା ଭୋକ ହେଉଛି, ନାଁ ଶୋଷ ହେଉଛି । ତାଙ୍କରି ପାଇଁ ଭୋକ, ଶୋଷ ସବୁ ହଜି ଯାଇଛି । ସାରା ଜୀବନ ଭଗବାନଙ୍କୁ ମନେ ରଖିଲା ଭଳି ଆମେ ତାଙ୍କୁ ରଖିବୁ । ସେ ସମସ୍ତଙ୍କୁ ତ ଭଲପାଇବା ଦେଇଛନ୍ତି ।ସବୁକିଛି ଆମେ ତାଙ୍କଠୁ ପାଇଛୁ । ସେ ଜଣେ ବହୁତ ଭଲ ଲୋକ ଥିଲେ ଆମେ ତାଙ୍କୁ ହରେଇକି ଜୀବନର ବହୁତ ବଡ କ୍ଷତି ହୋଇଛି । ସାରା ଓଡ଼ିଶାର ଆଉ ଦେଶର କ୍ଷତି ହୋଇଛି । ଏଭଳି ଦେବତା ତୁଲ୍ୟ ମାଲିକ ଆଉ ଜୀବନରେ ମିଳିବ ନାହିଁ । ୧୦, ୧୧ ବର୍ଷ ହେଲା ମୁଁ ତାଙ୍କ ପାଖରେ ରହିଲିନି ।

ଭୁଲ୍ ହେଲେ ସେ ରାଗନ୍ତି ପୁଣି କୋଳେଇ ନିଅନ୍ତି । ଆମକୁ ନିଜ ପାଖରେ ଶୋଆଇ ଦିଅନ୍ତି । ତାଙ୍କ ପୁଅମାନେ ଯାହା ଆମେ ମଧ୍ୟ ତାହା ଥିଲୁ । ସମସ୍ତଙ୍କୁ ସେ ଭଲ ପାଆନ୍ତି, ରାଗନ୍ତି ଆଉ ସ୍ନେହ ମଧ୍ୟ କରନ୍ତି । ନିଜେ ନ ଖାଇକି ଆମକୁ ମଧ୍ୟ ଖାଇବାକୁ ଦିଅନ୍ତି । ତାଙ୍କର ନୀତି ଆଦର୍ଶ ସକାଳୁ ଉଠି ଭଗବାନଙ୍କୁ ପ୍ରାର୍ଥନା କରିବା, କର୍ମ କରିବା । ସେ ସକାଳୁ ଉଠିକି ହସି ଦିଅନ୍ତି ଆଉ ଆମକୁ କୋଳେଇ ନିଅନ୍ତି ପଚାରି ଦିଅନ୍ତି ବାବୁ କଣ କରିବାରେ । ସେ ଭଲ ଥିଲା ବେଳେ ମୋତେ କହିଥିଲେ ଏହି ଘର ଛାଡ଼ିକି କୁଆଡେ ଯିବୁନିରେ । ତାଙ୍କ ପୁଅ ମାନେ ମଧ୍ୟ ବହୁତ ଭଲ । ଭାଉଜ ମଧ୍ୟ ବହୁତ ଭଲ । ମୁଁ ଏଇଠି ରହିବି । ସେ ସବୁକିଛି ଦେଇଛନ୍ତି ଆମକୁ । ଆମେ କଣ ଦେବୁ ଆମ ଭଲପାଇବା ଆଉ ଆର୍ଶୀବାଦ ତାଙ୍କ ସହିତ ଅଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *