Press "Enter" to skip to content

ଯୌତୁକ ସମ୍ପର୍କରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି Suprim Court

ବର୍ତ୍ତମାନ ସମୟରେ ଯୌତୁକର ପରିଭାଷା ବ୍ୟାପକ ହେବା ଉଚିତ୍। ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷକୁ ଯୌତୁକ ଭାବରେ ପରିଗଣିତ କରାଯିବ। ଜମିବାଡ଼ି, ସମ୍ପତ୍ତି, ସୁନାରୂପା, ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସଏନ୍ ଭୋପାନ୍ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଏକ ବେଞ୍ଝ ଏହି ରାୟ ଶୁଣାଇଛନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ଯେକୌଣସି ମୂଲଚାଲ ଯୌତୁକ ଶ୍ରେଣୀରେ ଅର୍ଥାତ୍ ଆଇପିଶି ଧାରା ୩୦୪ ବି ଓ ଆ-ତ୍ମ-ହ-ତ୍ୟା ପାଇଁ ଉଷ୍କାଇବା ଅପରାଧରେ ଅନ୍ତର୍ଭୁକ୍ତ ହେବ।

ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ମହିଳାଙ୍କ ଠାରୁ ଘର ନିର୍ମାଣ ପାଇଁ ଅଭିଯୁକ୍ତ ସ୍ବାମୀ ଓ ଶଶୁର ବାରମ୍ବାର ଟଙ୍କା ଦାବି କରୁଥିଲେ। ହେଲେ ମହିଳାଙ୍କ ପରିବାର ଲୋକେ ଟଙ୍କା ଦେବାପାଇଁ ସମର୍ଥ ନଥିଲେ ଓ ଦେଇପାରିନଥିଲେ। ଟଙ୍କା ପାଇଁ ମହିଳାଙ୍କୁ ଲଗାତାର ହଇରାଣ କରିବା ସହ ମା-ନ-ସି-କ ଓ ଶା-ରୀ-ରି-କ ନି-ର୍ଯା-ତ-ନା ଦିଆଯାଉଥିଲା। ଯେଉଁଥିପାଇଁ ମହିଳାଜଣଙ୍କ ଆ-ତ୍ମ-ହ-ତ୍ୟା କରିଥିଲେ। ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଶୁଣାଣି କରି କହିଥିଲେ ଯେ ଗୃହ ନିର୍ମାଣ ପାଇଁ ଟଙ୍କା ଦାବି କରାଯିବାକୁ ଯୌତୁକ ଭାବେ ଗ୍ରହଣ କରାଯିବ ନାହିଁ।

କିନ୍ତୁ ଏହି ରାୟକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଇନର ଉଦ୍ଦେଶ୍ୟ ପୁରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରାଯିବା ଉଚିତ୍। ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରିବା ଉଚିତ୍। ଯୌତୁକ ବିରୋଧୀ ଆଇନ୍ ମାମଲାରେ ଏହା ପ୍ରଯୁଜ୍ୟ ଅଟେ। କାରଣ ଆମ ସମାଜରେ ଯୌତୁକ ଜନିତ ଅପରାଧ ଥମୁନି। ଗଭୀର ଭାବରେ ଲୋକଙ୍କୁ ପ୍ରଭାବିତ କରୁଛି। ଶିକ୍ଷିତଙ୍କ ଠାରୁ ଆରମ୍ଭ କରି ଅପାଠୁଆ ସମସ୍ତେ ଯୌତୁକକୁ ଉପହାର ବୋଲି କହି ପାର୍ ପାଇବାକୁ ଚେଷ୍ଟା କରୁଥିବା କୋର୍ଟ କହିଛିି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *