Press "Enter" to skip to content

ପାରାଦୀପ ଢ଼ିଙ୍କିଆଠାରେ Police କଲା ନିର୍ଘାତ ଲାଠିମାଡ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି

ପୋଲିସର ଲାଠିମାଡ ପରେ ଖାଲି ହୋଇଛି ଢ଼ିଙ୍କିଆ ଗାଁ। ଭୟରେ ଗ୍ରାମରେ ତାଟି କବାଟ ପଡ଼ିଥିବା ବେଳେ ପୁରୁଷ ଶୁନ୍ୟ ହୋଇପଡ଼ିଛି ଗ୍ରାମ। ସୂଚନା ଅନୁସାରେ ପାନ ବରଜକୁ ଗ୍ରାମବାସୀ ଯିବାବେଳେ ପୋଲିସ ସହିତ ଉତ୍ତେଜନା ଦେଖାଦେଇଥିଲା। ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗ୍ରାମବାସୀ। ପୋଲିସ୍ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ କରିଥିଲା। ସୂଚନା ମୁତାବକ ପୂର୍ବରୁ ମଧ୍ୟ ଥରେ ପୋଲିସ ଗାଁରେ ପଶି ଗାଁ ଲୋକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା। ଏହା ପରେ ଗ୍ରାମବାସୀମାନେ ଗାଁ ଚାରିପଟେ ଫାଟକ ନିର୍ମାଣ କରିଥିଲେ।

ତେବେ ଦୀର୍ଘ ଦେଢ଼ ମାସ ହେବ ଗ୍ରାମବାସୀ ତାଙ୍କ ପାନ ବରଜ ଦେଖିନଥିଲେ। ଆଜି ସେମାନେ ପାନ ବରଜ ଦେଖିବାକୁ ଯିବାବେଳେ ପୋଲିସ ଗ୍ରାମବାସୀଙ୍କ ଉପରେ ଲାଠିମାଡ କରିଥିଲା। ଏଥିରେ ଅନେକ ଗ୍ରାମବାସୀ ଆହତ ହୋଇଛନ୍ତି। ଏମିତିକି ଜଣେ ଜଣେ ବ୍ୟକ୍ତିଙ୍କୁ ୨୦-୩୦ ପୋଲିସ କର୍ମଚାରୀ ମିଶି ମାରିଥିଲେ। ଯାହାଫଳରେ ଅନେକ ଗ୍ରାମବାସୀ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ। ଆହତଙ୍କ ମଧ୍ୟରେ ଅନେକ ବୃଦ୍ଧ, ମହିଳା ଓ ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି। ଛୋଟ ପିଲାମାନେ ଲହୁଲୁହାଣ ହୋଇ ପଡିରହିଛନ୍ତି ଏବଂ କାନ୍ଦୁଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *