Press "Enter" to skip to content

Mihir Dasଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିନେ ଅଭିନେତା Aksay Bastia

ମିହିର ଦାସଙ୍କ ବିୟୋଗ ପରେ ଅକ୍ଷୟ ବସ୍ତିଆ ପ୍ରତିକ୍ରିୟା ରଖି ମିଡ଼ିଆ ଆଗରେ କିଛି କହିଛନ୍ତି । ସେ କହିଛନ୍ତି, ମିହିର ଭାଇ ଆଉ ମୋର ସମ୍ପର୍କ ପାଖାପାଖି ୨୫ ବର୍ଷର । ମିହିର ଭାଇ ଓଡ଼ିଆ ସିନେମା ପାଇଁ ଏକ ଅନୁଷ୍ଠାନ । ଆଜି ଓଡ଼ିଆ ସିନେମା ଜଗତ ମିହିର ଦାସଙ୍କୁ ହରେଇଛି । ଏଇଟା ବହୁତ ଦୁଃଖର କଥା । ମୋ ପ୍ରଥମ ସିନେମା ମିହିର ଦାସଙ୍କ ସହିତ । ପାଖାପାଖି ୩୦ ଟା ସିନେମା ମୁଁ ତାଙ୍କ ସହିତ କରିଛି । ଅନେକ ସିରିଏଲ୍ ମଧ୍ୟ ତାଙ୍କ ସହିତ କରିଛି । ସେ କେବଳ ଜଣେ ଭଲ କଳାକାର ନଥିଲେ ସେ ଥିଲେ ଜଣେ ଭଲ ମଣିଷ । ସୁଟିଂ ସେଟରେ ସେ ସବୁବେଳେ ଆକ୍ଟିଭ ରହୁଥିଲେ ।

ଆଉ ସମସ୍ତଙ୍କୁ କହୁଥିଲେ ଆମେ ଯେତେଦିନ ଏହି ଲାଇନରେ ଅଛେ ମନ ଦେଇ କାମ କରିବା । ମୁଁ କେବେ ମିହିର ଭାଇଙ୍କୁ ରାଗିବାର ଦେଖିନି । ରାତି ୨ ଟା ବେଳେ ଯେଉଁ ଏନର୍ଜି ଥାଏ ମିହିର ଭାଇଙ୍କ ପାଖରେ ସେହି ଏନର୍ଜି ସକାଳ ୬ ରେ ମଧ୍ୟ ଥାଏ । ତାଙ୍କ ଠାରୁ କେବଳ ମୁଁ ନୁହେଁ ଅନେକ କଳାକାର ବହୁତ କଥା ଶିଖିଛନ୍ତି । ମିହିର ଭାଇ ତ ଆମ ପାଖରେ ନାହାଁନ୍ତି । ତାଙ୍କ ବିୟୋଗରେ ଆମେ ସମସ୍ତେ ମର୍ମାହତ ଦୁଃଖିତ । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି, ମିହିର ଭାଇଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆଉ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ । ଏହି ଘର ମିହିର ଭାଇଙ୍କ ଘରେ ଆମର ଅନେକ ସ୍ମୃତି ଅଛି ।

ମିହିର ଭାଇ ଉପରେ ଥାଇ ମଧ୍ୟ କହିଥିବେ ଯେ ଓଡ଼ିଆ କଳାକାର ଆଉ ଓଡ଼ିଆ ଚଳଚ୍ଚିତ୍ର ଜଗତ ଆହୁରି ଆଗକୁ ଯାଉ ଆଉ ଭଲରେ ଥାଉ । ମିହିର ଦାସ ମୋତେ ବହୁତ ଭଲ ପାଆନ୍ତି । ମୁଁ ଏଇଠି ସୁଟିଂ କରୁଥିଲି, ସେ ଭେଣ୍ଟିଲେଟର ଯିବା ପୂର୍ବରୁ ମୋତେ କହିଲେ ତୁ ଫାଙ୍କା ଅଛୁ ମୋ ଘରେ ସୁଟିଂ କରୁଛୁ । ଆଉ ଟିକେ ଆସୁନୁ ମୋ ପାଖକୁ । ମିହିର ଭାଇ ଏଇଠି ଭଡ଼ାରେ ରହୁଥିଲେ । ଯେଉଁ ଘରେ ସେ ବର୍ତ୍ତମାନ ରହୁଛନ୍ତି । ମୁଁ ଯାଉଥିଲି ମିହିର ଭାଇଙ୍କ ଘରକୁ । ମୁଁ ତାଙ୍କୁ ଦେଖି କହିଲି ଭାଇ ଆପଣ ବହୁତ ଝଡି ଗଲେଣି । ଦେହ ଆପଣଙ୍କର ଭଲ ରହୁନି, ଟ୍ରିଟମେଣ୍ଟ ଆପଣ ପ୍ରୋପଲରି ହେଉଛନ୍ତି ତ । ତାପରେ ମିହିର ଭାଇ କହିଲେ ମୋତେ କାହିଁ ଆଉ ଭଲ ଲାଗୁନିରେ ଅକ୍ଷୟ ।

ସବୁବେଳେ କେମିତି ଦେହଟା ଲାଗୁଛି । ଦିଦିନ ଭଲ ଲାଗିଲେ ଦିଦିନ ଭଲ ଲାଗୁନି । ବହୁତ ଭାଙ୍ଗି ପଡ଼ିଥିଲେ ଆଉ ମନ କଷ୍ଟ ମଧ୍ୟ କରୁଥିଲେ । ମୁଁ ଏହା ଦେଖି ଆଉ ଧାର୍ଯ୍ୟ ଧରି ପାରିଲିନି କାନ୍ଦି ପକାଇଥିଲି । ତାପରେ ମିହିର ଭାଇ କହିଲେ କାନ୍ଦେନାରେ ଭଗବାନଙ୍କୁ ଡାକେ ମୁଁ କେମିତି ଶୀଘ୍ର ସୁସ୍ଥ ହୋଇଯାଏ । ତାଙ୍କ ସହିତ ଶେଷ ଦେଖା ୬ ରୁ ୭ ମାସ ତଳେ ହୋଇଥିଲା ବୋଲି କହିଛନ୍ତି ଅକ୍ଷୟ । କାଲି ମୁଁ ଯାଇଥିଲି ସତୀ ଚଉରା ପାଖକୁ ନିଜକୁ ସମ୍ଭାଳି ପାରିଲିନି କାନ୍ଦି ପକାଇଲି ସେଠାରୁ ପଳେଇ ଆସିଲି ପୁଣି ଧର୍ଯ୍ୟ ଧରି ଗଲି ଆଉ ସେଠାରେ ଛିଡ଼ା ହେଲି । ମୁଁ ମିହିର ଭାଇଙ୍କ ସହିତ ଦିଲ୍ କରେ ଇଲୁ ଇଲୁ ଫିଲ୍ମରେ ଥାର୍ଡ ଜେଣ୍ଡରରେ ରୋଲ୍ କରୁଥିଲି ।

ସେହି ଫିଲ୍ମରେ ମୁଁ ତାଙ୍କ ପୁଅକୁ ଭଲ ପାଉଥିଲି ମୋତେ ତାଙ୍କ ଘରେ ବହୁତ ଭଲ ପାଉଥିଲେ ଯେତେବେଳେ ଜାଣିଲେ ମୁଁ ତାଙ୍କ ପୁଅକୁ ଭଲ ପାଉଛି ସେହି ସମୟରେ ମୁଁ ବହୁତ ଇମୋସିନାଲ ହୋଇ ଯାଇଥିଲି । ଆଉ ମୋତେ ମିହିର ଭାଇ କହିଥିଲେ ମୋ ପରେ ତୁ ସେକେଣ୍ଡ ଥାର୍ଡ ଜେଣ୍ଡରରେ ରୋଲ୍ କରୁଛୁ । ସେ ଦେହର ଛାଇ ଫିଲ୍ମରେ ପ୍ରଥମେ କିନ୍ନର ରୋଲ୍ କରିଥିଲେ । ସେ କହିଲେ ତୁ ମୋଠୁ ବହୁତ ସୁନ୍ଦର ଅଭିନୟ କରୁଛୁ । ଏମିତି ଅନେକ ଫିଲ୍ମ୍ ମୁଁ ତାଙ୍କ ସହିତ କରିଛି, ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ଧଉଳି ଏକ୍ସପ୍ରେସ, ଆହୁରି ଅନେକ ଫିଲ୍ମ୍ କରିଛି । କିନ୍ତୁ ଦିଲ୍ କରେ ଇଲୁ ଇଲୁ ଫିଲ୍ମରେ ସେହି ସିକ୍ୱାନ୍ସକୁ ନେଇ ମିହିର ଭାଇଙ୍କ ସହିତ ମୋର ଯେଉଁ ସ୍ମୃତି ସେଇଟା ସାରା ଜୀବନ ମୋର ମନେ ରହିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.