Press "Enter" to skip to content

Corona ପରିସ୍ଥିତିକୁ ସମୀକ୍ଷା କରି ବୈଠକ କଲେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଦେଲେ ଏହିସବୁ ସୂଚନା

ଆଜି ଦେଶରେ ଓମିକ୍ରନ ମାମଲା ୪,୮୬୮କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହା ଯେ ଏପର୍ଯ୍ୟନ୍ତ ୧,୮୦୫ ଜଣ ସୁସ୍ଥ ଅଛନ୍ତି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧,୨୮୧ ସଂକ୍ରମିତ ହୋଇଥିବାବେଳେ ୪୯୯ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮,୭୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୨୪୨ରେ ପହଞ୍ଚିଛି। ମାତ୍ର ଏକ ସପ୍ତାହରେ କରୋନା ସଂକ୍ରମଣ ୭ଗୁଣ ବୃଦ୍ଧି ପାଇଛି।

ମୁଖ୍ୟମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ରାଜ୍ୟର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ସାରା ରାଜ୍ୟରେ କୋଭିଡର ତୃତୀୟ ଲହର ଖୁବ୍ ଜୋରରେ ମାଡ଼ିଚାଲିଛି। ତେଣୁ ସତର୍କ ରହିବାକୁ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଯଦିଓ ତୃତୀୟ ଲହରରେ ହସ୍ପିଟାଲାଇଯେସନ୍ ବହୁତ କମ୍ ରହିଛି, ତଥାପି ଭବିଷ୍ୟତ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ। ଆଦୋୖ ଟୀକା ନେଇନଥିବା ତଥା ଦ୍ଵିତୀୟ ଡୋଜ୍ ନେଇନଥିବା ଲୋକଙ୍କର ଟୀକାକରଣ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପୂର୍ବଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବ। ଏଥିରେ ମିଶନ ଶକ୍ତିକୁ ମଧ୍ୟ ସାମିଲ କରାଯିବ। କୋଭିଡ୍ ନିୟମର କଡାକଡି ପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦ୍ଵିତୀୟ ଲହରଠାରୁ ଅଧିକ ସଂଖ୍ୟକ ବେଡ୍ ମହଜୁଦ ରଖାଯାଇଛି। ଅକ୍ସିଜେନ ଓ ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *