Press "Enter" to skip to content

ରାଜ୍ୟସରକାର ଆରମ୍ଭ କରିଛନ୍ତି ଘର ମରାମତି ଟଙ୍କା ବଣ୍ଟନ, ଏହିମାନଙ୍କୁ ମିଳିବ ଟଙ୍କା, ଜାଣନ୍ତୁ କେଉଁ ମାନେ ପାଇବେ

କିଛିଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ଯେଉଁମାନେ ବିଜୁ ପକ୍କା ପାଇଛନ୍ତି ସେମାନଙ୍କୁ ଘର ମରାମତି କରିବାପାଇଁ ୩୦୦୦ ଟଙ୍କା ଲେଖାଏଁ ଦିଆଯିବ। ଏହାସହିତ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ଦିଆଯିବ। ତେବେ ରାଜ୍ୟ ସରକାରଙ୍କ ତରଫରୁ କେଉଁଦିନ ଏହି ଟଙ୍କା ମିଳିବ ଏନେଇ ଘୋଷଣା ହୋଇସାରିଛି।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ମରାମତି ପାଇଁ ୩୦୦୦ ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ବ୍ୟକ୍ତିଙ୍କୁ ୫୦୦୦ ଟଙ୍କା ପଠାଇବାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଏନେଇ ଏକ ବିଜ୍ଞାପନ ପୋଷ୍ଟର ପ୍ରକାଶ ପାଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଜାନୁଆରୀ ୨୦୨୨ ଦିନ ଏହି ଟଙ୍କା ପଠାଇବେ ବୋଲି ଉଲ୍ଲେଖ ଥିଲା।

ତେବେ ଆଜିଠାରୁ ନବୀନ ପଟ୍ଟନାୟକ ବିଜୁ ପକ୍କା ଘର ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩୦୦୦ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବ୍ୟକ୍ତିଙ୍କୁ ୫୦୦୦ ପଠାଇବା ଆରମ୍ଭ କରିଛନ୍ତି। ଏହାସହିତ ଯେଉଁମାନେ ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ପାଇଛନ୍ତି ସେମାନଙ୍କୁ ମଧ୍ୟ ଘର ମରାମତି ପାଇଁ ତିନି ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩୦ ଲକ୍ଷ ପରିବାର ଉପକୃତ ହୋଇପାରିବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *