Press "Enter" to skip to content

Horoscope 2022 ମକର ସଂକ୍ରାନ୍ତିଠାରୁ ଏହି ପାଞ୍ଚଟି ରାଶିରେ ହେବାକୁ ଯାଉଛି ଧନବର୍ଷା

ମକର ସଂକ୍ରାନ୍ତି ୨୦୨୨, ଜାନୁଆରୀ ୧୪ରେ ସାରା ଦେଶରେ ପାଳନ କରାଯିବ। କାହିଁକି ନା ଏହି ଦିନ ସୂର୍ଯ୍ୟଦେବ ନିଜ ପୁତ୍ର ଶନି ଦେବଙ୍କ ନିଜ ଗୃହ ମକର ରାଶିରେ ପ୍ରବେଶ କରିବେ। ୧୪ ଜାନୁଆରୀକୁ ସୂର୍ଯ୍ୟ ଦେବଙ୍କ ସ୍ଵାଗତ ଶନିଙ୍କ ସହିତ ବୁଧ ମଧ୍ୟ କରିବେ। ତେବେ ଏହିଦିନ ମକର ରାଶିରେ ତିନିଗ୍ରହଙ୍କ ସଂଯୋଗ ହେବ। ଏହାସହିତ ଏଠି ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ ହେବ। ଗ୍ରହଙ୍କ ଏହି ସ୍ଥିତିର ଲାଭ କିଛି ରାଶିର ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳିବ।

ବିଶେଷ କରି ପାଞ୍ଚଟି ରାଶିଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ପ୍ରାପ୍ତି ହେବ। ପ୍ରଥମତଃ ମେଷରାଶିର ବ୍ୟକ୍ତିଙ୍କୁ ରାଜନୀତି ତଥା କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ। ପିତାଙ୍କ ସହ ସମ୍ପର୍କରେ ସୁଧାର ଆସିବ। ପୂର୍ବରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କିଛି ବ୍ୟକ୍ତିଙ୍କୁ ପୈତୃକ କାରବାରର ଦାୟିତ୍ଵ ମିଳିବ। ଦ୍ବିତୀୟତଃ ବୃଷରାଶିର ବ୍ୟକ୍ତିଙ୍କୁ ନିଜ ପରିଶ୍ରମର ଉତ୍ତମ ଫଳ ମିଳିବ।

ନିଜର ଖରାପ୍ ଚିନ୍ତାଧାରାକୁ ଦୂର କରିବାକୁ ପ୍ରୟାସ କରିବେ। ଧାର୍ମିକ କାର୍ଯ୍ୟପ୍ରତି ରୁଚି ବଢିବ। ବୌଦ୍ଧିକ କ୍ଷମତାର ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ତୃତୀୟତଃ କନ୍ୟାରାଶିର ବିଦ୍ୟାର୍ଥୀଙ୍କୁ ସଫଳତା ପ୍ରାପ୍ତି ହେବ। ଏକାଗ୍ରତାରେ ବୃଦ୍ଧି ଘଟିବ। ପ୍ରେମ ସମ୍ପର୍କରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ସନ୍ତାନ ପାଇଁ ଥିବା ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚତୁର୍ଥତଃ ବିଛାରାଶିଙ୍କ ସାହସ ଓ ପରାକ୍ରମରେ ବୃଦ୍ଧି ଘଟିବ। ନିଜ ଭାବନାକୁ ପ୍ରକାଶ କରିବାରେ ସକ୍ଷମ ହେବ।

ନିଜ ଦାୟିତ୍ୱ ଉତ୍ତମ ଭାବେ ସମ୍ପନ୍ନ କରିବେ। ଭାଇ ଭଉଣୀଙ୍କ ସହ ମିଶି ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା କରିବେ ଏବଂ ଏଥିରେ ସଫଳତା ପ୍ରାପ୍ତି ହେବ। ପଞ୍ଚମତଃ ମୀନରାଶିଙ୍କୁ ମଧ୍ୟ ଚାକିରୀ ଓ ଆର୍ଥିକ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ। ସରକାରୀ କ୍ଷେତ୍ରରୁ ମଧ୍ୟ ଲାଭ ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ବିଦେଶ ସ୍ରୋତରୁ ସୁଖଦ ସମାଚାର ମିଳିବ। ସନ୍ତାନ ନିଜ କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। ପରିବାରରେ ପୂର୍ବରୁ ଥିବା ମନମାଳିନ୍ୟ ଦୂର ହେବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *