Press "Enter" to skip to content

ପୁରୁଣା ସ୍ମୃତିକୁ ମନେପକାଇ ମଞ୍ଚରେ କାନ୍ଦି ପକାଇଲେ Sidhant Mohapatra, Mihir Dasଙ୍କ ସହିତ ଥିଲା ଏଭଳି ସମ୍ପର୍କ

ଆରପାରିରେ ଓଲିଉଡ଼ ଫିଲ୍ମ୍ ଇଣ୍ଡଷ୍ଟ୍ରିର ତାରକା ମିହିର ଦାସ। ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛି ସମ୍ପୂର୍ଣ୍ଣ ଓଡ଼ିଶା। ତାଙ୍କ ସହ ବିତାଇଥିବା ସମୟ ପାଲଟିଯାଇଛି ସ୍ମୃତିରେ। ସମସ୍ତ ଓଡ଼ିଆ କଳାକାର ନିଜ ଦୁଃଖ ପ୍ରକାଶ କରିବା ସହିତ ମିହିର ଦାସଙ୍କ ସହିତ ତାଙ୍କ ଅନୁଭୂତି ଓ ସ୍ମୃତିକୁ ମନେ ପକାଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ମିହିର ଦାସଙ୍କ ସ୍ମୃତିରେ ଏକ ଭିଡିଓ ଅପଲୋଡ଼ କରିଛନ୍ତି। ଯେଉଁଥିରେ ମିହିର ଦାସଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼ ଦେବା ସମୟରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଆବେଗପ୍ରବଣ ହୋଇ କାନ୍ଦି ପକାଇଥିଲେ।

ସିଦ୍ଧାନ୍ତ କହିଥିଲେ ମିହିର ଭାଇଙ୍କର ଅଭିନୟର ୪୦ ବର୍ଷରୁ ୩୦ ବର୍ଷର ଭାଗିଦାରୀ ମୋ ସହିତ ଥିଲା। ସେ ହିରୋ ବି ଥିଲେ ଏବଂ ଜିରୋ ବି ଥିଲେ। ଆମେ ମିଶିକି ୧୦ ରୁ ୧୦ ପାଉଥିଲୁ। ସମସ୍ତେ ଏହି ଇଣ୍ଡଷ୍ଟ୍ରିକୁ ନିଜ ଶିଙ୍ଗରେ ମାଟି ତାଡିବାକୁ ଆସିଛନ୍ତି। କିନ୍ତୁ କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଏହା ଥିଲା ମୋର ଆଉ ମିହିର ଭାଇଙ୍କ କାହାଣୀ। ଏହା କହି ସିଦ୍ଧାନ୍ତଙ୍କ ସହ ଅନ୍ୟ କଳାକାର ମଧ୍ୟ କାନ୍ଦି ପକାଇଥିଲେ। ସିଦ୍ଧାନ୍ତ କହିଥିଲେ ମୋର ୪ ନମ୍ବର ଚଳଚ୍ଚିତ୍ର “ଭାଇ ହେଲା ଭଗାରୀ”ରୁ ଆମ ଯୋଡ଼ି ଆରମ୍ଭ ହୋଇଥିଲା। ମିହିର କହିଥିଲେ “ମୋର କେଉଁ ହିରୋଇନ୍ ସହ ଯୋଡ଼ି ହୋଇନାହିଁ, ସିଦ୍ଧାନ୍ତ ହିଁ ମୋ ଯୋଡ଼ି ବୋଲି ଧରିନିଅନ୍ତୁ”।

ସିଦ୍ଧାନ୍ତ କହିଥିଲେ ଯେଉଁ ସ୍ଥାନରେ ମୁଁ କମ୍ ଅଛି ସେ ସ୍ଥାନକୁ ମିହିର ଭାଇ ପୂରଣ କରିଛନ୍ତି। ଯେଉଁ ସ୍ଥାନକୁ ମିହିର ଭାଇ ଦୁର୍ବଳ କହିଛନ୍ତି ସେ ସ୍ଥାନକୁ ମୁଁ ପୂରଣ କରିଛି। ଚଳଚ୍ଚିତ୍ର ପାଇଁ କାମ କରିବା ମଧ୍ୟରେ ଆମେ ଗୋଟେ ପରିବାର ଓ ଖୁସି ପାଇଛୁ। ମିହିର କହିଥିଲେ ଆଜିର ଏହି ପୁରସ୍କାର ଆତଙ୍କ ମିଶା ଆନନ୍ଦ। ଏହା କହୁଛି ବହୁତ୍ କଲ, ଭଲ କଲ, ବହୁତ୍ ଡେଇଁଲ, ଏବେ ଏଇଟା ନିଅ, ଘରକୁ ଯାଇ ନାତି ନାତୁଣୀ ଖେଳାଅ। କିନ୍ତୁ ଆଜିଠାରୁ ଏକ ନୂଆ ଜୀବନ ଆରମ୍ଭ ହେଲା। ଆପଣମାନେ ମତେ ଆଶୀର୍ବାଦ କରନ୍ତୁ, ମୁଁ ସେଥିରେ ଲାଗି ରହିବି। ଭଲପାଇବା ଆପଣ କେବେ କମେଇବେନାହିଁ ବୋଲି ଆଶା କରୁଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.