Press "Enter" to skip to content

Media ଆଗରେ Mihir Dasଙ୍କ ଶେଷ କଥା ବୋହୂ ଉପରେ ତାଙ୍କର ବହୁତ ଆଶା

ଓଲିଉଡ ସିନେ ଜଗତର ମୋଷ୍ଟ ପାପୁଲାର ଆକ୍ଟରମିହିର ଦାସଙ୍କୁ କିଏ ବା ନ ଜାଣିଛି । ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକ,କଳାକାର ଆଉ ପ୍ରଶଂସକଙ୍କ ମନ ଜିତି ପାରିଛନ୍ତି । ସେ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ତାଙ୍କର ବିୟୋଗରେ ଆଜି ସମଗ୍ର ଓଡ଼ିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି । ଏବେ ଭାଇରାଲ ହେଉଛି ଟିଭି ପରଦାରେ ସେ ଇଣ୍ଟର୍ଭ୍ୟୁ ଦେଇଥିବା ଶେଷ ଭିଡିଓ ।

ସେ ଏହି ଭିଡିଓରେ ନିଜର ଜନ୍ମଦିନ ପାଳନ କରୁଥିବାର ଦେଖା ଯାଉଛନ୍ତି । ସେ କେକ୍ କାଟୁଛନ୍ତି । ତାଙ୍କ ପାଖରେ ତାଙ୍କ ବୋହୂ ବସିଛନ୍ତି । ଏବଂ ଅମ୍ଳାନ ଭିଡିଓ ବନାଉଛନ୍ତି । ଏବଂ ସେଠାରେ ମିଡ଼ିଆ ଉପସ୍ଥିତ ଅଛନ୍ତି । ମିହିର ଦାସ କହିଛନ୍ତି ଆଜି ପ୍ରକୃତରେ ମୋ ଜନ୍ମଦିନ ପାଳନ ହୋଇଛି । ଡେଟରେ ତାଙ୍କର ଜନ୍ମଦିନ ହେଉଛି ଫେବୃଆରୀ ୧୧ । ତାପରେ ସେ ସେହି ଭିଡିଓରେ କେକ କରିଛନ୍ତି ଆଉ ଆଗ ତାଙ୍କ ବୋହୂ କୁ ଖାଇବାକୁ ଦେଇଛନ୍ତି । ତାପରେ ମିଡ଼ିଆ ରିପୋର୍ଟର ତାଙ୍କୁ କିଛି ପଚାରିଛନ୍ତି ।

ମିହିର ଦାସଙ୍କୁ ମିଡ଼ିଆ ରିପୋର୍ଟର ପଚାରିଛନ୍ତି, ଆପଣଙ୍କୁ ଆପଣଙ୍କ ପୁଅ, ବୋହୂ ଜନ୍ମଦିନରେ କଣ ଗିଫ୍ଟ ଦେଲେ ଆଉ ସେମାନେ କିପରି ଆୟୋଜନ କରିଛନ୍ତି ଆପଣଙ୍କ ଜନ୍ମଦିନ । ତାପରେ ମିହିର ଦାସ ବହୁତ ସୁନ୍ଦର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଏଇଟା ସବୁ ମନ ଦିଆ ନିଆ କଥା । ଦେଖେଇ ହେଲା ଭଳି ବିଶେଷ କିଛି କଥା ନାହିଁ । କେକକୁ କାଟି ଖାଇ ଭିତରେ ଖୁସି ହେବା କଥା ଆଉ । ଭିତରେ ଭିତରେ ଖୁସି ହେବା ହିଁ ଜନ୍ମଦିନ ପାଳନ ଭଳି ଲାଗେ ମୋତେ ।

ତାପରେ ରିପୋର୍ଟର ପଚାରିଛନ୍ତି ଅମ୍ଳାନଙ୍କ ବିବାହ ପରେ ଭାଉଜ ଆପଣଙ୍କୁ କଣ କଣ ସବୁ ରୋଷେଇ କରି ଖାଇବାକୁ ଦେଉଛନ୍ତି । ତାପରେ ମିହିର ଦାସ କହିଛନ୍ତି ଆଜି ପନିରର ଗୋଟେ ନୂଆ ଆଇଟମ କରିଥିଲା ବହୁତ ଭଲ ଲାଗୁଥିଲା । ପୁସ୍ତକ, ମଟର ସବୁ ପକେଇକି କରିଥିଲା । ବହୁତ ଟେଷ୍ଟି ଲାଗୁଥିଲା । ମୁଁ ଭିତରେ ଖୁସି ହୋଇ ତାକୁ ଆର୍ଶୀବାଦ ଦେଲି । ମୁଁ ତ ବହୁତ ଆଶା ରଖିଛି ତାଙ୍କଠୁ । ଆଉ ସେ ବି ଚେଷ୍ଟା କରୁଛି । ଆଉ ସବୁ ଆପଣମାନଙ୍କର ଭଲପାଇବା ଆଉ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *