Press "Enter" to skip to content

ତପସ୍ୱିନୀ ଆଉ ସୁମିତଙ୍କ ଜୀବନରେ ପୁଣି ଆସିବ କି ଝଡ, ୯ ତାରିଖ ପିଟିସନ୍ ଉପରେ କଣ ମତ ରଖିବେ ସୁମିତଙ୍କ ଓକିଲ?

ଯୋଡ଼ି ହୋଇ ଆସୁଥିବା ସମ୍ପର୍କ ଉପରେ ପଡ଼ିବ କି କାହାର ଅପଛାୟା । ସୁମିତ ଆଉ ତପସ୍ଵିନୀଙ୍କ ସମ୍ପର୍କରେ କେହି ଲଗେଇବେକି ନଜର । ତପସ୍ଵିନୀଙ୍କ ପିଟିସନ୍ ଉପରେ କଣ ତଥ୍ୟ ରଖିବେ ସୁମିତଙ୍କ ଓକିଲ । କାରଣ ୯ ତାରିଖରେ ହାଜର ହେବେ ସୁମିତଙ୍କ ପକ୍ଷ । ଆଉ ଏକଥା ଅର୍ଡର୍ କରିଛନ୍ତି ମାନ୍ୟବର SDJM କୋର୍ଟ । ଡକ୍ଟର ସୁମିତ ଏବଂ ତପସ୍ଵିନୀଙ୍କର ସୁଖ ଦାମ୍ପତ୍ୟ ଜୀବନ ଓ ତାଙ୍କ ଭିତରେ ଛିଡି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହେବା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । କିନ୍ତୁ ଅନ୍ୟପଟେ ଭୟ ରହୁଛି କଣ ପ୍ରକୃତରେ ପ୍ରେମ କରୁଥିବା ଏହି ଦୁଇଜଣ ବ୍ୟକ୍ତି ମିଶି ପାରିବେ ।

ନା ତାଙ୍କ ସମ୍ପର୍କରେ ଉଠିବ ଆଉ ଏକ ଝଡ । ମାନ୍ୟବର SDJM କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୯ ତାରିଖରେ ଆସିକାର IIC ଏବଂ ପ୍ରୋଟେକସନ୍ ଅଫିସର ସୁମିତ ଓ ତପସ୍ଵିନୀଙ୍କର ସମର୍କର ନୂଆ ଅଧ୍ୟାୟରେ କେତେ ପ୍ରୋଗ୍ରେସ ହେଉଛି ଏହାର ପ୍ରୋଗ୍ରେସ ରଖିବା ପାଇଁ ।

ଏଠାରେ କହିରଖୁ ତପସ୍ଵିନୀଙ୍କ ଓକିଲ ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଆଗାମୀ ୯ ତାରିଖରେ ସେମାନେ SDJM କୋର୍ଟରେ ହାଜର ହେବେ । କିନ୍ତୁ ଆଉ ଗୋଟିଏ କଥା ଯାହା ଓକିଲଙ୍କର ଚିନ୍ତା ବଢ଼ାଉଛି । ଆଉ ସେ କଥାଟି ହେଉଛି ଯେଉଁ ପିରିସନଟି ତପସ୍ଵିନୀ ଦାୟର କରିଥିଲେ ଅର୍ଥାତ୍ ଯେଉଁ ନୂଆ ପିଟିସନ୍ ଯେଉଁଥିରେ ସେ ନିଜ ସ୍ଵାମୀଙ୍କ ସହିତ ରହିବାକୁ ଚାହୁଁଛନ୍ତି ତାର କାଉଣ୍ଟର ଷ୍ଟେଟମେଣ୍ଟ ରଖିବେ ସୁମିତଙ୍କ ପକ୍ଷ । ଅର୍ଥାତ୍ ସୁମିତଙ୍କ ପକ୍ଷରୁ ନିଯୁକ୍ତ କରାଯାଇଥିବା ଓକିଲ ।

ଏକଥା ଆମେ ଗଣମାଧ୍ୟମରୁ ଜାଣିଛୁ ବା ସୁମିତ ମଧ୍ୟ ଗଣମାଧ୍ୟମରେ କହିଥିଲେ ସେ ତପସ୍ଵିନୀଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି । ଏବଂ ଏଥିପାଇଁ ସେ ଓକିଲଙ୍କୁ ମଧ୍ୟ ନିଯୁକ୍ତି କରିଥିଲେ । ସୁମିତଙ୍କ ଓକିଲ ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ ତାଙ୍କ କ୍ଲାଇଣ୍ଡ ସୁମିତଙ୍କୁ ତପସ୍ଵିନୀ ହାରାଶମେଣ୍ଟ କରୁଛନ୍ତି । ଏହା ସହିତ ସୁମିତଙ୍କ ବାପା ବି କହିଥିଲେ ତାଙ୍କ ପୁଅ ତାଙ୍କ ବୋହୂ ଠାରୁ ଛାଡପତ୍ର ଚାହୁଁଛି । ଆଉ ଏସବୁ ପରେ ଘଟଣା ଆଗକୁ ଆଗକୁ ବଢିଥିଲା । ଏହାପରେ ଏକ ଐତିହାସିକ ରାୟ ଶୁଣାଇଥିଲେ ମାନ୍ୟବର SDJM କୋର୍ଟ ।

ଆଉ ସୁମିତ ଆଉ ତପସ୍ଵିନୀଙ୍କୁ ବୈବାହିକ ଜୀବନରେ ଏକ ଭଡ଼ା ଘରେ ନେଇ ରହିବା ପାଇଁ ଦେଇଥିଲେ ସମୟ । ଏବଂ ବର୍ତ୍ତମାନ ପ୍ରଶ୍ନ ଉଠୁଛି ସୁମିତଙ୍କ ପକ୍ଷ ଓକିଲ କଣ ମତ ରଖିବେ ୯ ତାରିଖରେ । ତପସ୍ଵିନୀ, ସୁମିତ ସେ ତ କୋର୍ଟରେ ଉପସ୍ଥିତ ରହିବେ ନାହିଁ । ଆସିକା IIC ଏବଂ ପ୍ରୋଟେକ୍ସନ୍ ଅଫିସର ସେମାନେ ନିଜ ନିଜର ଷ୍ଟେଟମେଣ୍ଟ ରଖିବେ । କଣ ଷ୍ଟେଟମେଣ୍ଟ ରଖିବେ ତପସ୍ଵିନୀଙ୍କ ଶଶୁର ଘର ଲୋକ । ଆଉ କଣ ଷ୍ଟେଟମେଣ୍ଟ ରଖିବ ସୁମିତଙ୍କ ପକ୍ଷ ଓକିଲ । ସୁମିତଙ୍କ ବାପା ଆଉ ତାଙ୍କ ପରିବାର ଲୋକ କେହିବି ଏବେ ତପସ୍ଵିନୀ ଏବଂ ସୁମିତଙ୍କର କଣ୍ଟାକ୍ଟରେ ନାହାନ୍ତି ।

ଅନ୍ୟପଟେ ସୁମିତ ଡାକ୍ତରଖାନାକୁ ଯାଉଛନ୍ତି ଏବଂ ନିଜ ପେସେଣ୍ଟ ମାନଙ୍କୁ ଦେଖି ପୁଣି ଫେରି ଆସୁଛନ୍ତି ତପସ୍ଵିନୀଙ୍କ ପାଖକୁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସୁମିତ ନିଜ ପରିବାର ବର୍ଗ, ନିଜ ଓକିଲଙ୍କ ସହିତ କୌଣସି କଣ୍ଟାକ୍ଟ କରୁନାହାନ୍ତି ତେବେ କେଉଁ ଆଧାରରେ ପ୍ରତିପକ୍ଷ ନିଜର କାଉଣ୍ଟର ଷ୍ଟେଟମେଣ୍ଟ ରଖିବ । ଆଉ ଏହାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେଉଛି ।

କଣ ଏହା ତପସ୍ଵିନୀ ଏବଂ ସୁମିତଙ୍କ ମଧ୍ୟରେ ଯୋଡ଼ି ଆସୁଥିବା ସମ୍ପର୍କ ଭିତରେ ଏକ ଝଡ ସୃଷ୍ଟି କରିବ କି? ଯେଉଁ ମନ ମିଶିମିଶି ଆସୁଛି ସେଥିରେ ପୁଣି ଫାଟ ପଡ଼ିବ କି? ତେବେ ଏକଥା ୯ ତାରିଖରେ ସ୍ପଷ୍ଟ ହୋଇପାରିବ । ଯେତେବେଳେ ୯ ତାରିଖରେ ତପସ୍ଵିନୀଙ୍କ ପିଟିସନ୍ ଉପରେ କାଉଣ୍ଟର ଷ୍ଟେଟମେଣ୍ଟ ରଖିବେ ସୁମିତଙ୍କ ଓକିଲ । ଆଉ ସୁମିତଙ୍କ ପରିବାର ତରଫରୁ ତାଙ୍କ ଓକିଲ ଆସି କୋର୍ଟରେ ତାଙ୍କ ପିଟିସନ୍ ଉପରେ ମତ ରଖିବେ । ତେବେ ଉପରୁ ସବୁକିଛି ଠିକ୍ ଲାଗୁଥିଲେ ବି କିଛି କିଛି ଜାଗାରେ ଏବେ ଏହା ସନ୍ଦେହ ସୃଷ୍ଟି କରୁଛି ।

ସନ୍ଦେହ ଏଇଥିପାଇଁ ତପସ୍ଵିନୀ ଆଉ ସୁମିତଙ୍କ ଭିତରେ କଣ ଚାଲିଛି କେହି ଜାଣି ନାହାନ୍ତି । ଈଶ୍ୱର କରନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ପୁଣି ଯୋଡ଼ି ହେଉ । କିନ୍ତୁ ଅନ୍ୟପଟେ ୯ ତାରିଖରେ ସୁମିତଙ୍କ ଓକିଲ କଣ ଷ୍ଟେଟମେଣ୍ଟ ରଖିବେ । କାରଣ ତପସ୍ଵିନୀ ତାଙ୍କ ପିଟିସନରେ ଲେଖିଥିଲେ ସେ କିଛି ଚାହାଁନ୍ତି ନାହିଁ ସେ କେବଳ ଚାହାଁନ୍ତି ତାଙ୍କ ସ୍ଵାମୀଙ୍କ ସହିତ ଜୀବନ କାଟିବା ପାଇଁ, ତାଙ୍କ ସ୍ବାମୀଙ୍କ ସହିତ ରହିବା ପାଇଁ । ଏବେ ଏହି ସସପେନ୍ସ ଉପରୁ ପରଦା ୯ ତାରିଖରେ ଉଠିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.