Press "Enter" to skip to content

ଯାଜପୁରର ଦିବ୍ୟାଙ୍ଗ ରାକେଶ ଦାସ ରାଷ୍ଟ୍ରପତିଙ୍କୁ ଲେଖିଲେ ଇଚ୍ଛାମୃତ୍ୟୁ ପାଇଁ ପତ୍ର ରହିଛି କାରଣ

ମୁଁ ପାଠ ପଢ଼ିଛି, ଚାକିରି ବି କରିଛି, ଆଉ ଫିଜିକାଲ ହ୍ୟାଣ୍ଡିକେପ୍ଟ ହେଲା ପରେ ମୁଁ ଥକି ଯିବି ନାହିଁ । ମୁଁ ପରିବାରର ପ୍ରତିପୋଷଣ ମୁଁ ନିଜେ କରିବି । ଏମିତି ଚିନ୍ତାଧାରା ନେଇ ଆଗକୁ ବଢି ଚାଲିଥିଲେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଆଉରି ପଞ୍ଚାୟତର ରାକେଶ ଦାସ । କିନ୍ତୁ ହଠାତ୍ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ପତ୍ର ଲେଖିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରୁଛି । ତେବେ ନିଜ ଗ୍ରାମର ଜଣେ ଗ୍ରାମବାସୀଙ୍କ ଜାଗାରେ ଏକ କୁକୁଡ଼ା ଫାର୍ମ କରି ନିଜେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ ।
କିନ୍ତୁ ବିଂଝାରପୁର ଅତିରିକ୍ତ ତହସିଲଦାର କୌଣସି କାରଣ ନ ଦର୍ଶାଇ ରାକେଶକୁ ଫାର୍ମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ରାକେଶ ଋଣ କରି ଫାର୍ମର ୭୦ ପ୍ରତିଶତ କାମ ସାରି ଦେଇଥିବା ପରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ତହସିଲଦାରଙ୍କ ରିପୋର୍ଟ ଅନୁଯାୟୀ ଫାର୍ମ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଋଣ କରି ଫାର୍ମ ଆରମ୍ଭ କରିଥିବା ରାକେଶ ଫାର୍ମ ବନ୍ଦ ହୋଇଯିବା କାରଣରୁ ଋଣ ସୁଝିବାକୁ ଅସମର୍ଥ ହୋଇ ପଡ଼ିଛନ୍ତି । ରାଜନୈତିକ ଆକ୍ରୋଶ ଯୋଗୁଁ ତାଙ୍କ ସହ ଏଭଳି କରାଯାଇଥିବାର ସେ ଅଭିଯୋଗ କରିଛନ୍ତି ।

ରାକେଶ କହିଛନ୍ତି, ଘର ପ୍ରାୟ ୬୦ ରୁ ୭୦ ପ୍ରତିଶତ କାମ ହୋଇ ସାରିବା ପରେ ମୋତେ ହଠାତ୍ ଆଡିସିନାଲ ତହସିଲଦାର ବିଂଝାରପୁର ଆସିକି ମୋତେ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ । ମୁଁ ତାଙ୍କୁ ପଚାରିଲି କାହିଁକି ବନ୍ଦ କରୁଛନ୍ତି ସେ ମୋତେ ବହୁତ କିଛି କାରଣ ଦର୍ଶାଇ ନଥିଲେ । ସେତେବେଳକୁ ପ୍ରାୟ ମୋ ଘରର ଛପର ସରିଥିଲା । ୨୪ ସ୍କୋୟାର ଫୁଟର ଘର ଥିଲା ।

ମୁଁ ସେଠୁ କାମ ଧୀରେ ଧୀରେ ବନ୍ଦ କରିଦେଲି । ସେମାନେ ମିଛରେ ଗୋଟେ ଲେଖିକି ଦେଇଥିଲେ ଯେ ଏଇଟା ଅନବାଦି ଜାଗା । ଆଉ ଯେଉଁଟା ହେଉଛି ସମ୍ପୂର୍ଣ ଭାବେ ମିଛ କଥା । ଏଇଟା ହେଉଛି ଜଣଙ୍କ ନାଁରେ ଥିବା ଜମି । ମିଛ ଇସୁ କଲେ ପଲ୍ୟୁସନ୍ ଇସୁ କଲେ । ଯଉଟା କି କୁକୁଡ଼ା ଫାର୍ମ ପାଇଁ ପଲ୍ୟୁସନ୍ ହେଉଛି । ସେମିତି କିଛି ନାହିଁ ମୁଁ ଜାଣିବାରେ ।

ଡିଷ୍ଟ୍ରିକ୍ଟ ସିଡ଼ିବିଏ ଆସିଥିଲେ ଇନକ୍ୱାରି କରିବା ପାଇଁ, ଇନକ୍ୱାରି କରି ଯାଇଛନ୍ତି । ସେଥିପାଇଁ ସେ ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି । ତେବେ ଏହା ରାଷ୍ଟ୍ରପତିଙ୍କୁ ଇଚ୍ଛା ମୃତ୍ୟୁର ଚିଠି ନୁହେଁ ବରଂ ଘଟଣାର ସଠିକ୍ ତଦନ୍ତ ସହ ରାକେଶକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପତ୍ର ବୋଲି ଆଲୋଚନା ହେଉଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *