Press "Enter" to skip to content

Special Report ଆପଣଙ୍କ ଗାଡ଼ି ଚାବି ଛଡ଼ାଇ ପାରିବେନି ପୋଲିସ ।।

ଆପଣ କେବେ ଟ୍ରାଫିକରେ ଧରା ପଡିଛନ୍ତି କି? ଧରା ପଡ଼ିବା ବେଳେ ଟ୍ରାଫିକ ପୋଲିସ କେବେ ଆପଣଙ୍କ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି କି? ଗାଳି ଗୁଲଜ କରିବା ସହ ଅସଭ୍ୟ ବ୍ୟବହାର କରିଛନ୍ତି କି? ଯଦି ଏହିଭଳି ଘଟଣା ଆପଣଙ୍କ ସହ ଘଟି ସାରିଛି ବା ଏମିତି ଆଉ ଆପଣଙ୍କ ସହିତ ନ ଘଟୁ ବୋଲି ଆପଣ ଚାହୁଁଛନ୍ତି ତେବେ ଏଇ ଖବରକୁ ଭଲଭାବେ ଜାଣିବା ନିହାତି ଆବଶ୍ୟକ । ନିୟମ କହୁଛି ଗାଡିରୁ ଚାବି ଛଡ଼ାଇ ପାରିବେନି କୌଣସି ବି ଟ୍ରାଫିକ ପୋଲିସ ଅଧିକାରୀ । ଯଦି ଗାଡିରୁ ଚାବି ଛଡାଉଛନ୍ତି ତେବେ ଟ୍ରାଫିକ ପୋଲିସକୁ ଟ୍ରାଫିକ ନିୟମର ପାଠ ପଢ଼ାଇ ପାରିବେ ଚାଳକ । ଆସନ୍ତୁ ଜାଣିବା କଣ କହୁଛି ମୋଟରସାଇକେଲ ଆକ୍ଟ ୨୦୧୯ ।

ମୋଟର ସାଇକେଲ ଆକ୍ଟ ୨୦୧୯ ଅନୁଯାୟୀ ଗାଡିରୁ ଚାବି ଛଡ଼ାଇ ନେବାର ଅଧିକାର ଟ୍ରାଫିକ ପୋଲିସ ପାଖରେ ନାହିଁ । ସିଏ ଯେତେ ବଡ ସିନିଅର ଅଫିସର ହୁଅନ୍ତୁ ନା କାହିଁକି ଗାଡିରୁ ଚାବି ଛଡ଼ାଇ ପାରିବେନି କିମ୍ବା ଗାଡ଼ି ଟାୟାରରୁ ପ୍ରେସର୍ ବାହାର କରି ପାରିବେନି । କେବଳ ଏତିକି ନୁହେଁ ମୋଟର ସାଇକେଲ ଆକ୍ଟ ୨୦୧୯ ଅନୁଯାୟୀ ଗାଡ଼ି ଚାଳକକୁ ଗାଳି ଗୁଲଜ ବା ଅସଭ୍ୟ ବ୍ୟବହାର କରି ପାରିବେନି କୌଣସି ଟ୍ରାଫିକ ପୋଲିସ ।

ଯଦି ଆପଣଙ୍କ ସହିତ ଏପରି ଘଟଣା ଘଟେ, ତାହେଲେ କଣ କରିବେ ଆସନ୍ତୁ ଜାଣିବା ।
ପ୍ରଥମେ ଆପଣ ପ୍ରମାଣ ପାଇଁ ଏକ ଭିଡିଓ ସୁଟ କରି ନିକଟରେ ଥିବା ପୋଲିସ ଷ୍ଟେସନ କିମ୍ବା ତାଙ୍କର ସିନିଅର ଅଫିସରଙ୍କ ପାଖରେ ଅଭିଯୋଗ କରିପାରିବେ । ଯଦି ଅଭିଯୋଗ କରିବା ପରେ ପୋଲିସ କିମ୍ବା ସିନିଅର ଅଧିକାରୀ ଆପଣଙ୍କ କଥା ଶୁଣୁ ନାହାନ୍ତି ।

ଏବଂ ଚାବି ଛଡ଼ାଇ ଥିବା ଟ୍ରାଫିକ ପୋଲିସର ପକ୍ଷ ନେଉଛନ୍ତି । ସେହିଭଳି ସ୍ଥାନରେ ଏହି ମାମଲାକୁ ହାଇକୋର୍ଟ ଯାଏ ନେଇ ପାରିବେ ଗାଡ଼ି ମାଲିକ । ଯଦି ଗାଡ଼ି ଚାଳକ ଜଣକ ଗରିବ ସୀମାରେଖା ତଳେ ଆସୁଥାନ୍ତି କିମ୍ବା ତାଙ୍କ ପାଖରେ BPL କାର୍ଡ ରହିଛି, ତାହେଲେ ତାଙ୍କୁ ଓକିଲ ମାଗଣାରେ ପରାମର୍ଶ ଦେଇପାରିବେ । ଏବଂ ହାଇକୋର୍ଟ ସେହି ଟ୍ରାଫିକ ପୋଲିସ ଏବଂ ତାଙ୍କର ସିନିଅର ଅଫିସରଙ୍କୁ ନେଇ ବିଚାର କରିବେ ।

ଏଠାରେ ଆମେ କହି ରଖୁଛୁ କି, ଟ୍ରାଫିକ ପୋଲିସ କେବଳ ହାତ ଦେଖାଇ ଗାଡ଼ି ରୋକି ପାରିବେ କିନ୍ତୁ ଆପଣଙ୍କୁ ହାତ ଲଗାଇ ପାରିବେ ନାହିଁ । ଯଦି ଟ୍ରାଫିକ ନିୟମକୁ କୌଣସି ଚାଳକ ଉଲଙ୍ଘନ କରେ ତାହେଲେ ଚାଳକଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେଇ ପାରିବ ପୋଲିସ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *