Press "Enter" to skip to content

ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଘୋଡ଼ା ଓ ୯ ଲକ୍ଷ ଟଙ୍କାର ବିଲେଇ ଉପହାର ଦେଉଛି ମହାଠକ ସୁକେଶ ଚନ୍ଦ୍ରଶେଖର ।।

ଆପଣ ସମସ୍ତେ ବଲିଓଡର ମୋଷ୍ଟ୍ ଗ୍ଲାମରିଅସ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ତ ଜାଣିଥିବେ । ଅଭିନେତ୍ରୀ ଜ୍ୟାକଲିନଙ୍କୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ । ଅଭିନେତ୍ରୀ ନେଇଛନ୍ତି ୫୨ ଲକ୍ଷ ଟଙ୍କାର ଘୋଡ଼ା ଆଉ ୯ ଲକ୍ଷ ଟଙ୍କାର ପାର୍ସୀଆନ୍ କ୍ୟାଟ । ଆଉ ଏସବୁ ତାଙ୍କୁ କିଏ ଦେଇଛନ୍ତି ଆପଣ ତାହା ଜାଣିଲେ ଆପଣ ବି ଆଶ୍ଚର୍ୟ୍ଯ ହୋଇଯିବେ । କାରଣ ଏହି ସବୁ ଆଉ କେହି ନୁହଁ, ଏ ଦାମୀ ଗିଫ୍ଟ ସବୁ ମହାଠକ ଭାବେ ପ୍ରଖ୍ୟାତ ସୁକେଶ ଚନ୍ଦ୍ରଶେଖର ଦେଇଛନ୍ତି । ଆଉ ତିହ୍ୱାର ଜେଲରେ ବସି ୨୦୦ କୋଟି ଟଙ୍କା ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜ ସିଟରେ ଏମିତି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରାଯାଇଛି ।

ଶନିବାର ଦିନ ଦିଲ୍ଲୀର ପଟିୱାଲା ହାଉସ କୋର୍ଟରେ ଦାଖଲ ହେଇଥିବା ଚାର୍ଜସିଟରେ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ସୁକେଶ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯ ଲକ୍ଷ ମୂଲ୍ୟର ପାର୍ସୀ ବିଲେଇ ଉପହାର ଦେଇଛନ୍ତି । କେବଳ ଏତିକି ନୁହେଁ ଚାର୍ଜସିଟରେ ନୋରା ଫତେଇଙ୍କୁ ଦିଆ ଯାଇଥିବା କୋଟି କୋଟି ଟଙ୍କାର ଦାମୀ ଉପହାର ଏଥିରେବି ଉଲ୍ଲେଖ କରାଯାଇଛି ।

ଇଡିର ଅଭିଯୋଗ ପତ୍ରରେ କୁହାଯାଇଛି ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ଦେଇଥିବା ୧୦ କୋଟି ଟଙ୍କାର ଉପହାର ମଧ୍ୟରେ ୫୨ ଲକ୍ଷ ଟଙ୍କାର ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ବିଲେଇ ସାମିଲ୍ ରହିଛି ।

ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିୱାଲା ହାଉସ କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି । ତିହ୍ଵାର ଜେଲରେ ଗିରଫ ହୋଇ ଭର୍ତ୍ତି ହୋଇଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ଠୁ ୨୦୦ କୋଟି ଟଙ୍କା ଆଦାୟ କରିଥିଲେ । ହେଲେ ଜ୍ୟାକଲିନ ଆଉ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି । ତେଣୁ ଏହାର ତଦନ୍ତ ରିପୋର୍ଟ ଏବେ କଣ ଆସୁଛି ତାହା ଦେଖିବାକୁ ଅପେକ୍ଷା । ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *