Press "Enter" to skip to content

ମମିତା ହ-ତ୍ୟା-କା-ରୀ ଗୋବିନ୍ଦ ସାହୁ କଲା ଜାମିନ ଆବେଦନ ଏହିଦିନ ହେବ ଶୁଣାଣି ।

ବହୁ ଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହ-ତ୍ୟା-କା-ଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମାଗିଛି ଜାମିନ୍। ମମିତା ମେହେର ହ-ତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇ ଗୋବିନ୍ଦଙ୍କୁ ଦେଢମାସ ହେବ କଣ୍ଟାବାଞ୍ଜି ଜେଲରେ ସେଲ ନମ୍ବର ୧ରେ ରଖାଯାଇଛି। ତେବେ କଣ୍ଟାବାଞ୍ଜି ଏଡ଼ିଜେ କୋର୍ଟରେ ଗୋବିନ୍ଦ ସାହୁର ଜାମିନ୍ ପାଇଁ ଆବେଦନ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୬ ତାରିଖରେ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏନେଇ ଡିସେମ୍ବର ୩ ରେ କୋର୍ଟରେ ରିପୋର୍ଟ ଦାଖଲ ହୋଇଛି।

ସୁଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଷ୍ଟାଟସ୍ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ କୁହାଯାଇଥିଲା। ତେବେ ଡିସେମ୍ବର ୩ରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିଲା। ବଲାଙ୍ଗିର ପୋଲିସ୍ ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା।

ବିଧାନସଭାରେ ବିରୋଧୀ ଦଳ ମମିତାଙ୍କୁ ନ୍ୟାୟ ଦେବାପାଇଁ ଗୃହରେ ଦାବି କରୁଥିବା ବେଳେ ଗୋବିନ୍ଦ ସାହୁଙ୍କ ଜାମିନ୍ ପାଇଁ ଆବେଦନ କରିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆସନ୍ତାକାଲି ଜାମିନ୍ ନେଇ କ’ଣ ଘୋଷଣା ହେବ ଏଥିପ୍ରତି ସମସ୍ତଙ୍କର ନଜର ରହିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *