Press "Enter" to skip to content

Special Report 4-5 ଦିନ ଗୋଟେ ଘରେ ରହି ଗପାଗପି କରି ଘଷାଘଷି ହେଲେ ସବୁ ଠିକ୍ ହୋଇଯିବ

କଂଗ୍ରେସ ନେତା ସୁର ଭାଇଙ୍କୁ ସମସ୍ତେ ତ ଜାଣିଥିବେ । ସେ ସବୁବେଳେ ନିଜ ମନ୍ତବ୍ୟ, ଆଉ ଅଲଗା ପ୍ରକାରର କଥା ପାଇଁ ମିଡ଼ିଆ ଆଗରେ ହେଉ ବା ସମଗ୍ର ଓଡ଼ିଶା ବାସୀମାନଙ୍କ ଆଗରେ ବହୁତ ଫିମୋସ ଅଛନ୍ତି । ତାଙ୍କ କଥା ଗୋଟେ ଗୋଟେ ଡ଼ାଇଲଗ ହେଇ ଯାଉଛି । ଆଉ ଯାହା ଓଡ଼ିଶାର ସମସ୍ତ ଲୋକ ସେ ଛୋଟ ପିଲା ହେଉ ବା ବଡ଼ ଲୋକ ସମସ୍ତେ ସେହି ଡାଇଲଗକୁ କହୁଛନ୍ତି । ସୁରଭାଇ ସବୁବେଳେ ଏମିତି କଥା କହିଥାନ୍ତି । ଆଉ ତାଙ୍କ କଥା ଶୁଣି ସବୁ ଓଡ଼ିଶାବାସୀ ହସିଥାନ୍ତି ମଧ୍ୟ ।

ସେ ସବୁବେଳେ ପ୍ରାୟ ବିରୋଧୀ ଦଳ ବିଷୟରେ କହିଥାନ୍ତି । ଏବେ ସେ ଆଉ ଥରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତପସ୍ଵିନୀଙ୍କ ଘଟଣା ପରେ ସେ ଅନୁଭବ ଆଉ ବର୍ଷାଙ୍କର ସମ୍ପର୍କକୁ ନେଇ ଦେଇଛନ୍ତି ଏମିତି କିଛି କହିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ସୁର ଭାଇ କହିଛନ୍ତି, ଚାରି ୫ ଦିନ ଗୋଟେ ଘରେ ରହିକରି ଯାହା ଅଛି ଗପାଗପି କରି ଘଷାଘଷି ହେଇଗଲେ ସବୁ ଠିକ୍ ହେଇଯିବ । ଅନୁଭବ ଆଉ ବର୍ଷାଙ୍କୁ ବି ସେମିତି କରିଦେବା ଦରକାର । ତାଙ୍କୁ ଗୋଟେ ଘରେ ଛାଡ଼ି ଦେବା ଦରକାର, ନା ତାଙ୍କ ବାପା ଯିବେ ନା ତାଙ୍କ ବାପା ଯିବେ କେହି ଯିବେନି । ଏଇଟା ହେଉଛି ନୀତିଗତ ଫର୍ମୁଲା । ସ୍ନେହର ଫର୍ମୁଲା, ଶ୍ରଦ୍ଧାର ଫର୍ମୁଲା, ଭକ୍ତିର ଫର୍ମୁଲା ଏବଂ ଚିରଦିନ ବଞ୍ଚିବାର ଫର୍ମୁଲା । ଏଇଟା ହେଲେ ଖୁବ୍ ବଢିଆ ହେବ, ହୋଇଯିବା ଦରକାର ।

ଜଜ୍ ସେମିତି ଅନୁଭବ ବର୍ଷାଙ୍କୁ ଗୋଟେ ଘରେ ପୁରେଇ ଦେବା ଦରକାର । ଚାରି ୫ ଦିନ ରହିକରି ଯାହା ଅଛି ଗପାଗପି ଘଷାଘଷି ହେଇଗଲେ ସବୁ ଖତମ୍ ହେଇଯିବ । ପୁଣି ସୁନାର ସଂସାର ଫେରି ପାଇବ । ସ୍ବାମୀ ସ୍ତ୍ରୀର ସ୍ନେହ, ଶ୍ରଦ୍ଧା, ଭକ୍ତି ସବୁ ଫେରି ପାଇବ । ଖୁବ୍ ବଢିଆ ହେବ । ସେ ଜଜଙ୍କୁ ମୁଁ ଧନ୍ୟବାଦ ଦେବି, ବଢିଆ ଜଜ୍ ।

ଗୋଟେ ଦାମ୍ପତ୍ୟ ଜୀବନ କଣ ସେ ଜାଣନ୍ତି । ସ୍ବାମୀ ସ୍ତ୍ରୀ ଖବର କଣ ସେ ଜାଣନ୍ତି । ସେ ଯେଉଁ ଅର୍ଡର୍ କରିଛନ୍ତି ସେଠିକି ଶାଶୁ ଯିବେନି କି ଶଶୁର ଯିବେନି, ବୋଉ ଯିବନି କି ବାପା ଯିବେନି, ଭାଇ ଯିବନି କି ଶଳା ଯିବନି । କେବଳ ସେମାନେ ଦୁଇଜଣ ସ୍ବାମୀ ସ୍ତ୍ରୀ ରହିବେ ଏକାଠି ରହିବେ, ଏକାଠି ଖାଇବେ, ଏକାଠି ଶୋଇବେ, ଏକାଠି ଖେଳିବେ, ଏକାଠି ହସିବେ, ଏକାଠି କଥାବାର୍ତ୍ତା ହେବେ । ଏହାଦ୍ବାରା ନିବିଡ ତା ବଢିବ । ଖୁବ୍ ଭଲ ହେଲା । ଜଜଙ୍କୁ ଧନ୍ୟବାଦ୍ ଖୁବ୍ ଭଲ ନିଷ୍ପତ୍ତି ନେଇଛନ୍ତି ।

ଏହିଭଳି ଅନ୍ୟ କେସ ଯଉ ସବୁ ଅଛି, ସ୍ତ୍ରୀ ପୁରୁଷ ଭିତରେ ଫାଟ ଅଛି, କେସ ଚାଲିଛି । ଜଜ୍ ଯଦି ଏହିଭଳି ସମସ୍ତଙ୍କୁ ଗୋଟେ ଘରେ ଖାଲି ରଖନ୍ତେ ସେଠିକି କେହି ଯିବେନି, ବାପା ମା ଯିବେନି କି ଶାଶୁ ଶଶୁର ଯିବେନି ଏକା ରହିଯିବେ । ତାହେଲେ ଖୁବ୍ ବଢିଆ ହେବ ସେମାନେ ତାଙ୍କର ସୁନାର ସଂସାର ଫେରି ପାଇବେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *