Press "Enter" to skip to content

ଅଳ୍ପକେ ବର୍ତ୍ତୀ ଗଲା ଜୀବନ ଚାଲୁଥିବା ଟ୍ରେନ୍ ରୁ ତଳେ ପଡିଗଲେ ମହିଳା ଦେଖନ୍ତୁ live video

ଅନେକ ସମୟରେ ଲୋକମାନେ ନିଜର ଅସାବଧାନତା ଯୋଗୁଁ ଟ୍ରେନ ଦୁ-ର୍ଘ-ଟ-ଣା ର ଶିକାର ହୋଇଥାନ୍ତି। କେତେବେଳେ କିଏ ଟ୍ରେନ ଚଳାଚଳ କରୁଥିବା ସତ୍ତ୍ଵେ ଟ୍ରେନ ଲାଇନ ପାର ହେଉଥିବା ବେଳେ ଦୁ-ର୍ଘ-ଟ-ଣା ର ଶିକାର ହୋଇଥାଏ ତ କେତେବେଳେ କିଏ ନିଜ ଅଜାଣତରେ ସାବଧାନ ରହି ମଧ୍ୟ ଦୁର୍ଭାଗ୍ୟ ବଶତଃ ଦୁ-ର୍ଘ-ଟ-ଣାର ଶିକାର ହୋଇଥାଏ। ଟ୍ରେନକୁ ଚଢିବା କିମ୍ବା ଟ୍ରେନରୁ ଓହ୍ଲାଇବା ସମୟରେ ସାମାନ୍ୟ ଅନ୍ୟମନସ୍କ ରହିଲେ କିମ୍ବା ସନ୍ତୁଳନ ହରାଇଲେ ଏହା ଆପଣଙ୍କ ଜୀବନ ନେଇଯାଇଥାଏ।

କେବଳ ଆପଣଙ୍କ ଭାଗ୍ୟ ଭଲ ଥିଲେ ହିଁ ଆପଣ ଏଠାରୁ ବଞ୍ଚିପାରିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୁରୁଳିଆ ରେଲୱେ ଷ୍ଟେସନରେ। ଷ୍ଟେସନରେ ଦୁଇଜଣ ମହିଳା ଚଳନ୍ତା ଟ୍ରେନରୁ ଡେଇଁବାକୁ ଚେଷ୍ଟା କରିଥିଲେ। ଦୁଇଜଣ ମହିଳା ସତରାଗଜି-ଆନନ୍ଦବିହାର ଟ୍ରେନରେ ଯାଉଥିଲେ। ଦେଖୁ ଦେଖୁ ଦୁହେଁ ସେହି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଟ୍ରେନଠାରୁ ଟିକେ ଦୂରରେ ପଡିଯାଇଥିଲେ।

କିନ୍ତୁ ଆଉ ଜଣେ ମହିଳା ଟ୍ରେନକୁ ଲାଗି ପଡିଗଲେ। ଏହି ସମୟରେ ଅନ୍ୟ ଲୋକମାନଙ୍କ ସହିତ ଜଣେ ପୋଲିସ କର୍ମଚାରୀ ଦୌଡିଆସି ତାଙ୍କୁ ବଞ୍ଚାଇ ଦେଇଥିଲେ। ଯଦି ଆଉ ସାମାନ୍ୟ୍ ବିଳମ୍ବ ହୋଇଥାନ୍ତା ତେବେ ସେ ଟ୍ରାକରେ ଫସି ଯାଇଥାନ୍ତେ। ଅଳ୍ପକେ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ଭିଡିଓକୁ ଦକ୍ଷିଣପୂର୍ବ ରେଳବାଇର ଟୁଇଟର ହ୍ୟାଣ୍ଡଲରେ ସେୟାର କରାଯାଇଛି। ଯେଉଁ ପୋଲିସ କର୍ମଚାରୀ ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ସେ ଜଣେ ସବଇନ୍ସପେକ୍ଟର।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା

ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *