Press "Enter" to skip to content

ପୁରୀରେ ପରିବର୍ତ୍ତନ ହେଲା ଆକାଶର ରଙ୍ଗ। ମିଳିଲା ଏଭଳି ସଂକେତ।

ଲାଲ ହୋଇଗଲା ପୁରୀର ଆକାଶ। ବାତ୍ୟା ଜୱାଦକୁ ନେଇ ସମସ୍ତେ ଭୟଭୀତ ଥିବାବେଳେ ଏଥିରୁ ମିଳିଛି ନିସ୍ତାର। ହେଲେ ରବିବାର ଅପରାହ୍ନରେ ପୁରୀବାସୀ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ପାଇଥିଲେ। ନୀଳ ଆକାଶ ହଠାତ୍ ରଙ୍ଗ ବଦଳାଇଥିଲା। ଗତକାଲି ମଧ୍ୟାହ୍ନରେ ବାତ୍ୟା ଜୱାଦ ଦୁର୍ବଳ ହୋଇଯାଇ ଅବପାତରେ ପରିଣତ ହୋଇଥିଲା। ଅପରାହ୍ନ ମଧ୍ୟରେ ବାତ୍ୟା ସମ୍ପୂର୍ଣ୍ଣ ଶେଷ ହୋଇସାରିଥିଲା। ତେବେ ହୁଏତ ଏହି କାରଣରୁ ପୁରୀ ତଥା ଓଡିଶାର ଅନ୍ୟାନ୍ୟ ଅଞ୍ଚଳରେ ଆକାଶ ଲାଲ୍ ରଙ୍ଗର ହୋଇଯାଇଥିଲା।

ଲୋହିତ ରଙ୍ଗର ଆକାଶ ଦେଖିବାକୁ ମିଳିଥିଲା। ଯାହାକୁ ସାଧାରଣତଃ “ଆକାଶ ପାଚିଲା” ବୋଲି କୁହାଯାଏ। ସମୁଦ୍ରର ଦୂର ଦିଗବଳୟର ଦୃଶ୍ୟ ଲାଲ୍ ହୋଇଯାଇଥିଲା। ବେଶ୍ କିଛି ସମୟ ପାଇଁ ଏଭଳି ଦୃଶ୍ୟ ଦୃଶ୍ୟମାନ ହୋଇଥିଲା। କିଏ କହିଥିଲା ଏହା ପ୍ରକୃତିର ପ୍ରତିଶୋଧ ତ ଆଉ କିଏ କହୁଥିଲା ଏହା ଭଲ ଲକ୍ଷଣ ନୁହେଁ। ଯଦିଓ ବାତ୍ୟା ଜୱାଦ କବଳରୁ ପାର୍ ହୋଇଗଲା ଓଡ଼ିଶା, କିନ୍ତୁ ଆଗାମୀ ଦିନରେ ଆଉ କିଛି ବିପର୍ଯ୍ୟୟ ଆସିବାର ସୂଚନା ଦେଉଛି ଏହି ଲାଲ୍ ରଙ୍ଗର ଆକାଶ। ଏଭଳି କିଛି ପ୍ରତିକ୍ରିୟା ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *