Press "Enter" to skip to content

ବାତ୍ୟା ପରେ ମଧ୍ୟ ଏହି ଜିଲ୍ଲାଗୁଡିକରେ ଲାଗିରହିବ ବର୍ଷା । ଏହିଦିନ ମିଳିବ ବାତ୍ୟାର କ୍ଷତିପୂରଣ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ତରଫରୁ ଆସିଲା ବଡ଼ ଅପଡେଟ। ବାତ୍ୟା ଜୱାଦର ବିପଦ ଟଳିଥିଲେ ମଧ୍ୟ ରାଜ୍ୟର କିଛି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଦୁଇଦିନ ବର୍ଷା ମଧ୍ୟରେ ଚାଷୀ ମାନଙ୍କୁ ବହୁକିଛି କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ତେବେ ସୂଚନା ମୁତାବକ ବହୁତ ଶୀଘ୍ର କ୍ଷୟକ୍ଷତିର ହିସାବ ଏବଂ ସେମାନଙ୍କୁ ମଧ୍ୟ କ୍ଷତିପୂରଣ ମିଳିବାକୁ ଯାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲା ଯଥା ବର୍ଷା ହେବାର ସୂଚନା ରହିଛି। ଗଞ୍ଜାମ, ନୟାଗଡ଼, କେଉଁଝର, ଅନୁଗୁଳ, ଢେଙ୍କାନାଳ ପାଇଁ କିଛି ସ୍ଥାନରେ ବର୍ଷାର ସୂଚନା ରହିଛି।

ସେହି ଜିଲ୍ଲା ଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଗତକାଲି ପାରାଦୀପରେ ତିନିଘଣ୍ଟା ମଧ୍ୟରେ ୫୬ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି।

ବାତ୍ୟା ଚାଲିଯାଇଥିଲେ ମଧ୍ୟ ତା’ର ପ୍ରଭାବରେ ଆହୁରି ୧୨ ଘଣ୍ଟା ବର୍ଷା ଲାଗିରହି ଦକ୍ଷିଣରୁ ଯାଇ ଉତ୍ତର ଉତ୍ତର-ପୂର୍ବ ଓଡ଼ିଶାରେ କମିବ। ଦକ୍ଷିଣ ଓଡ଼ିଶାର ଉପକୂଳ ଜିଲ୍ଲାରେ ଛଅ ଘଣ୍ଟା ଧରି ବର୍ଷା ହେବ।

ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ ଘୂର୍ଣ୍ଣୀବଳୟ ପ୍ରଭାବ ଶେଷ ହେବାପରେ ଏକ ସପ୍ତାହ ମଧ୍ୟରେ ଫସଲ କ୍ଷୟକ୍ଷତିର ଆକଳନ କରାଯିବ। ଲଗାତାର ବର୍ଷା ହେତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଫସଲ ନଷ୍ଟ ହେବାର ସମ୍ଭାବନା ଏଡାଇ ହେବନାହିଁ ବୋଲି ଏସଆରସି କହିଛନ୍ତି। ଘୂର୍ଣ୍ଣୀବଳୟ ପ୍ରଭାବ ଚାଲିଯିବା ପରେ କ୍ଷତିପୂରଣ ଦାବି ମଧ୍ୟ କରିବେ।

ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ଯେ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ। ହେଲେ ଏନେଇ ଆସନ୍ତା ୮ ତାରିଖରୁ ସମ୍ପୂର୍ଣ୍ଣ ଅପଡେଟ ଜଣାପଡିବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *