Press "Enter" to skip to content

ବନ୍ଧୁଙ୍କ ସହ ବୁଲିବା ବେଳେ ଅସାମାଜିକ ଯୁବକଙ୍କ ହାବୁଡ଼ରେ ପଡ଼ିଲେ ଯୁବତୀ। ତା ପରେ ଘଟିଲା ଏଭଳି ଘଟଣା।

ଯୁବତୀ ଦୁଇଜଣ ଯୁବକଙ୍କୁ ଭାଇ ଭାଇ ସମ୍ବୋଧନ କରି ତାଙ୍କୁ ହଇରାଣ ନ କରିବାପାଇଁ ଗୋଡହାତ ତଳେ ପଡି ଅନୁରୋଧ କରୁଛନ୍ତି। ଖାଲି ସେତିକି ନୁହେଁ, କାନ୍ଦି କାନ୍ଦି ଯୁବତୀ ଦୁୁଇଜଣ କହୁଞ୍ଚନ୍ତି ଆମେ ଏମିତି ଭୁଲ୍ କରିବୁନାହିଁ, ଆମକୁ ଛାଡିଦିଅନ୍ତୁ। ତଥାପି ଯୁବକଜଣକ ନଛୋଡବନ୍ଧା। ନିଜେ ଏହି ଯୁବକ ଦୁଇଜଣ ଯୁବତୀଙ୍କୁ ଶାସ୍ତି ଦେବାପାଇଁ ଅଣ୍ଟା ଭିଡିଛନ୍ତି। ଏହି ଭିଡିଓଟି ଏବେ ରାହାମା ଅଞ୍ଚଳରେ ଭାଇରାଲ୍ ହେଉଛି। ଯୁବକମାନେ ଏଭଳି ଅ-ଶ୍ଳୀ-ଳ ଭାଷା କହୁଛନ୍ତି ଯାହାକୁ ଶୁଣିବା ସଭ୍ୟ ସମାଜ ପାଖରେ ସମ୍ଭବ ନୁହେଁ। ପୋଲିସ ପକ୍ଷରୁ ମଧ୍ୟ ଏହି ଘଟଣା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଜଗତସିଂହପୁର ଜିଲ୍ଲାର ଏକ ଶିକ୍ଷାନୁ୍ଷ୍ଠାନର ଦୁଇଜଣ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କ ସହ କଲେଜରୁ ଅନତି ଦୂରରେ ଥିବା ନଈପଠାରେ ଥିବା ଝାଉଁ ଜଙ୍ଗଲରେ ଆସି ବୁଲାବୁଲି କରୁଥିଲେ। ଏଠାରେ ବସି ଗପସପ କରୁଥିବାବେଳେ ଦୁଇ ତିନି ଜଣ ଅସାମାଜିକ ଯୁବକ ଆସି ସେମାନଙ୍କ ଭିଡିଓ କରି ଭାଇରାଲ୍ କରିବାର ଧମକ ଦେଇଥିଲେ।

ତାପରେ ଆରମ୍ଭ ହୋଇଥିଲା ଅ-ଶ୍ଳୀ-ଳ ଭାଷାରେ ଗାଳିଗୁଲଜ ଓ ଅସଭ୍ୟ ବ୍ୟବହାର। ଯାହା ଯେକୌଣସି ଝିଅକୁ ଡରାଇଦେବ। ଘଟଣାଟି ସମ୍ବେଦନଶୀଳ ହୋଇଉଠିଥିଲା। ନିକାଞ୍ଚନ ସ୍ଥାନରେ କିଶୋର କିଶୋରୀମାନେ ଏ ବୟସରେ ବସି କଥା ହେବା ଆଜିକାଲି ସାଧାରଣ କଥା।

ଏହି ସମୟରେ ଏଭଳି ବ୍ୟବହାର ଭୟର ବାତାବରଣ ସୃଷ୍ଟି କରିଛି। ପ୍ରଶ୍ନ ଉଠିଛି, ମୋରାଲ୍ ପୋଲିସିଂ ନାଁ ରେ ଏଭଳି ଡିଟେନ୍ କରିବାର ଅଧିକାର କିଏ ଦେଇଛି ଏହି ଯୁବକମାନଙ୍କୁ? ପୋଲିସ କାହିଁକି ଚୁପ୍ ବସିଛି? ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିଲେ ବି ପୋଲିସ କାହିଁକି ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେଉଛି?

କେହି କାହା ସହ କୌଣସି ସ୍ଥାନରେ ବସି ଗପିବା ତାଙ୍କର ବ୍ୟକ୍ତିଗତ ଅଧିକାର। ତେବେ କାହିଁକି ଏଭଳି ଯୁବକମାନେ ନିଜକୁ ସମାଜର ଠିକାଦାର ଭାବେ ସଜାଇଛନ୍ତି? ଯଦି ଯୁବତୀଙ୍କୁ ଶିକ୍ଷା ଦେବାକୁ ଚାହୁଁଛନ୍ତି,ଭଲ ରେ ନ ବୁଝାଇ ଅସଭ୍ୟ ବ୍ୟବହାର କରି ଟଣାଟଣି କରି ଭିଡିଓ ଭାଇରାଲ୍ କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *