Press "Enter" to skip to content

Special Report ଧ୍ଵଂସ ଆଣିବ କି ଉଲକା ପିଣ୍ଡ ସପ୍ତାହେ ମଧ୍ୟରେ ପୃଥିବୀ ସହ ଧକ୍କା

୨୦୧୯ ରୁ କରୋନା ସାରା ଦୁନିଆକୁ ନିଜ ଅଧୀନରେ ରଖିଛି । ଏହି ମହାମାରୀ ଦୁନିଆକୁ କାରାଗାରରେ ରହିବାକୁ ବାଧ୍ୟ କରିଥିଲା । ଏବେ ପୁଣି ଥରେ ଏହାର ନୂଆ ଭ୍ୟାରିଆଣ୍ଟ ହଇଯଇ ସୃଷ୍ଟି କରିବା ଆରମ୍ଭ କରିଛି । ଏହି ସମୟରେ ଆଉ ଏକ ନୂଆ ସମସ୍ୟା ପୃଥିବୀ ଆଡ଼କୁ ମାଡି ଆସୁଛି । ନେରସ୍ ନାମକ ଏକ ଉଲକା ପିଣ୍ଡ ଯାହା ଅନ୍ତରୀକ୍ଷ ଠାରୁ ୩୦ ମିଟର ବଡ ପୃଥିବୀ ଆଡ଼କୁ ମାଡି ଆସୁଛି । ଏହି ଉଲକା ପିଣ୍ଡ ଆଇଫିଲ୍ ଟାୱାର ଠାରୁ ମଧ୍ୟ ଉଚ୍ଚତା ।

କୁହାଯାଉଛି ଯେ ଏହି ଗ୍ରହଟି ପ୍ରତି ସେକେଣ୍ଡରେ ୪ ମାଇଲ ବେଗରେ ପୃଥିବୀ ଆଡ଼କୁ ଗତି କରୁଛି । ଡିସେମ୍ବର ୧୧ ସୁଦ୍ଧା ପୃଥିବୀର କକ୍ଷପଥରେ ଏହା ପହଞ୍ଚିବ ବୋଲି ଆଶା କରାଯାଉଛି ।
ନାସାର ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ଏହିଭଳି ଏକ ବୃହତ୍ ଗ୍ରହ ପୃଥିବୀକୁ ଧକ୍କା ଦେଇପାରେ । ଯାହା ଏକ ବିରାଟକାୟ ଧ୍ଵଂସ ବି ଆଣିପାରେ ।

ନାସା ଦ୍ଵାରା କରାଯାଇଥିବା ଗଣନା ଅନୁଯାୟୀ ଏହି ଉଲକା ପିଣ୍ଡ ଆସନ୍ତା ସପ୍ତାହ ସୁଦ୍ଧା ପୃଥିବୀର କକ୍ଷ ପଥରେ ପହଞ୍ଚିବ । ଏହା ପୃଥିବୀର ଅତି ନିକଟତର ହୋଇ ଘୁରି ବୁଲିବ । ଏହି ସମୟରେ ଯଦି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ଆକର୍ଷଣ କରେ ତେବେ ପୃଥିବୀର ବିନାଶ ସୁନିଶ୍ଚିତ । ତେବେ ଏହାର ସମ୍ଭାବନା ବହୁତ କମ୍ ବୋଲି ନାସା କହିଛି । ନାସା ଏହି ଗ୍ରହର ନାମ ୪୪୬୦ ନେରସ୍ ରଖିଛି ।

ବର୍ତ୍ତମାନ ଏହା ପ୍ରତି ସେକେଣ୍ଡରେ ୪ ମାଇଲ ବେଗରେ ପୃଥିବୀ ଆଡ଼କୁ ଗତି କରୁଛି । ନାସା ଏହାକୁ ବିପଦଜନକ ବର୍ଗରେ ସ୍ଥାନିତ କରିଛି । ଅବଶ୍ୟ ଏହି ଉଲକା ପିଣ୍ଡ ସୂର୍ଯ୍ୟ ଏବଂ ଚନ୍ଦ୍ରର ଦୂରତା ଠାରୁ ୧୦ ଗୁଣରୁ ଅଧିକ ଦୂରରେ ଅତିକ୍ରମ କରିବ । ଏହା ସତ୍ତ୍ୱେ ନାସା ଏହାକୁ ଏକ ବିପଦ ବୋଲି କହିଛି । ଯେଉଁ ଗତିରେ ଏହା ପୃଥିବୀ ଆଡ଼କୁ ମାଡି ଆସୁଛି ତାହା ଆସନ୍ତା ସପ୍ତାହ ସୁଦ୍ଧା କକ୍ଷ ପଥରେ ପହଞ୍ଚିବ ବୋଲି କୁହାଯାଉଛି ।

ପ୍ରକାଶ ପାଉଛି କି ଆସନ୍ତା ସପ୍ତାହରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ଉଲକା ପିଣ୍ଡକୁ ୧୯୪୨ ମସିହା ଫେବୃଆରୀ ୨୮ ତାରିଖରେ ଜ୍ୟୋର୍ତିବିଜ୍ଞାନୀ ଏଲିନୋର୍ ଏଫ୍ ଏଲି ଆବିଷ୍କାର କରିଥିଲେ । ସେବେଠାରୁ ନାସା ଏବଂ ଜାପାନ ସ୍ପେସ ଏଜେନ୍ସି ଚାଳସା ଏହା ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ଯେତେବେଳେ ଏହା ଆସନ୍ତା ସପ୍ତାହରେ ପୃଥିବୀ ନିକଟରେ ଅତିକ୍ରମ କରିବାକୁ ଯାଉଛି ସମସ୍ତଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହେଉଛି ।

ଭୟର କାରଣ ହେଉଛି ଇତିହାସର ଘଟଣା । ଯେତେବେଳେ ଏକ ଉଲକା ପିଣ୍ଡ କାରଣରୁ ପୃଥିବୀର ଡାଇନେସର ବଂଶ ଲୋପ ପାଇ ଯାଇଥିଲା । ଏହିପରି ଅନ୍ୟ କୌଣସି ଘଟଣା ଯେପରି ନହୁଏ ସେଥିପାଇଁ ବୈଜ୍ଞାନିକମାନେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ଏହି କାରଣରୁ ଏହି ଉଲକା ପିଣ୍ଡ ପ୍ରତି ଅଧିକ ଧ୍ୟାନ ରହିଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *