Press "Enter" to skip to content

ଅଟୋଚାଳକ ଦେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଗଣମାଧ୍ୟମରେ ଦେଲେ ଏଭଳି ପ୍ରତିକ୍ରିୟା।

ଅନେକ ସମୟରେ ଅଟୋ, ବସ୍, ଟ୍ରେନ କିମ୍ବା ଅନ୍ୟାନ୍ୟ ଯାତ୍ରୀବାହୀ ଯାନରେ ଯାଉଥିବା ସମୟରେ ଲୋକମାନେ ସେଥିରେ ନିଜ ଜିନିଷ ଛାଡିଦେଇଥାନ୍ତି। ପରେ ସେହି ଜିନିଷକୁ ଅନୁସନ୍ଧାନ କଲେ ମଧ୍ୟ ସମସ୍ତେ ଭାବନ୍ତି ଯେ ସେ ଜିନିଷ ଆଉ ମିଳିବ ନାହିଁ, ହୁଏତ ତାକୁ କେହି ନେଇଯାଇଥିବ। କେବଳ ଯଦି ପାଇଥିବା ବ୍ୟକ୍ତିଜଣଙ୍କ ସହୃଦୟ ହୋଇଥିବେ, ସେ ଜିନିଷକୁ ଫେରେଇବାକୁ ଚେଷ୍ଟା କରିଥାନ୍ତି। ଏହିଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାରେ। ସୂଚନା ମୁତାବକ ମହିଳା ଯାତ୍ରୀ ଏକ ଅଟୋରେ ନୃସିଂହ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।

ଅଟୋଚାଳକ ପାଖାପାଖି ଘଣ୍ଟାଏ ପରେ ନିଜ ଅଟୋରେ ଏକ ବ୍ୟାଗ୍ ଦେଖି ତାହାକୁ ଚେକ୍ କରିବାରୁ ସେଥିରେ ପାଖାପାଖି ୨-୩ଲକ୍ଷ ଟଙ୍କାର ସୁନା ଗହଣା, ଛୋଟ ଛୁଆଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ପାଇଥିଲେ। ଏନେଇ ସେ ତାଙ୍କର ଷ୍ଟାଣ୍ଡ ବାବା ଦେବେଶ୍ୱର ଅଟୋଚାଳକ ସଂଘର ସଦସ୍ୟଙ୍କୁ ଜଣାଇ ଜିନିଷକୁ ନେଇ ଡିଏସପିଙ୍କୁ ଦେଇଥିଲେ। ଏହାପରେ ଖୋଜାଖୋଜି କରିବାରୁ ଜିନିଷର ଅସଲି ମାଲିକଙ୍କ ସହ ଦେଖା ହୋଇଥିଲା ଓ ତାଙ୍କୁ ଜିନିଷ ଫେରାଯାଇଥିଲା। ଅଟୋଚାଳକ କହିଥିଲେ ଯେ ଆମେ ଚାହିଁଲେ ନିଜେ ଟଙ୍କା କମାଇପାରିବା, କିନ୍ତୁ ଯାହାର ଏତେ ଟଙ୍କାର ଜିନିଷ ହଜିବ ତାଙ୍କୁ ବହୁତ କଷ୍ଟ ହେବ।

ସେ କହିଥିଲେ ତାଙ୍କ ଅଟୋଭଡା ହେଉଛି ତାଙ୍କ ପ୍ରାପ୍ୟ, ତା ଛଡା ଆଉ କିଛି ତାଙ୍କର ପ୍ରାପ୍ୟ ନୁହେଁ। ତାଙ୍କ ନିଜ ଜିନିଷ ପ୍ରତି ତାଙ୍କର ଲୋଭ, ପର ଜିନିଷ ଉପରେ ତାଙ୍କର ଲୋଭ ନାହିଁ। ତାଙ୍କ ସହ ପୂର୍ବରୁ ଏଭଳି ୩-୪ ଥର ହୋଇଛି,କିନ୍ତୁ ପ୍ରଥମ ଥର ଓଟିଭି ତରଫରୁ ଏଭଳି ସମ୍ମାନ ମିଳିଛି। ଏହାକୁ ସେ କେବେ ଭୁଲିବେନି। ଧନ ସମସ୍ତେ କମାଉଛନ୍ତି, କିନ୍ତୁ ସମ୍ମାନ ହିଁ ପ୍ରକୃତ ଧନ। ଜିନିଷ ଫେରାଇବାପରେ ମାଲିକଙ୍କ ପରିବାର ତରଫରୁ ମଧ୍ୟ ବହୁ ସମ୍ମାନ ଓ ସ୍ନେହ ମିଳିଛି। ତେବେ ସେ ଚାହାନ୍ତି ଯେ ସବୁ ଅଟୋ ଚାଳକ ଭାଇମାନେ ଏବଂ ସଂଘ ମାନେ ଏହିଭଳି ସଚ୍ଚୋଟ ହୋଇ ଏକତ୍ର ରହିବା ଉଚିତ୍।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *