Press "Enter" to skip to content

ହଜିଗଲା ମାନବିକତା… ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ… ଅଟୋ ଭିତରେ ଡେଲିଭରୀ ।।

ଆଜିକାଲି ଦୁନିଆରେ କେହି ବି ନେତା ମନ୍ତ୍ରୀ ଜନତାଙ୍କର ଦୁଃଖ ବୁଝୁନାହାନ୍ତି । କେଉଁଠି ଲୋକ ବହୁତ ହଇରାଣ ହେଉଛି ତ ଆଉ କେଉଁଠି ଲୋକ ସମସ୍ତ ସୁବିଧା ପାଉଛି । ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାର ବହୁତ ସୁବିଧା କରିଥିବା ବେଳେ କିଛି ଲୋକଙ୍କ ପାଖରେ ସେ ସୁବିଧା ପହଞ୍ଚି ପାରୁନି । ଇଏ କି ପ୍ରକାରର ନିୟମ । ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ।

ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ । ଏମିତି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁରୁ । ସେହି ଗାଁର କାର୍ତ୍ତିକ ସେଠୀଙ୍କର ପତ୍ନୀ ଝୁନୁ ସେଠୀଙ୍କର ବୁଧବାର ଦିନ ମଧ୍ୟରାତ୍ରିରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ କୁମ୍ଭାର ଠାରୁ ଏକ ଅଟୋରେ ଆଶାକର୍ମୀଙ୍କ ସହାୟତାରେ ମଧ୍ୟରାତ୍ରୀ ୧ ଟା ବେଳେ ରାହାଡା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ।ହେଲେ ଯେତେ ଡାକିଲେ ମଧ୍ୟ ଡାକ୍ତରବାବୁ ଫାଟକ ଖୋଲି ନଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ନର୍ସ ଜଣକ ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ କରାଇଥିଲେ । ଘଟଣାକୁ ଗୁରୁତର ସହ ନେଇଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ । ଅଭିଯୋଗକୁ ଭିତ୍ତି କରି ଡ଼ାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି । ସରକାର ଯେତେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ବି ଗ୍ରାମାଞ୍ଚଳରେ ସ୍ଥିତି ଆଦୌ ଯେ ଭଲ ନାହିଁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *