Press "Enter" to skip to content

Health Tips ଘରେ ପ୍ରସ୍ତୁତ କରନ୍ତୁ ଏଭଳି ଉଚ୍ଚ ପୋଷଣ କ୍ଷୀର। ମିଳିବ ସମସ୍ତ ପ୍ରକାର ଜରୁରୀ ଭିଟାମିନ।

ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ, କ୍ଷୀର ଲାଭଦାୟକ ଅଟେ। କିନ୍ତୁ କ୍ଷୀରକୁ ଖାଲି ପିଇବା ଅପେକ୍ଷା ସେଥିରେ କିଛି ଉପକାରୀ ଦ୍ରବ୍ୟ ମିଶାଇ ସେବନ କଲେ ଏଥିରୁ ଅଧିକ ପୋଷଣ ମିଳିଥାଏ। ତେବେ ଏଭଳି ଏକ ରେଶିପି ରହିଛି ଯାହା ଭିଟାମିନ ଓ ମିନେରାଲ ରେ ଭରପୁର ଅଟେ। ଏହା ଏତେ ସ୍ଵଦିଷ୍ଟ ଯେ ପ୍ରତିଦିନ ପିଇଲେ ମଧ୍ୟ ଆପଣଙ୍କ ମନ ଭରିବ ନାହିଁ। ଏହାକୁ ବନାଇବା ମଧ୍ୟ ବହୁ ସହଜ ଓ ସରଳ। ଶୀତଦିନ ଏହାର ସେବନ କରିବା ଦ୍ଵାରା ଏହା ସ୍ବାସ୍ଥ୍ୟକୁ ଅନେକ ଲାଭ ପହଞ୍ଚାଇଥାଏ। ଏହାକୁ ବନାଇବା ପାଇଁ କମ୍ ଫ୍ୟାଟ୍ ଥିବା କ୍ଷୀର ଆବଶ୍ୟକ।

ତେଣୁ କ୍ଷୀରକୁ ଫୁଟାଇବା ସମୟରେ ସର ବା କ୍ରିମ କାଢିଦିଅନ୍ତୁ। ଅଳ୍ପ କ୍ଷୀରରେ ଛୁଆଁର ବା ଶୁଖିଲା ଖଜୁରୀ ୨-୩ ଘଣ୍ଟା ବତୁରାଇ ରଖନ୍ତୁ। ଏହି ଖଜୁରୀରେ ଆଇରନ, ଫସଫରସ, କ୍ୟାଲସିୟମ, ଜିଙ୍କ, ପୋଟାସିୟମ, କପର୍ ଓ ସଲଫେଟ୍ ସହ ଭିଟାମିନ ଏ, ବି,ସି ଓ ଇ ମଧ୍ୟ ମିଳିଥାଏ। କ୍ଷୀର ସହ ଏହାର ସେବନ କରିବାଦ୍ୱାରା ଥଣ୍ଡା, କାଶ, ଛିଙ୍କ ଏବଂ ନିଦ ନ ଆସିବା ଭଳି ସମସ୍ୟା ଦୂର ହୋଇଥାଏ। ପାଚନ କ୍ରିୟା, ହୃଦୟ, ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଆଦି ଦୂର ହୋଇଥାଏ। ତେବେ ବତୁରାଯାଇଥିବା ଖଜୁରୀକୁ କାଟି ସେଥିରୁ ମଞ୍ଜି କାଢି ଦିଅନ୍ତୁ।

ଖଜୁରୀରେ ଅଳ୍ପ ପରିମାଣର ବତୁରାଇଥିବା କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଆଲମଣ୍ଡକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏବେ ଗ୍ୟାସ ରେ ଏକ ପାତ୍ରରେ କ୍ଷୀର ବସାଇ ଆଲମଣ୍ଡ, ଅଳ୍ପ ହଳଦୀଗୁଣ୍ଡ ଓ ଏକ ଡାଲଚିନି ଖଣ୍ଡ ପକାଇ ଦୁଇ ମିନିଟ୍ ଫୁଟାନ୍ତୁ। ଏହାପରେ ବଟାଯାଇଥିବା ଖଜୁରୀ ପେଷ୍ଟ ପକାଇ ଆଉ କିଛି ସମୟ ଫୁଟାନ୍ତୁ।

ଯେପରିକି ଖଜୁରୀ ସିଝିଯିବ ଓ କ୍ଷୀର ବହଳିଆ ହୋଇଯିବ। ସେଥିରୁ ଡାଲଚିନି ଖଣ୍ଡ କାଢି ଥଣ୍ଡା କରନ୍ତୁ। ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଏଭଳି ଏକ କପ୍ କ୍ଷୀର ପିଇପାରିବେ। ଏହାଦ୍ବାରା ଆପଣଙ୍କୁ ସମସ୍ତ ଜରୁରୀ ଭିଟାମିନ ମିଳିବା ସହ ଦିନସାରା ଶକ୍ତିଶାଳୀ ଅନୁଭବ କରିବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published. Required fields are marked *