Press "Enter" to skip to content

ବାତ୍ୟା ଜୱାଦ ଓ ବାତ୍ୟା ଫନି ମଧ୍ୟରେ କଥାବାର୍ତ୍ତା। ନାଁ ପକେଇଲା ବାତ୍ୟା ଜୱାଦ।

ଜୱାଦ : ଭାଇ ନମସ୍କାର

ଫନି: ହେ ସେ ନମସ୍କାର ଛାଡ। ଆଗ କହ! କେତେଟା ଘର ଭାଙ୍ଗିଲୁ?

ଜୱାଦ: ଭାଇ ଘର ଟା ଭାଙ୍ଗି ପାରିଲିନି, ୨-୪ ଟା ପୁରୁଣା କାନ୍ଥ ଭାଙ୍ଗିଛି।

ଫନି: ଛି! ଲାଜ ଲାଗୁନି ତତେ। କାନ୍ଥ… ଶୁଣିଲା ବେଳକୁ ମୋ ମୁଣ୍ଡ ଟିଣ ହେଇଯାଉଛି। ହଉ ଛାଡ଼, କେତେଟା ଗଛ ଭାଙ୍ଗିଛୁ କହ।

ଜୱାଦ: ଭାଇ ଅମୃତଭଣ୍ଡା ଗଛ ପୁଳେ ଆଉ କଦଳୀ ଗଛକୁ ଶୁଏଇ ଦେଇଛି।

ଫନି: ଅନେଇଲୁ, ମୁଁ ଯେତେବେଳେ ଆସିଥିଲି ଫୁଙ୍କିକି କେତେ ବଡ଼ ବଡ଼ ନଡ଼ିଆ ଗଛ, ତାଳ ଗଛ ସବୁ ଓପାଡିକି ଫୋପାଡି ଦେଇଥିଲି। ଆଉ ତୁ ଆମରି ଗୋଷ୍ଠୀର ହେଇକି କହୁଛୁ ଅମୃତଭଣ୍ଡା ଗଛ, କଦଳୀ ଗଛ… ଛି!ଛି!

ଜୱାଦ: ଭାଇ ମୁଁ ପା ଟିକେ ଡିପ୍ରେସନରେ ଥିଲି। ପୁରା ଯୋଜନା କରିଥିଲି, ହେଲେ ଠିକ୍ ବେଳକୁ…

ଫନି: ହେ ସେ ବେକାର କଥା କହନି। କହ କେତେଟା ଇଲେକ୍ଟ୍ରି ଖୁଣ୍ଟ ଓପାଡିଛୁ… କହ!

ଜୱାଦ: ନା ଭାଇ, ହେଲାନି। ଠିକ୍ ଟାଇମ୍ ବେଳକୁ ଦୁର୍ବଳ ହେଇଗଲି।

ଫନି: ଆଚ୍ଛା! ହଉ ହଉ। କେତେ ଜୋର୍ ପବନ କଲୁ କହିଲୁ। ସେ ମିଡ଼ିଆବାଲା କ୍ୟାମେରା ଧରିକି ଯୋଉ ଠିଆ ହେଇକି ଗପନ୍ତି, ତାଙ୍କୁ ତ ନିଶ୍ଚିତ ଉଡ଼େଇ ଫୋପାଡିଦେଇଥିବୁ। ଏତିକି ଭରସା ମୋର ତୋ ଉପରେ ଅଛି।

ଜୱାଦ: ଭାଇ ଖରାପ୍ ଲାଗୁଛି କହିବାକୁ, ହେଲେ ଠିକ୍ ବେଳକୁ ମୁଁ ଦୁର୍ବଳ ହେଇଗଲି। ମନ କାହିଁକି ଭଲ ଲାଗିଲାନି। କାଳେ କ୍ୟାମେରା ରେ ମୋ ଫଟୋ ଲଗେଇଦେବେ, ମତେ କାଇଁ ନର୍ଭସ୍ ଲାଗିଲା।

ଫନି: କଣ ହେଲା! ନର୍ଭସ? ତୁ ଗୋଟେ କଳଙ୍କ। ତୁ ଆମ ନାଁ ପକେଇଦେଇଛୁ ରେ ଚଣ୍ଡାଳ। ଆରେ ଆମ ଗୋଷ୍ଠୀ, ତୋ ବାପା, ଗୋସେଇଁ ବାପା, ବଂଶର ମାନ,ସମ୍ମାନ,ଇଜ୍ଜତ ସବୁ ତୁ ଆଜି ମାଟିରେ ମିଶେଇ ଦେଇଛୁ। ଏବେ ମୁଁ କାହାକୁ ମୁହଁ ଦେଖେଇବି? ଆମ ପରିବାରର ରେକର୍ଡ ତୁ ଖରାପ୍ କରିଦେଲୁରେ। ଭାବିଥିଲି ହଜାର ଘର ଭାଙ୍ଗିବୁ, ହଜାର ହଜାର ଖୁଣ୍ଟ ଓପାଡି ଫୋପାଡିଦବୁ, ଦଶ ବାର ଦିନ ଲୋକ ଅନ୍ଧାରରେ ରହିବେ, ତୋ ଭୟରେ ଲୋକ ଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ଲୁଚି ରହିବେ।

ଭାବିଥିଲି ସରକାର ତୋ ନାଁ ରେ ୩-୪ ହଜାର କୋଟିର ପ୍ୟାକେଜ ଘୋଷଣା କରିବେ, ଟିଭି, ପେପର୍ ରେ ବଡ଼ ବଡ଼ ଅକ୍ଷରରେ ତୋ ନାଁ ଲେଖାହେବ, ତୋ ନାଁ ନେଇକି ଆମ ସହ ତୁଳନା କରିବେ, କହିବେ ଦେଖ! ଫନି ର ସାନଭାଇ ସବୁ ଅଜାଡ଼ି ଦେଇଚାଲିଛି, ୯୯ ମହାବାତ୍ୟାର ନାତି କଣ ନାଁ କମେଇଛି। ଆରେ ମୁଁ ଛାତି ରେ ହାତ ବାଡେଇ କହିଥାନ୍ତି ତୁ ମୋ ଭାଇ, ହେଲେ ସବୁ ତୁ ଛାରଖାର କରିଦେଲୁ। ଆ ଛି! ଥୁ! ଲଜ୍ଜ୍ୟା!

ଜୱାଦ: ଭାଇ ତମ କଥା ସହି ହଉନି। ଓଡ଼ିଶାରେ ନାହିଁ, ଯାଉଛି କଲିକତାରେ ନାଁ କମେଇବି।

ଫନି: ଏ ଯା ଯା, ସେ ଗପ କହନା। ସେଠି ବି ତୁ ନାଁ ପକେଇବୁ। ଯାହା ସବୁ ଶୁଣିଲି, ତୁ ଦୁର୍ବଳ ହେଇଗଲୁଣି। ତୋ ବିଷୟରେ ଲୋକ ଗପିଲେଣି, ତୋ ପାଇଁ ଆମେ ବରବାଦ୍। ଆମେ ବରବାଦ୍।

ଜୱାଦ୍: ଭାଇ ତମେ ଏମିତି ଧରମଛଡା କଥା କହିପାରୁଛ ଟି? କଥା ଦଉଛି, ଗଲା ବେଳକୁ ଦୁଇଶହ ଭଣ୍ଡା ଗଛ ଭାଙ୍ଗିକି ଯିବି। କିନ୍ତୁ ଲୋକଙ୍କୁ ଆଉ ଟେନସନ୍ ଦେବିନି। କରୋନା ପରେ ଓମିକ୍ରନ୍ ଭାଇରସ୍ ରେ ଲୋକଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଗଲାଣି। ଲୋକମାନେ ଖାଇବାକୁ ପାଉନାହାଁନ୍ତି। ମେଡିକାଲ୍ ରେ ଲୋକଙ୍କ ସବୁ ପଇସା ପଳାଉଛି। ଏହି ପରିସ୍ଥିତିରେ ଲୋକଙ୍କୁ କଷ୍ଟ ଦେଲେ ଭଗବାନ ମତେ କ୍ଷମା କରିବେ ଟି?

ଫନି: ଆରେ ସତରେ ତ ପାଗେଳା, ଠିକ୍ କହୁଛୁ, ଲୋକ ସତରେ କେତେ ହନ୍ତସନ୍ତ ହେଉଛନ୍ତି। ତୋର ଏହି କଥା ପଦକ ଶୁଣି ମତେ କାନ୍ଦ ଲାଗୁଛି। ନା ନା! ତୁ ମୋ କୁଳାଙ୍ଗାର ଭାଇ ନୁହେଁ, ତୁ ମୋ ଭଲ ଭାଇ। ତୁ ଲୋକଙ୍କ କଷ୍ଟ ବୁଝିଛୁ। ସେଥିପାଇଁ ଲୋକଙ୍କୁ ତୁ ଛାଡି ଦେଇଛୁ। ହଉ ଶୁଣୁ ଦୁଇଶହ ଜାଗାରେ ପାଞ୍ଚଶହ ଭାଙ୍ଗିବୁ ଆଉ କଦଳୀ ଗଛ ବି ଅଧିକ ଭାଙ୍ଗିବୁ। ଆଉ ଦିଦିଙ୍କ ରାଇଜରେ ଯାଇ ନାଁ କମେଇବୁ। ସେମିତିରେ ବି ନବୀନ ବାବୁ ସବୁ ବ୍ୟବସ୍ଥା କରିଦେଇଛନ୍ତି ଏଠି। ଆଉ କଣ ସେ ଛାଡିଛି। ହଉ ତୁ ଶୀଘ୍ର ଯା, ତୋ ଉପରେ ମୋ ଆଶୀର୍ବାଦ ରହିଛି।

ଜୱାଦ୍: ହଁ ଭାଇ! ଆଶୀର୍ବାଦ ଦିଅ। ମୁଁ ଯାଉଛି ଦିଦିଙ୍କ ପାଖକୁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from Weather updateMore posts in Weather update »

Be First to Comment

Leave a Reply

Your email address will not be published. Required fields are marked *