Press "Enter" to skip to content

ମାନସିକ ଭାରସାମ୍ୟ ହରାଇ ପରିବାରକୁ ହ-ତ୍ୟା କଲେ ଡାକ୍ତର। ଲେଖିଗଲେ ଏହି କାରଣ।

କରୋନା ସହ ଲଢ଼ି ଲଢ଼ି ମା-ନ-ସି-କ ଭାରସାମ୍ୟ ହରାଇ ବସିଛନ୍ତି ଜଣେ ଡାକ୍ତର। ନୂଆ ଭାରିଏଣ୍ଟ୍ ବିଷୟରେ ଚିନ୍ତା କରି ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ କରିଛନ୍ତି ହ-ତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ସହରର କଲ୍ୟାଣପୁର ଅଞ୍ଚଳରେ। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାନପୁର ନିବାସୀ ଡାକ୍ତର ସୁଶୀଲ କୁମାର ରାମା ହସ୍ପିଟାଲରେ କାମ କରୁଥିଲେ । ୪୮ ବର୍ଷିୟା ପତ୍ନୀ,୧୮ ବର୍ଷର ପୁଅ ଓ ୧୫ ବର୍ଷର ଝିଅ ସହ ଇନ୍ଦ୍ରାନଗରରେ ଥିବା ଡିଭିନିଟି ଆପାର୍ଟମେଣ୍ଟରେ ରହୁଥିଲେ। ସଂସାର ହସଖୁସିରେ ବିତୁଥିବାବେଳେ କରୋନା ପରେ ସବୁ ବଦଳିଗଲା।

କରୋନା ପାଇଁ ସେ ମା-ନ-ସି-କ ଭାରସାମ୍ୟ ହରାଇ ପତ୍ନୀଙ୍କୁ ହାତୁଡ଼ିରେ ପିଟି ଏବଂ ପୁଅ-ଝିଅକୁ ତଣ୍ଟି ଚିପି ହ-ତ୍ୟା କରିଛନ୍ତି। ହ-ତ୍ୟା ପରେ ହ୍ୱାଟସଆପରେ ଡାକ୍ତର ତାଙ୍କ ଭାଇଙ୍କୁ ସୂଚନା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାସ୍ଥଳରୁ ପୋଲିସ ଏକ ଡାଏରୀ ଉଦ୍ଧାର କରିଛି। ଡାଏରୀରେ ୧୦ ଫର୍ଦ୍ଦରେ ନିଜ ବିଷୟରେ ଲେଖିଛନ୍ତି ଡାକ୍ତର। କରୋନା ସମୟରୁ ସେ ମା-ନ-ସି-କ ଚାପରେ ଥିଲେ ବୋଲି ଲେଖିଛନ୍ତି। ସେ ଲେଖିଥିଲେ ଆଉ କୋଭିଡକୁ ସହ୍ୟ କରିହେଉନି। କୋଭିଡ୍ ସମସ୍ତଙ୍କୁ ମାରି ପକାଇବ। କରୋନା ସମୟର କରୁଣ ସ୍ୱର ଏବେ ବି କାନରେ ଶୁଭୁଛି। କରାଳ ରୂପ ଆଜି ବି ଶାନ୍ତିରେ ଶୁଆଇ ଦିଏନି।

ଅସାବଧାନତା ହେତୁ ଏପରି ସ୍ଥାନରେ ଫସିଛନ୍ତି, ଯେଉଁଠାରୁ ବାହାରିବା ଅସମ୍ଭବ। ତାଙ୍କର ଭବିଷ୍ୟତ ବୋଲି କିଛି ନାହିଁ। ସେ ଏକ ବିରଳ ରୋଗରେ ପୀଡିତ। ପରିବାରକୁ ହ-ତ୍ୟା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେ ନିଜ ପରିବାରକୁ କଷ୍ଟରେ ଦେଖିପାରିବେ ନାହିଁ। ତେଣୁ ମୁଁ ସମସ୍ତଙ୍କୁ ମୁକ୍ତ କରିବାକୁ ଯାଉଛି। ମୋର ଆ-ତ୍ମା ​​ମୋତେ କେବେ କ୍ଷମା କରିବ ନାହିଁ। ଏ ଘଟଣା ସମ୍ପର୍କରେ ଅଭିଯୁକ୍ତଙ୍କ ଭାଇ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍। ମୃ-ତ-ଦେ-ହ ଉଦ୍ଧାର କରିବା ସହ ଫେରାର ଅଭିଯୁକ୍ତ ଡାକ୍ତରକୁ ଖୋଜୁଛି ପୋଲିସ୍ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *