Press "Enter" to skip to content

Weather Updates depressionରେ ପରିଣତ ହେବ ବାତ୍ୟା ଜୱାଦ

ବାତ୍ୟା ଜୱାଦ ଏବେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଆଡେ ମୁହାଁଇଛି । ପୁରୀ ଉପକୂଳ ଛୁଇଁବା ବେଳକୁ ତାହା ଅବପାତର ରୂପ ନେଇ ସାରିଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ସନ୍ଧ୍ୟାରେ ଗଭୀର ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ୨୦୦ କି.ମି ଦୂରରେ ରହିଛି । ଯେତିକି ଆଗକୁ ବଢୁଛି ସେତିକି ଦୁର୍ବଳ ପଡୁଛି ବାତ୍ୟା ଜୱାଦ । ଆଜି ଡିପ୍ରେସନରେ ପରିଣତ ହେବ । ଉତ୍ତର, ଉତ୍ତର- ପୂର୍ବ ଦିଗରେ ଗତିକରି ଆଜି ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ବୋଲି ଭାରତୀୟ

ପାଣିପାଗ ବିଭାଗ ଆକଳନ କରିଛି । ତାପରେ ପଶ୍ଚିମବଙ୍ଗ ମୁହାଁ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଦୁର୍ବଳ ହୋଇ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେବ ଅବପାତ । ପୁରୀ ଉପକୂଳରେ ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୪୦ ରୁ ୫୦ କି.ମି ରହିପାରେ । ସ୍ଥଳଭାଗରେ ପଶି ସମୁଦ୍ରକୁ ପଳାଇବ ।

ତେବେ ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବ ବାତ୍ୟା ଏବଂ ରାତି ସୁଦ୍ଧା କମିବ ପ୍ରଭାବ । ଭୂବିଜ୍ଞାନୀ ଡକ୍ଟର ଜେନାମଣି ସଞ୍ଜୀବ କୁମାର କହିଛନ୍ତି ଯେ ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ପାଖରେ ପହଞ୍ଚିବ । ଏହା ତାପରେ ପଶ୍ଚିମବଙ୍ଗ ଆଡ଼କୁ ଗତି କରି ପରେ ବଙ୍ଗଳାଦେଶ ଆଡ଼କୁ ଗତି କରିବ ।

ପୁରୀ, ଜଗତସିଂହପୁର ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତା ସହିତ ଯାଜପୁର, କଟକ, ଭଦ୍ରକ, କେଉଁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାରେ ମଧ୍ୟ ବର୍ଷା ହେବ । ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆଉ ସବୁଆଡ଼େ ବା ସବୁ ଜିଲ୍ଲାରେ ବର୍ଷା ଲାଗି ରହିବ । ପୁରୀ, ଭୁବନେଶ୍ୱରରେ ମଧ୍ୟ ରାତି ସାରା ଝିପି ଝିପି ବର୍ଷା ହେଉଛି ।

କୋହଲା ପବନ ଦେଉଛି । ଏବେ ପବନର ଗତି ଟିକେ ବୃଦ୍ଧି ପାଇଛି । ଆଜି ଦିନ ସାରା ବର୍ଷା ରହିବ ଆଉ ୬ ତାରିଖରେ ମଧ୍ୟ ବର୍ଷା ହେବ । ୬ ତାରିଖ ଅପରାହ୍ନରୁ ବର୍ଷା ହେବ ନାହିଁ ବୋଲି ଅନୁମାନ କରାଯାଇଛି । ବାତ୍ୟା ବର୍ତ୍ତମାନ ଦୁର୍ବଳ ହୋଇ ପଡ଼ିଛି । କିନ୍ତୁ ତାହା ପ୍ରଭାବରୁ ବର୍ଷା ହେବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from Weather updateMore posts in Weather update »

Be First to Comment

Leave a Reply

Your email address will not be published. Required fields are marked *