Press "Enter" to skip to content

Breaking news ଜଗା ଦୁଆରେ ପହଞ୍ଚି ପାରିଲାନି ବାତ୍ୟା ଜୱାଦ ।।

ଜଗା ଦୁଆରେ ପହଞ୍ଚି ପାରିଲାନି ବାତ୍ୟା ଜୱାଦ । ଟଳିଗଲା ବିପଦ । ବଞ୍ଚାଇ ଦେଲେ ମହାପ୍ରଭୁ । ପ୍ରତିଟି ପୁରୀବାସୀଙ୍କ ମୁହଁରୁ ଏହି କଥା ଶୁଣିବାକୁ ମିଳୁଛି । ମହାପ୍ରଭୁଙ୍କ ଦୟାରୁ ବଞ୍ଚିଗଲା ଜନଜୀବନ । ବାତ୍ୟାକୁ ନେଇ ସମସ୍ତେ ଥିଲେ ଭୟଭୀତ । ବିଶେଷକରି ସମୁଦ୍ର କୂଳିଆ ଲୋକ ଛାନିଆ ହୋଇ ପଡ଼ିଥିଲେ । ଚଷା ପୁଅ ତ ତ୍ରାହି ତ୍ରାହି ଡାକୁଥିଲା । ଯଦିଓ କିଛିଟା କ୍ଷତି ସହିବ ତଥାବି ବଡ ବିପଦରୁ ବଞ୍ଚିଗଲା ଚାଷୀ କୂଳ । କୋଭିଡ ମାଡ଼ରେ ଅଣ୍ଟା ସଳଖି ନଥିବା ବ୍ୟବସାୟୀ ମଧ୍ୟ ଟିକେ ନିଃଶ୍ୱାସ ମାରିଛି । ମୋଟାମୋଟି କରି କହିବାକୁ ଗଲେ ବାତ୍ୟା ପାଇଁ ସମସ୍ତେ ଥିଲେ ବ୍ୟାକୁଳ ।

ହେଲେ ସବୁକିଛି ଥିଲା ଅଲଗା । ହଠାତ୍ ପାଗରେ ଆସିଲା ପରିବର୍ତ୍ତନ । ଦୁର୍ବଳ ହେଲା ଜୱାଦ । ଯେତେବେଳେ ଜୱାଦ ଜଗା ଦୁଆରରେ ଲ୍ୟାଣ୍ଡଫଲ୍ କରିବ ବୋଲି ଘୋଷଣା କରାଯାଇ ଥିଲା । ସେତେବେଳେ ସମସ୍ତେ ସେହି ବଡ଼ ଠାକୁରଙ୍କ ଭରଷାରେ ରହିଥିଲେ । ବିଶେଷ କରି ପୁରୀବାସୀ ସବୁକିଛି ମହାପ୍ରଭୁଙ୍କ ଉପରେ ଛାଡ଼ି ଦେଇଥିଲେ । ସମସ୍ତେ ଭାବିଥିଲେ କିଛି ଭିନ୍ନ ହେବ ଆଉ ସତକୁ ସତ ତାହାହିଁ ହେଲା । ଆଉ ମହାପ୍ରଭୁଙ୍କ ଅପାର ଶକ୍ତି ଜୱାଦକୁ ଦୁର୍ବଳ କରିଦେଲା ଆଉ ସମସ୍ତଙ୍କ ମୁହଁରେ ହସ ଫୁଟାଇଲା । କେବଳ ପୁରୀବାସୀ ନୁହଁନ୍ତି ସେଠାକୁ ଆସୁଥିବା ବାହାରୁ ପର୍ଯ୍ୟଟକ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ।

ସବୁକିଛି ଜଗନ୍ନାଥଙ୍କ କୃପାରୁ ହେଲା ବୋଲି କହିଛନ୍ତି । ଯେହେତୁ ପର୍ଯ୍ୟଟକ ମାନେ ଛୁଟି କଟାଇବାକୁ ଆସିଥିଲେ ଆଉ ବାତ୍ୟା କମି ଯାଇଛି ସେମାନଙ୍କୁ ଏହା ଅଧିକ ଖୁସି ଦେଇଥିବାର ସେ କହିଛନ୍ତି । ପର୍ଯ୍ୟଟକ ମାନେ ମଧ୍ୟ ମିଡ଼ିଆ ଆଗରେ କହିଛନ୍ତି ଆଗରୁ ବହୁତ ଡର ଥିଲା ଏହି ବାତ୍ୟାକୁ । କିନ୍ତୁ ମହାପ୍ରଭୁଙ୍କ ଦୟାରୁ ଏବେ ସବୁ ଠିକ୍ ଅଛି । ଏଠାକାର ଲୋକମାନେ ଆଉ ନିୟମ ବହୁତ ଭଲ । ଆମକୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଏବେ ସବୁ ଠିକ୍ ଅଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from Weather updateMore posts in Weather update »

Be First to Comment

Leave a Reply

Your email address will not be published. Required fields are marked *