Press "Enter" to skip to content

ଅଲଗା ଜାତିରେ ବିବାହ କଲେ ସରକାର ଆପଣଙ୍କୁ ଦେବେ ୫ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା….

ଭିନ୍ନ ଜାତିରେ ବିବାହ କରିଲେ ମିଳିବ ଟଙ୍କା । ଦମ୍ପତ୍ତିଙ୍କୁ ସାହାଯ୍ୟ ସୁବିଧା ଯୋଗାଇବେ ଆସାମ ସରକାର । ଆସାମ ସରକାର ଭିନ୍ନ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି । ଇଣ୍ଟରକାଷ୍ଟ ମ୍ୟାରେଜ ଯୋଜନା ଅଧୀନରେ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

କେତେ ଟଙ୍କା ଦେବେ ସରକାର?

ବିବାହ ପରେ ୧୦ ହଜାର ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ଆସାମ ସରକାର । ନିକଟରେ ଆରମ୍ଭ ହୋଇଥିବା ଇଣ୍ଟର କାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ କୌଣସି ପ୍ରକାରର ବ୍ୟବସାୟ କରିବା କିମ୍ବା ଆୟ ପାଇଁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଅନୁସୂଚିତ ଜାତି ଜନଜାତି ବିଭାଗର ଜଣେ ସୂଚନା ଦେଇଛନ୍ତି ।

କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ?

ସର୍ତ୍ତ ସହିତ ଏହି ଯୋଜନାର ଲାଭ ଉଠାଇ ପାରିବେ ଦମ୍ପତ୍ତି । ଏପ୍ରିଲ ୨୦୧୯ ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ ବିବାହ କରିଥିବା ଦମ୍ପତ୍ତିଙ୍କୁ ଏହି ଟଙ୍କା ମିଳିବ । ଏଥିପାଇଁ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ନ ହେବାର ଆବଶ୍ୟକତା ରହିଛି । ଅନ୍ୟପଟେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ଏବଂ ଅନ୍ୟ ଜଣେ ସବର୍ଣ୍ଣ ଜାତିର ହେବା ଆବଶ୍ୟକ ଅଟେ । ଏହି ସର୍ତ୍ତ ପୂରଣ ନହେଲେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ ।

କଣ ରହିଛି ଉଦ୍ଦେଶ୍ୟ?

ବିଜ୍ଞାନ ଯୁଗରେବି ଆଜି ଜାତିପ୍ରଥାର ବି ବିଶ୍ବାସ ରହିଛି । ହନର କିଲିଙ୍ଗ ମଧ୍ୟ ଚାଲିଛି । ପ୍ରେମ ପାଇଁ ଅକାଳରେ ଯୁବକ ଏବଂ ଯୁବତୀଙ୍କର ଜୀବନ ମଧ୍ୟ ଯାଉଛି । ବିଭିନ୍ନ ସମୟରେ ପରିବାରର ବିରୋଧରେ ଯାଇ ଯୁବକ ଯୁବତୀ ବିବାହ କରୁଛନ୍ତି । ଆଉ କିଛି ପରିବାର ଚାପରେ ଆତ୍ମହତ୍ୟା ଭଳି ନିନ୍ଦନୀୟ କାମର ବାଟ ବାଛି ନେଉଛନ୍ତି । ଆଜି ବି ଜାତି ସମସ୍ୟା ସାମାଜିକ ଚଳଣିକୁ ପ୍ରଭାବିତ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଜନା ସମନ୍ଵୟ ସକାରାତ୍ମକ ମାନସିକ ଏବଂ ସାମାଜିକ ଦୁରତ୍ଵ ଭାବନାକୁ ଉତ୍ସାହିତ କରିବା ପାଇଁ ଏହିପରି ନିଷ୍ପତି ନେଇଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *