Press "Enter" to skip to content

ଡିସେମ୍ବର ମାସରେ ଏହି ୫ଟି ଗ୍ରହ ନିଜର ଗତି ବଦଳାଇବେ ଯାହାଫଳରେ ଏହି ୫ଟି ରାଶି ହେବେ ବହୁତ ଖାସ୍ ।।

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଡିସେମ୍ବର ମାସ ବର୍ଷର ଶେଷ ମାସ ଅଟେ । ଏହି ମାସ ପୁରୁଣା ବର୍ଷ ସରିଯିବାର ସଂକେତ ଅଟେ ଏବଂ ଏହି ମାସ ନୂଆ ବର୍ଷ ଆଗମନର ଖୁସି ମଧ୍ୟ ଦେଇଥାଏ । ଡିସେମ୍ବର ମାସର ଆରମ୍ଭ ହେଉଛି ନୂଆ ବର୍ଷର ଆରମ୍ଭର ଗଣନା ଅଟେ । ମନାଯାଏକି ଏହି ମାସ ବିଭିନ୍ନ ଅର୍ଥରେ ଏବଂ ବିଭିନ୍ନ ମାନ୍ୟତରେ ଏକ ଅଲଗା ପ୍ରକାରର ମହତ୍ତ୍ଵ ରଖିଥାଏ କିନ୍ତୁ ୨୦୨୨ ମସିହାର ଡିସେମ୍ବର ମାସ ଖାସ୍ ସାବ୍ୟସ୍ତ ହେବାକୁ ଯାଉଛି ।

ବିଶେଷଜ୍ଞ ମାନଙ୍କ ମତରେ ଏହି ମାସରେ ୫ଟି ବଡ ଗ୍ରହ ନିଜର ରାଶି ବଦଳିବାକୁ ଯାଉଛନ୍ତି । ସେମାନଙ୍କର ସ୍ଥିତି ସମଗ୍ର ମାନବ ଜାତିକୁ ପ୍ରଭାବିତ କରିବ । ପ୍ରଥମ ପରିବର୍ତ୍ତନ ମଙ୍ଗଳ ଗ୍ରହର ୫ ଡିସେମ୍ବର ମାସରେ ବୃଷ ରାଶିରେ ଚଳନ ହେବ । ତାହାର ଠିକ୍ ୩ ଦିନ ପରେ ୮ ଡ଼ିସେମ୍ବରରେ ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରିବ । ୧୦ ଡ଼ିସେମ୍ବରରେ ବୁଧ ଏବଂ ୧୬ ଡ଼ିସେମ୍ବରରେ ସୂର୍ଯ୍ୟ ଧନୁ ରାଶିରେ ପହଞ୍ଚି ବୁଦ୍ଧାଦିତ୍ୟ ଯୋଗର ନିର୍ମାଣ କରିବ ।

୫ ଟି ରାଶି ହେବେ ଖାସ୍ ।

ଏହି ଗ୍ରହର ଚଳନ ୧୨ଟି ରାଶିରେ ପଡ଼ିବ କିନ୍ତୁ ଏହି ୫ ଟି ରାଶି ଉପରେ ଏହି ଘଟଣାର ଅଧିକ ପ୍ରଭାବ ପଡ଼ିବ ।

୧- ମେଷ ରାଶି- ଯେଉଁ ଲୋକମାନେ ମେଷ ରାଶିର ଅନ୍ତର୍ଗତ ଅଟନ୍ତି । ସେମାନଙ୍କ ପାଇଁ ବର୍ଷର ଏହି ଶେଷ ମାସ ଆପଣଙ୍କ ପାଇଁ ବହୁତ ସମୟ ପାଇଁ ଶୁଭ ରହିବ । ଏହି ସମ୍ପୂର୍ଣ୍ଣ ମାସ ଏହି ରାଶିର ଜାତକରେ ଲାଭ ଭାବରେ ଗୁରୁ ବିରାଜମାନ ରହିବେ । ସେଥିପାଇଁ କ୍ୟାରିଅର ଏବଂ କାରବାରରେ ସୁଖଦ ପରିଣାମ ମିଳିବ । ଏହି ଅବଧିରେ ଆପଣଙ୍କର ମନୋସ୍କାମନା ପୂର୍ଣ୍ଣ ହେବ ଏବଂ ପୁରୁଣା ଝଗଡ଼ା ସମାଧାନ ହୋଇଯିବ ।

୨- ମିଥୁନ ରାଶି- ମିଥୁନ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଆଧ୍ୟାତ୍ମ୍ୟ ଆଡ଼କୁ ନିଜକୁ ରଖିଲେ ଏହି ମାସ ଭଲ ଫଳ ଦେବ । ଆପଣ ଆଗରୁ ଅଧିକ ଗତିବିଧି ପାଇଁ ଅଧିକ ଧାଆଁ ଧଉଡ କରିବେ । ତା ସହିତ ଆପଣଙ୍କର ଭାଗ୍ୟୋଦୟର ସମୟ ବହୁତ ଜଲଦି ଆସିବାର ସଂକେତ ମଧ୍ୟ ମିଳିଥାଏ । ନିଜର ଏବଂ ବ୍ୟବସାୟର ହାଲତ ସୁଧୁରିବ ଏବଂ ପରିସ୍ଥିତି ଆପଣଙ୍କ ପକ୍ଷକୁ ଆସିବ । ଯଦି ଆପଣ କାହାକୁ ଟଙ୍କା ଉଧାର ଦେଇଛନ୍ତି ସେ ଟଙ୍କା ଆପଣ ଫେରି ପାଇବେ ।

୩- ସିଂହ ରାଶି- ସିଂହ ରାଶିର ଜାତକରେ ଏହି ମାସରେ ନିଜର କାରବାରର ବୃଦ୍ଧି ପାଇଁ ଯୋଜନା କରାଯିବ । ଆପଣଙ୍କ କାରବାରରେ ଲାଭ ମିଳିବ । ଯଦି ନିଜ ଜୀବନରେ କାହା ସହିତ ମନ ମୁଟାବ ଚାଲିଛି ତାହେଲେ ଆପଣ ସତର୍କ ରୁହନ୍ତୁ ।ଯଦି ଜୀବନ ସାଥୀ ସହିତ ମନମାଳିନ୍ୟ ଚାଲିଛି ତାହେଲେ ସେଥିରେ ସୁଧାର ଆସିଯିବ । ସାମାଜିକ ସ୍ତରରେ ମଧ୍ୟ ମାନସମ୍ମାନ ପ୍ରାପ୍ତି ହେବ ।

୪- ଧନୁ ରାଶି- ଯଦି ଆପଣ ଧନୁ ରାଶିର ବ୍ୟକ୍ତି ବିଶେଷ ଅଟନ୍ତି । ତାହେଲେ ଏହି ମାସରେ ଆପଣ କାମରେ ବ୍ୟସ୍ତ ରହିଲେ ଆପଣଙ୍କୁ ତାହା ମାନସିକ ସ୍ତରରେ ଖୁସି ଆଡ଼କୁ ନେଇଯିବ । ଆପଣଙ୍କ ଦ୍ଵାରା କରାଯାଉଥିବା ପରିଶ୍ରମ ଶୁଭ ଫଳ ନିଶ୍ଚୟ ଦେବ । ଗ୍ରହର ସ୍ଥିତି ପାଇଁ ଏହା ଆପଣଙ୍କୁ କୌଣସି ବଡ ଲାଭ ପ୍ରଦାନ କରିବାକୁ ଯାଉଛି । ଏହି ମାସରେ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ ।

୫- କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜର ପରିଶ୍ରମର ଅନୁସାରେ ଫଳ ପାଇବାକୁ ସଫଳ ହେବେ । ଯଦି ଆପଣ କେଉଁଠି ଧନ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ତାହା ଆପଣଙ୍କୁ ଲାଭ ପ୍ରଦାନ କରିବ । ଏହାର ପୂର୍ଣ୍ଣ ସମ୍ଭାବନା ଅଛି । କୌଣସି ଅଚିହ୍ନା ବନ୍ଧୁବାନ୍ଧବଙ୍କ ଠାରୁ ଧନ ମିଳିପାରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ରାଶିଫଳMore posts in ରାଶିଫଳ »

Be First to Comment

Leave a Reply

Your email address will not be published. Required fields are marked *