Press "Enter" to skip to content

Sadhu Bani ଗୁରୁବାର ଦିନ କରନ୍ତୁ ନାହିଁ ଏହି ୫ଟି କାମ ସର୍ବନାଶ ହେବ । କେଉଁ କାମ କଲେ ହେବ ଶୁଭ ଜାଣନ୍ତୁ ।।

ମାର୍ଗଶିର ମାସ ଗୁରୁବାରରେ କରନ୍ତୁ ନାହିଁ ଏହି ସବୁ କାମ । ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବଗୁରୁ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସର ଗୁରୁବାର ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ସାଧୁ ସନ୍ଥଙ୍କର ଦେବତା ବୋଲି କୁହାଯାଏ ।ଏପରିକି ଆମ ଜୀବନର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି କି ଯେଉଁ ବ୍ୟକ୍ତି ଉପରେ ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥାଏ ସେହି ବ୍ୟକ୍ତି ଉପରେ କେବେ ଦୁଃଖ ରହିନଥାଏ । ଏମିତି ମନାଯାଇଥାଏ ଯେଉଁ ବ୍ୟକ୍ତି ଉପରେ ଗୁରୁ ଗ୍ରହ ମଜବୁତ୍ ରହିଥାଏ । ତାହାର ଭାଗ୍ୟ ଚମକି ଥାଏ, ତାହାର ସବୁ କ୍ଷେତ୍ରରେ ସମୃଦ୍ଧି ମିଳିଥାଏ । ଧନର ମାମଲାରେ ତାକୁ ବିଜୟ ପ୍ରାପ୍ତ ହୋଇଥାଏ । ଏବଂ ଯେଉଁ କାର୍ଯ୍ୟରେ ସେହି ବ୍ୟକ୍ତି ହାତ ଦେଇଥାଏ ସେହି କାର୍ଯ୍ୟ ନିଶ୍ଚିନ୍ତ ପୁରା ହୋଇଥାଏ ।

କିନ୍ତୁ ଯଦି ଆପଣ ଗୁରୁବାର ଦିନ ଏମିତି ସବୁ କାମ କରିଦେଇଥାନ୍ତି ତାହେଲେ ଆପଣଙ୍କ ପରିବାର ଉପରେ ସଙ୍କଟ ଆସିଥାଏ । ଆପଣଙ୍କର ଗୁରୁ ଗ୍ରହ ମଜବୁତ୍ ସ୍ଥିତି ରୁ ଅନ୍ତ ସ୍ଥିତିକୁ ଆସିଯାଇଥାଏ । ଯାହାଦ୍ଵାରା ଆପଣଙ୍କୁ କେତେ ସବୁ ପରିଣାମ ଭୋଗିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ଆପଣଙ୍କୁ ଗୁରୁବାର ଦିନ କେଉଁ ସବୁ କାମ ନକରିବା ଉଚିତ୍ ।ଯଦି ଆପଣ ଗୁରୁବାର ଦିନ ଏହି ସବୁ କାର୍ଯ୍ୟ କରିଥାନ୍ତି ତାହେଲେ ପ୍ରଥମେ ଏହି ସମସ୍ୟା ଆସିଥାଏ କି ଆପଣଙ୍କ ବୈବାହିକ ଜୀବନ ଭଲରେ କଟି ନଥାଏ ।

ପତି ପତ୍ନୀଙ୍କ ମଧ୍ୟରେ ସବୁବେଳେ ଲଢେଇ ଝଗଡ଼ା ଲାଗି ରହିଥାଏ । ଛୋଟ ଛୋଟ କଥାରେ ବାଦବିବାଦ ଲାଗିଥାଏ । ଏବଂ ପ୍ରେମ କ୍ରୋଧରେ ବଦଳି ଯାଇଥାଏ । ଯେଉଁ କାମ ଆପଣ କରନ୍ତି ସେଥିରେ ଅସଫଳତା ପ୍ରାପ୍ତ ହୋଇଥାଏ । ଧନ ଆପଣଙ୍କ ଠାରୁ କୋଷ ଦୂର ଚାଲିଯାଇ ଥାଏ । ଟଙ୍କା ପଇସା ଆପଣଙ୍କ ପାଖରେ ଜମାବି ରହିନଥାଏ । ଏବଂ ପଇସା ରୋଗ, ଦୁର୍ଘଟଣା ଆଦି ଅନ୍ୟ କାର୍ଯ୍ୟରେ ଖର୍ଚ୍ଚ ହୋଇଥାଏ । ବନ୍ଧୁଗଣ ଗୁରୁ ଗ୍ରହ ଯଦି ଉଚ୍ଚ ସ୍ଥିତିରେ ରହିଥାଏ ମାନସମ୍ମାନ, ଧନ, ଯଶ ଏବଂ ଐଶାର୍ଯ୍ୟରେ ବୃଦ୍ଧି ଦେଖିବାକୁ ମିଳିଥାଏ ।

ଯଦି ଗୁରୁବାର ଦିନ ଘରର ମହିଳା ବାଳ ଧୋଇଥାଏ କିମ୍ବା ଆପଣ ଦାଢ଼ି, ନଖ କାଟିଥାନ୍ତି ଏହାଦ୍ବାରା ଗୁରୁ ଗ୍ରହ ବହୁତ ରାଗି ଯାଇଥାନ୍ତି । ଏହା କରିବା ଦ୍ୱାରା ରାହୁର ପ୍ରସନ୍ନତା ଦେଖିବାକୁ ମିଳିଥାଏ । ଯଦି ରାହୁ ଗ୍ରହ ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ । ତ ଦେଖୁଦେଖୁ ସବୁ କାର୍ଯ୍ୟରେ ଅସଫଳତା ପ୍ରାପ୍ତ ହୋଇଥାଏ । ଏବଂ ଗୁରୁ ଗ୍ରହ ନୀଚ୍ଚ ସ୍ଥିତିକୁ ଆସିଯାଇଥାଏ । ସେଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ବାଳ ଧୁଅନ୍ତୁ ନାହିଁ । ତା ସହିତ ପୁରୁଷ ବି ଦାଢ଼ି, ବାଳ, ନଖ ଆଦି କାଟନ୍ତୁ ନାହିଁ ।

ଦ୍ଵିତୀୟ କଥା, ଗୁରୁବାର ଦିନ କୌଣସି ବି ବ୍ୟକ୍ତି କାହାକୁ ଉଧାର ଦିଅନ୍ତୁ ନାହିଁ । ଗୁରୁବାର ଦିନ ଉଧାର ଦେବା ଏବଂ ଉଧାର ନେବା ଉଚିତ୍ ହୋଇ ନଥାଏ । ଯଦି ଆପଣ କୌଣସି ବି ବ୍ୟକ୍ତିକୁ ଉଧାର ଦେଉଛନ୍ତି ଏବଂ ଯେଉଁ ବ୍ୟକ୍ତି ଉଧାର ନେଉଛି ଉଭୟ ବ୍ୟକ୍ତି କାଙ୍ଗାଳ ଅବସ୍ଥା ହୋଇଥାନ୍ତି । ଏବଂ କେତେ ପ୍ରକାରର ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡ଼ିଥାଏ ।

ସେଥିପାଇଁ ଗୁରୁବାର ଦିନ କୌଣସି ବ୍ୟକ୍ତିକୁ ବି ଉଧାର ଦେବା ଉଚିତ୍ ହୋଇନଥାଏ । ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ରରେ ବର୍ଜିତ କରାଯାଇ ଅଛି । ମାନା ଯାଇଥାଏ କି ଏହାଦ୍ବାରା ଘର ଭିତରେ ଆକସ୍ମିକ ଘଟଣା, ବାସ୍ତୁ ଦୋଷ ଏବଂ ନକାରାତ୍ମକତାକୁ ଆମନ୍ତ୍ରିତ କରାଯାଇଥାଏ । ଯଦି ଏହାପରେ ବି ଆପଣ ଗୁରୁବାର ଦିନ ଘର ପୋଛା ଲଗାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ସେହି ପାଣିରେ ଲୁଣ ମିଶାଇ ଆପଣଙ୍କୁ ପୋଛା ଲଗାଇବାକୁ ପଡ଼ିବ । ଏହାଦ୍ବାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ।

ଗୁରୁ ଗ୍ରହ ଆମ ଜୀବନରେ, ଆମ ବୈବାହିକ ଏବଂ ଜୀବନର ସମୃଦ୍ଧିର ଗ୍ରହ ବୋଲି ମନାଯାଇଥାଏ । ଏଥିପାଇଁ ଗୁରୁବାର ଦିନ ଏହି କଥାର ଧ୍ୟାନ ରଖନ୍ତୁ କି ଗୁରୁବାର ଦିନ ନିଜର ପତ୍ନୀ, ମାତା ପିତା କିମ୍ବା ଘରର କେହି ବି ମହିଳା ସହିତ ଲଢେଇ ଝଗଡ଼ା କରିବା ସାକ୍ଷାତ ଗୁରୁଗ୍ରହକୁ ବରବାଦ୍ କରିବା ସହିତ ସମାନ ହୋଇଥାଏ । ଏଥିପାଇଁ ଗୁରୁବାର ଦିନ ନିଜର ପତ୍ନୀ, ମାତା ପିତା କିମ୍ବା ଘରର କେହି ବି ମହିଳା ସହିତ ଲଢେଇ ଝଗଡ଼ା କରନ୍ତୁ ନାହିଁ । ବନ୍ଧୁଗଣ ଯଦି ଲଗାତାର ଆପଣଙ୍କ ସହିତ ଏୟା ହୋଇଥାଏ କିମ୍ବା ଧନ ହାନି ହୋଇ ଯାଉଛି, କୌଣସି ବି କାମ କରିବା ପୂର୍ବରୁ କିଛି ଅସୁବିଧା ହେଉଛି ।

ସେହି ସବୁ ସମସ୍ୟାରୁ ମୁକ୍ତି ମିଳୁ ବୋଲି କମସେ କମ୍ ଆପଣଙ୍କୁ ୫ ଟି ଗୁରୁବାର ଆପଣଙ୍କୁ ବିନା କଇଁଚି, କିମ୍ବା ଚାକୁ, କିମ୍ବା କୌଣସି ଧାରୁଆ ଜିନିଷରେ କଟା ଯାଇଥିବା ପରିବା ଖାଦ୍ୟ ଆପଣଙ୍କୁ ଗୁରୁବାର ଦିନ ଖାଇବା ଉଚିତ୍ । ଆପଣଙ୍କୁ ନିଶ୍ଚିତ ଫାଇଦା ପ୍ରାପ୍ତ ହେବ । ଆପଣଙ୍କୁ ଏମିତି କରିବା ଦ୍ୱାରା ରାହୁ ଆପଣଙ୍କ ଠାରୁ ଦୂରେଇ ରହିଥାଏ । ଏବଂ ଆପଣଙ୍କର ଗୁରୁ ଗ୍ରହ ମଜବୁତ୍ ହୋଇଯାଇଥାଏ । ଗୁରୁବାର ଦିନ ମହିଳା ମାନେ ଭୁଲ୍ ରେ ବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ ।

ଗୁରୁବାର ଦିନ ଓସ୍ତ ଗଛ ମୂଳରେ ଜଳ ଚଢ଼ାଇବା ସାକ୍ଷାତ ଖରାପ ଶକ୍ତି ଗୁଡ଼ିକୁ ଘର ଆଡ଼କୁ ଆକର୍ଷିତ କରିବା ବରାବର୍ ମନାଯାଇଥାଏ । ସେଥିପାଇଁ ଘରର ମହିଳା ମାନେ ଓସ୍ତ ଗଛ ମୂଳରେ ଜଳ ଚଢ଼ାନ୍ତୁ ନାହିଁ । କିଛି ଲୋକ ଏହା ପ୍ରଶ୍ନ କରିଥାନ୍ତି କି ଗୁରୁବାର ଦିନ ସମ୍ବନ୍ଧ ବନାଇବା ଭଲ ମାନାଯାଇଥାଏ ନା ବୈବାହିକ ଜୀବନରେ ସମସ୍ୟା ଆସିଥାଏ । ଆପଣଙ୍କୁ କହି ଦେଉଛି କି ଏମିତି କିଛି ନାହିଁ । ସେଦିନ ଆପଣ ନିଶ୍ଚିନ୍ତ ସମ୍ବନ୍ଧ ବନାଇ ପାରିବେ । କେବଳ ଏହି କଥାରେ ଧ୍ୟାନ ରଖିବେ କି ଯେଉଁ ରୁମରେ ଆପଣ ଥିବେ ଆପଣଙ୍କର ପିତୃ ପୁରୁଷଙ୍କର ଫଟୋ ନଥିବ ।

ଯଦି ଆପଣ ଏହି ଫଟୋ ରଖୁଛନ୍ତି ତେବେ ଆପଣଙ୍କୁ କେତେକ ଦୋଷର ସାମ୍ନା କରିବାକୁ ପଡିଥାଏ । ପିତୃ ଦୋଷ ଆପଣଙ୍କୁ ଲାଗି ଯାଇଥାଏ । ଏଥିପାଇଁ ଆପଣଙ୍କ ଶୟନ କକ୍ଷ ଭିତରେ କେବେବି ପିତୃ ପୁରୁଷଙ୍କ ଫଟୋ, ଏବଂ ହନୁମାନଙ୍କର ଫଟୋ ଆପଣଙ୍କୁ ଭୁଲରେ ବି ଲଗାଇବାର ନାହିଁ । ବନ୍ଧୁଗଣ ଯଦି ଆପଣ ଗୁରୁ ଗ୍ରହକୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି । ତ ଆପଣ ଗୁରୁବାର ଦିନ ଛୋଟ କନ୍ୟା ଶିଶୁଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ ।

ଯେମିତିକି ଆପଣ ହଳଦିଆ ରଙ୍ଗର ଗିଫ୍ଟ, ହଳଦିଆ ରଙ୍ଗର ମିଠା ପିଲାମାନଙ୍କୁ ଖୁଆନ୍ତୁ । ଯଦି ଏହା ଆପଣ ନ କରିପାରିବେ ତାହେଲେ ୧୨ଟି କଦଳୀ ପ୍ରତ୍ୟେକ ଗୁରୁବାର ଆପଣଙ୍କୁ ଭିକାରୀ ବା ଶିଶୁଙ୍କୁ ଦାନ କରି ଦିଅନ୍ତୁ । ଯଦି ଆପଣ ଗୁରୁବାର ଦିନ ଆପଣଙ୍କ ଗାଧୁଆ ପାଣିରେ ହଳଦୀ ପକାଇ ଗାଧଉଛନ୍ତି ତାହେଲେ ଆପଣଙ୍କ ପରିବାର ଉପରେ ଦେବୀ ଦେବତାଙ୍କର ଆର୍ଶୀବାଦ ରହିଥାଏ । ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଗୁରୁବାର ଦିନ ବୃହସ୍ପତିଙ୍କୁ ସମର୍ପିତ ହୋଇଥିବା ବେଳେ ଦେବ ଗୁରୁଙ୍କର ପ୍ରିୟ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ବହୁତ ପ୍ରିୟ ଅଟେ । ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଗୁରୁବାରରେ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ମନାଯାଇଥାଏ । ଏହି ଦିନ ହଳଦୀ, ଚଣା ଡାଲି ଏବଂ କଦଳୀ ଆଦି ଦାନ କରନ୍ତୁ ।

ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କର ମନ୍ତ୍ର ୧୦୮ ଥର ଜପ କରନ୍ତୁ, ନିଶ୍ଚିତ ରୂପେ ଶୁଭ ଫଳ ପ୍ରାପ୍ତ ହେବ । ଗୁରୁବାର ଦିନ ମଧ୍ୟ ମା ଲକ୍ଷ୍ମୀଙ୍କର ବାର ବୋଲି ମଧ୍ୟ କୁହାଯାଏ । ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧାନ ବିଛାଇ ମା ଲକ୍ଷ୍ମୀଙ୍କର ପ୍ରତିମା ନିକଟରେ ପୂଜା କରନ୍ତୁ ଏବଂ ଶ୍ୱେତ ପୁଷ୍ପ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କୁ ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *