Press "Enter" to skip to content

ମାର୍ଗଶିର ମାସ ଗୁରୁବାର ଦିନ କରନ୍ତୁ ଏହିସବୁ କାର୍ଯ୍ୟ । ପୂରଣ ହେବ ସମସ୍ତ ମନସ୍କାମନା ।

ଓଡ଼ିଶାରେ ମାର୍ଗଶିର ମାସର ପ୍ରତି ଗୁରୁବାରଦିନ ମାଣବସା ଗୁରୁବାର ଓଷା ପାଳନ କରାଯାଇଥାଏ। ଗୁରୁବାର ଓଷା ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟପେୟ, ଆନନ୍ଦ ଉତ୍ସବ ଏବଂ ସରଳ ବିଶ୍ୱାସର ଶ୍ରେଷ୍ଠ ଉଦାହରଣ ଅଟେ। ମାର୍ଗଶିର ମାସର ଗୁରୁବାର ଦିନ ଚାରିପାଳି କିମ୍ବା ପାଞ୍ଚପାଳି ମାଣ ବସାଯାଇଥାଏ। ଏହି ଓଷାର ଇଷ୍ଟ ଦେବୀ ହେଉଛନ୍ତି ମା ମହାଲକ୍ଷ୍ମୀ। ସମସ୍ତ ପ୍ରକାର ଶ୍ରୀ, ବୈଭବ ,ଆନନ୍ଦ, ଐଶ୍ୱର୍ଯ୍ୟ ଏବଂ ସୁଖଶାନ୍ତିକୁ ପ୍ରଦାନ କରନ୍ତି ମା ଲକ୍ଷ୍ମୀ। ଶାସ୍ତ୍ରରେ କୁହାଯାଇଛି ମାସମାନଙ୍କ ମଧ୍ୟରେ ମାର୍ଗଶିର ଶ୍ରେଷ୍ଠ। ଏହି ମାସଟି ମା ଲକ୍ଷ୍ମୀଙ୍କୁ ସମର୍ପିତ।

ଗୁରୁବାର ଦିନ ଲକ୍ଷ୍ମୀନାରାୟଣଙ୍କ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଉପରେ ଦେବଗୁରୁ ବୃହସ୍ପତିଙ୍କ କୃପାଦୃଷ୍ଟି ଥାଏ ତାଙ୍କ ଜୀବନରେ କେବେ ଦୁଃଖ ପ୍ରବେଶ କରେନାହିଁ। ତେବେ ଏଭଳି କିଛି ରହିଛି ଯାହାକୁ ଗୁରୁବାରରେ କରିବାଦ୍ୱାରା ମା ଲକ୍ଷ୍ମୀଙ୍କ ଆଗମନ ହେବା ସହ ଧନ ସମ୍ପତ୍ତି ଟାଣି ହୋଇ ଆସିଥାଏ।

ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ସମୟରେ ଓଁ ବୃହସ୍ପତୟ ନମଃ ଜପ କରନ୍ତୁ। ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ। ମା ଲକ୍ଷ୍ମୀଙ୍କୁ ହଳଦିଆ ଫଳ, ପୁଷ୍ପ ଅର୍ପଣ କରନ୍ତୁ। ହଳଦୀ ପାଣିରେ ସ୍ନାନ କରିବା ସହ କଦଳୀ ଗଛରେ ହଳଦୀ ପାଣି ଢାଳନ୍ତୁ।

ଗୁରୁବାରଦିନ ଉପବାସ ପାଳନ କରନ୍ତୁ। ଗରିବ ଲୋକଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ। ତୁଳସୀଗଛ ମୂଳରେ କଞ୍ଚାକ୍ଷୀର ଅର୍ପଣ କରି ପୂଜା କରନ୍ତୁ। ଭଗବାନ ଶିବଙ୍କୁ ମଧ୍ୟ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ। ଏହିଦିନ ସକାଳୁ ଓସ୍ତଗଛ ମୂଳେ ଜଳ ଢାଳି ପୂଜା କରନ୍ତୁ ଓ ଏହାର ପରିକ୍ରମା କରି ନିଜର ମନସ୍କାମନା କହି ସୂତା ବାନ୍ଧନ୍ତୁ।

ଏହିଦିନ ମୁଣ୍ଡ ଧୋଇବା, କେଶ, ନଖ, ଦାଢ଼ି କାଟିବା, ଅନ୍ୟକୁ ଋଣ ଦେବା କିମ୍ବା ଋଣ ନେବା, ଘରେ ପୋଛା ଲଗାଇବା, ଅନୁଚିତ୍। ତେବେ ଯଦି ପୋଛା ଲଗାଉଛନ୍ତି, ପାଣିରେ ଲୁଣ ମିଶାଇ ପୋଛା ଲଗାନ୍ତୁ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *