Press "Enter" to skip to content

ସମ୍ପର୍କରେ ପଡିଲା ଫାଟ Priyanka Chopra କଲେ ନାମ ଏହି ପରିବର୍ତ୍ତନ। ନିକ ଓ ପ୍ରିୟଙ୍କାଙ୍କ divorce!

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସମ୍ପର୍କକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର। ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟା ବାୟୋରୁ ସ୍ୱାମୀ ନିକଙ୍କ ସରନେମ୍ ‘ଜୋନାସ୍’ କୁ ହଟାଇ ଦେବାପରେ ତାଙ୍କ ସମ୍ପର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଉଭୟଙ୍କ ଛାଡପତ୍ର ନେଇ ଚର୍ଚ୍ଚା ହେଉଛି। ଏହି ପରିବର୍ତ୍ତନ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ସୃଷ୍ଟି କରିଛି। ନିକ୍ ଏବଂ ପ୍ରିୟଙ୍କାଙ୍କ ମଧ୍ୟରେ କିଛି ବିବାଦ ହୋଇଛି ବୋଲି ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଅନୁମାନ କରୁଛନ୍ତି। କେହି କେହି ବିଶ୍ୱାସ କରୁଛନ୍ତି ଯେ ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି।

ପ୍ରିୟଙ୍କା ଇନଷ୍ଟା ବାୟୋରୁ ସ୍ୱାମୀ ନିକ ଜୋନାସଙ୍କ ସହ ତାଙ୍କ ସରନେମ୍ ‘ଚୋପ୍ରା’ କୁ ମଧ୍ୟ ହଟାଇ ଦେଇଛନ୍ତି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ପ୍ରଶଂସକମାନେ ଏଥିରେ ବିରକ୍ତ ହୋଇ ରିଟୁଇଟ୍ କରୁଛନ୍ତି। ଜଣେ ଲେଖିଛନ୍ତି, ‘ମୁଁ କହିବାକୁ ଚାହୁଁଥିଲି ଯେ ଏମିତି ହୋଇପାରିବନି,

ନିକ ଏବଂ ପ୍ରିୟଙ୍କାଙ୍କ ବ୍ରେକଅପ୍ ହୋଇଯାଇଛି। ଦୁହେଁ ଦୀପାବଳିରେ ଏକାଠି ଦେଖାଦେଇଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ମୁଁ ଭୁଲ୍ ଅଟେ”।ସୂଚନାନୁସାରେ, ଚଳିତ ବର୍ଷ ଦିୱାଲୀରେ ପ୍ରିୟଙ୍କା ଏବଂ ନିକ ଏକାଠି କିଣିଥିବା ନୂଆ ଘରେ ଦୀପାବଳି ପାଳନ କରିଥିଲେ।।

ପ୍ରିୟଙ୍କା ଦିୱାଲୀ ପାର୍ଟିର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ବେଶ ଭାଇରାଲ ହୋଇଥିଲା । ଅନ୍ୟ ଜଣେ ପଚାରିଥିଲେ, ‘ନିକ ଏବଂ ପ୍ରିୟଙ୍କା ଛାଡପତ୍ର ନେଇଛନ୍ତି କି?’ ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ କହୁଛି ନିକ ଏବଂ ପ୍ରିୟଙ୍କାଙ୍କ ସମ୍ପର୍କରେ କିଛି ତ ଗଡ଼ବଡ ଅଛି।

ସେ କ୍ଲିଭଲାଣ୍ଡରେ ଥିବାବେଳେ ମଧ୍ୟ ମୁଁ ଏହା କହିଥିଲି। ତାଙ୍କ ପୁରା ପରିବାର ତାଙ୍କ ସହ ଥିଲେ, କିନ୍ତୁ ତାଙ୍କ ପତ୍ନୀ ପ୍ରିୟଙ୍କା ସେଠାରେ ନଥିଲେ।” ତେବେ ବର୍ତ୍ତମାନ ହଠାତ୍ ପ୍ରିୟଙ୍କା ନିଜର ଏବଂ ସ୍ବାମୀ ନିକଙ୍କ ସରନେମ ହଟାଇବା ପଛର କାରଣ କ’ଣ, କେବଳ ସେ ହିଁ କହିପାରିବେ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ବଲିଉଡMore posts in ବଲିଉଡ »

Be First to Comment

Leave a Reply

Your email address will not be published. Required fields are marked *