Press "Enter" to skip to content

Political News କହିଥାନ୍ତି ଦେବତୁଲ୍ୟ ଭୁଲ୍‌ରେ ଠାକୁର କହିଦେଲେ ଉପବାଚସ୍ପତି

ଓଡ଼ିଶା ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବ୍ୟବସ୍ଥା କରୁଛନ୍ତି । ଲୋକମାନଙ୍କୁ ସେ ସବୁବେଳେ ବିଭିନ୍ନ ପ୍ରକାର ଉପାୟରେ ସାହାଯ୍ୟ କରିଥାନ୍ତି । କୃଷକମାନେ ହୁଅନ୍ତୁ କିମ୍ବା ସାଧାରଣ ଜନତା ବା ସମସ୍ତ ମହିଳା ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି । ତାଙ୍କ ନାଁରେ ଆସିଛି ଆଉ ଏକ ମନ୍ତବ୍ୟ ।

ଆସନ୍ତୁ ଜାଣିବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭଗବାନ? ଯଦି ନା ତେବେ ଏଭଳି କହିଁକି କହିଲେ ଉପବାଚସ୍ପତି ରଜନୀକାନ୍ତ ସିଂହ? ଏଭଳି କହିବାର ଉଦେଶ୍ୟ କ’ଣ? ଉପବାଚସ୍ପିତିଙ୍କ ଏହି ବୟାନ୍‌କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । କହିଥାନ୍ତି ଦେବତୁଲ୍ୟ, କହିଦେଲି ଠାକୁର!

ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହି ବିବାଦକୁ ଆସିବା ପରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଠାକୁର ନୁହେଁ ଦେବତୁଲ୍ୟ କହିଥାନ୍ତି ହେଲେ ଭୁଲରେ ଠାକୁର କହି ଦେଇଥିଲି ବୋଲି ସ୍ପଷ୍ଟୀକରଣ ଦେଉଛନ୍ତି ରଜନୀକାନ୍ତ । ରାଜ୍ୟରେ BSKY କାର୍ଡ ବଣ୍ଟନ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ସରକାର ।

ତେଣୁ ଏହି କାର୍ଯ୍ୟ ଏହା ଭଗବାନଙ୍କ ଦାନ ସଦୃଶ୍ୟ ବୋଲି କହିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂହ । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେବତୁଲ୍ୟ କହିବାକୁ ଚାହୁଁଥିଲେ ବୋଲି କହିଛନ୍ତି ।
ଜଗନ୍ନାଥ ହିଁ ଓଡିଆଙ୍କ ଠାକୁର, ତେବେ ମୁଖ୍ୟମନ୍ତ୍ରୀଙ୍କୁ ସେ କେବେ ବି ଠାକୁରଙ୍କ ସହ ତୁଳନା କରିନାହାଁନ୍ତି ବୋଲି କହିଛନ୍ତି ।

ବିରୋଧୀ ଏହାକୁ ରାଜନୀତି ଭିତରକୁ ଟାଣିଛନ୍ତି ବୋଲି ଉପବାଚସ୍ପତି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଚୁପ ଚାପ୍ ଶୁଣି ଏଥିପ୍ରତି ସହମତି ପ୍ରକାଶ କରିଛନ୍ତି । ଖାଲି ଏତିକି ନୁହେଁ ବାଚସ୍ପତିଙ୍କ ଏପରି ବୟାନକୁ ଲୋକେ ଆଦୌ ସହ୍ୟ କରିବେ ନାହିଁ, ଠିକ୍ ସମୟରେ କଡ଼ା ଜବାବ୍ ଦେବେ ବୋଲି ଦୋହରାଇଥିଲେ କାଳନ୍ଦୀ ସାମଲ ।

ନିକଟରେ ଅନୁଗୁଳରେ BSKY କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ ଉପବାଚସ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଲୋକଙ୍କୁ ବହୁତ ସାହାଯ୍ୟ କରିଛନ୍ତି ସେଥିପାଇଁ ତାଙ୍କୁ ଠାକୁରଙ୍କର ଆଖ୍ୟା ଦିଆ ଯାଇଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ରାଜନୀତିMore posts in ରାଜନୀତି »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *