Press "Enter" to skip to content

Sadhu Bani : ମାଣବସା ଗୁରୁବାର ପାଳନ କରନ୍ତୁ ଏହି ନିୟମ, ଧନର ଆଗମନ ହେବ ।।

ଓଡ଼ିଶାରେ ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଏହି ମାର୍ଗଶିର ଗୁରୁବାର ଓଷା ମାଣବସାକୁ ପାଳନ କରାଯାଏ । ଓଡ଼ିଶାର ସବୁ ପର୍ବ ମଧ୍ୟରୁ ମାଣବସା ଗୁରୁବାର ହେଉଛି ଅନ୍ୟତମ ପର୍ବ । ଗୁରୁବାର ଓଷା ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟପେୟ, ଆନନ୍ଦ ଉତ୍ସବ ଏବଂ ସରଳ ଉପାୟର ଗୋଟିଏ ଶ୍ରେଷ୍ଠ ଉଦାହରଣ । ସେଥିପାଇଁ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ଯାଏ ସମସ୍ତଙ୍କ ଘରେ ଏହି ଓଷା ପାଳିତ ହୋଇଥାଏ । ମାର୍ଗଶିର ମାସର ଗୁରୁବାର ଦିନ ଚାରି ପାଳି ବା ପାଞ୍ଚ ପାଳି ମାଣ ବସା ଯାଇଥାଏ ।

ମାଣବସାର ଇଷ୍ଟ ଦେବୀ ହେଉଛନ୍ତି ମା ମହା ଲକ୍ଷ୍ମୀ ଯିଏ ସମସ୍ତ ପ୍ରକାର ଧନର ଅଧିକାରିଣୀ । ସମସ୍ତ ପ୍ରକାର ଶ୍ରୀ, ବୈଭବ, ଐଶର୍ଯ୍ୟ, ଆନନ୍ଦ, ସୁଖଶାନ୍ତିକୁ ଯେ ପ୍ରଦାନ କରିଥାନ୍ତି । ମା ଲକ୍ଷ୍ମୀଙ୍କୁ ସମର୍ପିତ ଏହି ଓଷା ଏହି ଦିନ ମାଣବସା ଯାଏ । ମାଣ ମା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ । ଚାରି ପାଳି କି ପାଞ୍ଚ ପାଳି ମାଣ ବସାଯାଇଥାଏ ତାହାକୁ ମାଣ ବସା ପାଳି କୁହାଯାଏ ଆଉ ଯେଉଁ ପାଳି ରେ ମାଣ ଉଠାଯାଏ ତାହାକୁ ମାଣ ଉଠା ପାଳି କୁହାଯାଏ ।

ମାଣବସା ସବୁ ଗୁରୁବାର ମଧ୍ୟରୁ ଆଦ୍ୟ ଗୁରୁବାର ଦିନ ମାଣ ଏବଂ ଧାନ କୁ ମା ମହାଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ବସାଯାଇଥାଏ । ଏହି ଆଦ୍ୟ ପାଳି ଠାରୁ ୪ ପାଳି ବା ୫ ପାଳି ବିଧିବିଧାନ ସହ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ । ଶାସ୍ତ୍ରରେ କୁହାଯାଇଛି ସବୁ ମାସ ମଧ୍ୟରୁ ମାର୍ଗଶୀର ଶ୍ରେଷ୍ଠ ମାସ ବୋଲି । ମାର୍ଗଶୀର ମାସର ପ୍ରଥମ ପାଳିର ଗୁରୁବାର ଦିନର ପୂର୍ବ ଦିନରେ ଘର ଲିପା ପୋଛା କରି ପରିଷ୍କାର କରି ଅରୁଆ ଚାଉଳର ପିଠଉରେ ଚିତା ଅଙ୍କା ଯାଇଥାଏ ।

କାରଣ ମା ଲକ୍ଷ୍ମୀ ହେଉଛନ୍ତି ପରିଷ୍କାର ପରିଚ୍ଛନ୍ନର ପ୍ରତୀକ ।ନୂଆ ଅରୁଆ ଚାଉଳ ପିଠଉରେ ସୁନ୍ଦର ସୁନ୍ଦର ଚିତ୍ର, ପାଦପଦ୍ମ, ହାତୀ, ମୟୂର, ଶୁଆ ଏହି ସବୁର ଚିତାକୁ କାନ୍ଥରେ ବା ଚଟାଣରେ ପକାଯାଏ । ଗେରୁ ରଙ୍ଗ ହଳଦିଆ ମାଟିରେ ଲିପା ଯାଏ । ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ଘରର ଅଗଣାରେ, ଫାଟକରେ, ଦ୍ଵାର ପାଖରେ, ବାରି ଆଡ଼େ ସବୁ ଆଡ଼େ ସୁନ୍ଦର ସୁନ୍ଦର ଝୋଟି ପକାଯାଏ । ଗୁରୁବାରର ପୂର୍ବ ରାତିରୁ ମାଣ ଏବଂ ଖଟୁଲି ଆଣିକରି ଝୋଟି ପକାଯାଏ ।

ତାପରେ ଗୁରୁବାର ଦିନ ସକାଳୁ ଉଠି ସ୍ନାନ କରି ଯେଉଁଠି ପୂଜା କରାଯିବ ସେଇଠି ଝୋଟି ପକାଇ, ଆସନ ପକାଇ ସେହି ମାଣ ଆଉ ଖଟୁଲିକୁ ବସାଯାଏ ।ଏବଂ ସେଥିରେ ଦେଉଳ ଆକାର କରି ଧାନ ରଖାଯାଏ ।ତାପରେ ନୂଆ ବସ୍ତ୍ର ବା ଓଢ଼ଣୀ ଦେଇ ନାରୀ ମାନଙ୍କୁ ଯେଭଳି ସଜ୍ଜିତ କରାଯାଏ ସେହିଭଳି ସଜାଇ ରଖାଯାଏ ।

ମା ଲକ୍ଷ୍ମୀଙ୍କର ପିତ୍ତଳ ମୂର୍ତ୍ତି, ବା କୌଣସି ଫଟୋ ରଖି ସଜା ଯାଇଥାଏ । ତାପରେ ଚନ୍ଦନ, ପୁଷ୍ପ, ପଞ୍ଚ ପୂଜା ଉପଚାରରେ, ଧୂପ,ଦୀପ, ଏବଂ ନୈବେଦ୍ୟ ଦେଇ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ । ଲକ୍ଷ୍ମୀ ପୁରାଣରେ ଲେଖାଯାଇଛି ଏବଂ ମା ଲକ୍ଷ୍ମୀ ମଧ୍ୟ କହିଛନ୍ତି ମାର୍ଗଶିର ମାସର ଆଦ୍ୟ ଗୁରୁବାର ଦିନ ସକାଳୁ ଜଲଦି ଉଠିବ, ଗୋମୟ ଜଳରେ ଲିପିବ,ନୂଆ ଅରୁଆ ଚାଉଳରେ ଲକ୍ଷ୍ମୀ ଦେବୀଙ୍କର ପାଦ ପଦ୍ମ ଚିତାକୁ ଅଙ୍କାଯାଇ ପୂଜା ବିଧିରେ ନିଷ୍ଠାରେ ପୂଜା କରାଯାଏ । ଖଟୁଲୀ ଆଉ ମାଣ କୁ ରଖାଯାଏ ।

ମାଣ ଉପରେ ଶୁକ୍ଲ ଧାନକୁ ରଖାଯାଏ ଏବଂ ତିନୋଟି ଗୁଆକୁ ଲକ୍ଷ୍ମୀ ନାରାୟଣଙ୍କ ଉଦ୍ଦେଶ୍ୟରେ ରଖାଯାଇଥାଏ । ହଳଦୀ ପାଣିରେ ଧୋଇକରି ଧାନ ଉପରେ ଥୋଇବ ତାପରେ ଧାନ ମେଣ୍ଡାକୁ ଥୋଇବ । ସେହି ଧାନ ପାଖରେ ଆଖୁ, ବିଭିନ୍ନ ପ୍ରକାରର ଫଳମୂଳ, ଗେଣ୍ଡୁ ଫୁଲ ରଖାଯାଇଥାଏ ।ମାଙ୍କର ପୂଜା ନିଷ୍ଠାର ସହ କରନ୍ତୁ । ଏବଂ ମାଙ୍କ ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଏବଂ ମାଙ୍କୁ ନିଜ ଘରକୁ ଆଗମନ କରନ୍ତୁ । ମା ମହାଲକ୍ଷ୍ମୀଙ୍କର ଧ୍ୟାନ ମନ୍ତ୍ରରେ ମା ଙ୍କୁ ଧ୍ୟାନ କରନ୍ତୁ । ଓମ୍ ମହାଲକ୍ଷ୍ମୀ ବିଗ୍ମୟେ ବୈକୁଣ୍ଠ ବାସିନୀ ଧିମୟେ ତନୌ ଲକ୍ଷ୍ମୀ ପ୍ରଚୋଦେୟା ।। ଏହି ମନ୍ତ୍ର ଏବଂ ଗାୟତ୍ରୀ ମନ୍ତ୍ର ପାଠକରି ମା ଲକ୍ଷ୍ମୀଙ୍କର ଅବାହନ କରନ୍ତୁ । ତାପରେ ତିନିପ୍ରହରରେ ତିନି ଧୂପରେ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ ।

ସକାଳେ ମା ଲକ୍ଷ୍ମୀଙ୍କୁ ବାଳଭୋଗ ସମର୍ପିତ କରାଯାଏ । ଏହି ବାଳଭୋଗରେ ବିଭିନ୍ନ ପ୍ରକାରର ଫଳ ଅର୍ପଣ କରାଯାଏ । କିନ୍ତୁ କୌଣସି ପ୍ରକାର ଖଟା ଫଳ ଭୋଗରେ ଦିଆଯାଇନଥାଏ । ଦ୍ଵି ପ୍ରହରରେ ନୂଆ ଅରୁଆ ଚାଉଳରେଅନ୍ନ, ଖେଚୁଡ଼ି, ଡାଲି,ଡାଲମା, ମୂଳା ବା କୋଶଳା ଶାଗ ଭଜା, ଖଟା ମା ଙ୍କୁ ଅନେକ ପ୍ରକାରର ବ୍ୟଞ୍ଜନ ବନାଇକରି ଅର୍ପଣ କରାଯାଇଥାଏ । ଏବଂ ଏହା ସହିତ ଅନେକ ପିଠାପଣା ବନେଇ କରି ମଧ୍ୟ ମା ଙ୍କୁ ଭୋଗ ଦିଆଯାଏ ।

ପୁରୀ ଶ୍ରୀ ମନ୍ଦିରରେ ମୂଳା ଶାଗ ବା କୋଶଳା ଶାଗ ଛଡ଼ା ଆଉ କୌଣସି ଶାଗ ହୋଇନଥାଏ କାରଣ ମା ଲକ୍ଷ୍ମୀଙ୍କର ଏହି ଶାଗ ବହୁତ ପସନ୍ଦ । ଏହି ପିଠାରୁ ମଧ୍ୟ କିଛି ରଖି ମା ଙ୍କୁ ସନ୍ଧ୍ୟା ଭୋଗ ସମର୍ପିତ କରାଯାଏ । ଆରିସା କାକରା, ମଣ୍ଡା ପିଠା, ଘିଅ ପିଠା ପ୍ରସ୍ତୁତ କରାଯାଇ ମା ମହାମାୟୀଙ୍କ ଉଦ୍ଦେଶ୍ୟରେ ପରସା ଯାଇଥାଏ । ଏହିପରି ବାଳଭୋଗ, ଶଙ୍କୁଡ଼ି ଭୋଗ, ସନ୍ଧ୍ୟା ଧୂପରେ ତିନି ପ୍ରକାରରେ ମା ଙ୍କୁ ପୂଜା କରାଯାଇଥାଏ । ତାପରେ ପୁଷ୍ପାଞ୍ଜଳୀ ମନ୍ତ୍ରରେ ମା ଙ୍କୁ ପୁଷ୍ପାଞ୍ଜଳୀ ନିବେଦନ ଦିଆଯାଏ ।

ଓମ୍ ନମଃ ଦେବୀ ମହାଲକ୍ଷ୍ମୀ, ସର୍ବ ସମ୍ପଦ ଦାୟିନୀ ସର୍ବ ଦୁଃଖହାରି ଦେବୀ ଗୃହାଣ କୁସୁମାଞ୍ଜଳି ମା ମହାଲକ୍ଷ୍ମୀ ଆମର ପୁଷ୍ପାଞ୍ଜଳିକୁ ଗ୍ରହଣ କରନ୍ତୁ ତାପରେ ସ୍ତୁତି ପାଠ ମନ୍ତ୍ର ପାଠ କରି ମାଙ୍କୁ ପ୍ରସନ୍ନ କରାଯାଇଥାଏ । ଏବଂ ପରିଶେଷରେ ମାଙ୍କୁ ପ୍ରଣାମ କରାଯାଇଥାଏ । ଏହିପରି ଭାବରେ ବିଧିବିଧାନ ସହିତ, ସ୍ୱଚ୍ଛ ହୃଦୟରେ, ନିଷ୍ଠାର ସହ ମା ଲକ୍ଷ୍ମୀଙ୍କର ପୂଜାକରି ମାର୍ଗଶିର ମାସର ଗୁରୁବାର ଓଷାକୁ ପାଳନ କରାଯାଇଥାଏ ।

ମା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ବହୁତ ପ୍ରିୟ ସେଥିପାଇଁ ଗୁରୁବାର ଦିନ ପଦ୍ମ ଫୁଲ ଦେଇ ପୂଜା କରିଲେ ସୁଫଳ ମିଳିଥାଏ । ଏବଂ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ । ତା ସହିତ ଧଳା ରଙ୍ଗ ଏବଂ ନାଲି ରଙ୍ଗ ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ । ସେଥିପାଇଁ ମାର୍ଗଶିର ମାସର ଗୁରୁବାରରେ ଯେଉଁମାନେ ପୂଜା କରନ୍ତି ସେମାନେ ଧଳା କିମ୍ବା ନାଲି ରଙ୍ଗର ଲୁଗା ପରିଧାନ କରି ପୂଜା କରିଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ ।ଏହା ଥିଲା ମାର୍ଗଶିର ମାସର ଗୁରୁବାର ଦିନ ମାଣବସା ଓଷାର ସମ୍ପୂର୍ଣ ପୂଜା ବିଧି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *