Press "Enter" to skip to content

ଭାରତୀୟ ରେଳବାଇର ବଡ ନିଷ୍ପତ୍ତି! ଏବେ car ,bus ଭଳି କେହି ବି ଭଡାରେ ନେଇ ପାରିବେ ତTrain

ଆମ ଦେଶରେ ସ୍ଥାନାନ୍ତରଣ କରିବା ପାଇଁ ସ୍ଥଳ ଭାଗ, ଜଳ ଭାଗ, ଆକାଶ ଭାଗ ରହିଛି । ସ୍ଥଳ ଭାଗରେ ବାଇକ, ଅଟୋ, କାର, ଟ୍ରେନ, ସାଇକେଲ ଇତ୍ୟାଦି ଦ୍ଵାରା ଲୋକମାନେ ଯିବାଆସିବା ଏବଂ ପରିବହନ କରିଥାନ୍ତି । ଭାରତୀୟ ରେଳ ବିଭାଗରୁ ଆସିଛି ଆଉ ଏକ ବଡ ଘୋଷଣା । ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି କ୍ରମରେ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନୀ ଟ୍ରେନକୁ ଭଡାରେ ନେଇପାରିବେ । ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରଣାଳୟର ଆଲୋଚନା ହୋଇଛି ।

ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ ଚାର୍ଜ ଲଗାଇବ । ଏହି ଯୋଜନାରେ ୩୩୩୩ ଟି କୋଚ୍ ଅର୍ଥାତ ୧୯୦ ଟି ଟ୍ରେନକୁ ରେଳ ମନ୍ତ୍ରଣାଳୟ ଚିହ୍ନଟ କରିଛି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭାରତ ଗୌରବ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏହି ଟ୍ରେନ ଭାରତର ସଂସ୍କୃତି, ଐତିହ୍ୟକୁ ପ୍ରଦର୍ଶନ କରିବା ଭଳି ବିଷୟବସ୍ତୁ ଆଧାରିତ ହେବ ।

ଏନେଇ ରେଳ ବିଭାଗ ତରଫରୁ ୧୯୦ ଟି ଟ୍ରେନ ଆବଣ୍ଟିତ କରାଯାଇଛି । ରେଳମନ୍ତ୍ରୀ କହିଛନ୍ତି କି ଯଦି ଭଲ ପ୍ରତିକ୍ରିୟା ମିଳିଲେ ଏହି ଟ୍ରେନ ସଂଖ୍ୟାର ବୃଦ୍ଧି କରାଯିବ ।ଏହି ଟ୍ରେନର ପରିଚାଳନା କେବଳ ପର୍ଯ୍ୟଟନ ସ୍ଥଳ ପାଇଁ କରାଯିବ । ରେଳମନ୍ତ୍ରୀ କହିଛନ୍ତି କି, ଭାରତ ଗୌରବ ଟ୍ରେନ, ରାମାୟଣ ଟ୍ରେନ ମାଧ୍ୟମରେ ଲୋକଙ୍କୁ ଭାରତୀୟ ସଂସ୍କୃତି, ଆମର ବିବିଧତା ଓ ଐତିହ୍ୟ ସହ ପରିଚିତ କରାଇବାର ସୁଯୋଗ ମିଳିବ ।

ଏହାସହ ଆଗାମୀ ଦିନରେ ରେଳ ମନ୍ତ୍ରଣାଳୟ ଗୁରୁ କୃପା ଓ ସଫାରୀ ଟ୍ରେନ ଚଳାଇବାକୁ ଯୋଜନା କରିଛି । ସୂଚନା ମୁତାବକ ଟ୍ରେନ ଭଡାରେ ନେବା ପାଇଁ ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଏସି, ନନ୍ ଏସି ଭଳି ସମସ୍ତ କାଟାଗୋରୀର ଟ୍ରେନ ଉପଲବ୍ଧ ରହିବ । ଏହାସହ ରୁଟ ଚୟନ କରିବାର ଅଧିକାର କମ୍ପାନୀ ପାଖରେ ରହିବ । ଯାହାହେଉ ଏହି ନିଷ୍ପତି ଦ୍ଵାରା ଏକ ଭଲ କାମ ହେଲା ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବା

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *