Press "Enter" to skip to content

Shocking video ସିସିଟିଭିରେ କଏଦ୍ ହେଲା ବ୍ରହ୍ମପୁର ଜିଲ୍ଲାର ଟ୍ରାଫିକ ବ୍ୟବସ୍ଥା । ନ ମାନିଲେ ମିଳିବ ଏମିତି ଦଣ୍ଡ

ଦୁନିଆରେ ଜନ ସଂଖ୍ୟା ଯେତେ ପରିମାଣରେ ବଢୁଛି । ଯାନବାହାନ ତାଠାରୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାନବାହାନ ଚଲାଇବା ପାଇଁ ସରକାର କିଛି ନୀତିନିୟମ ବାହାର କରିଛନ୍ତି । ଏହି ନୀତିନିୟମକୁ ସୁଚାରୁ ରୂପେ ପାଳନ କରିବାକୁ ସରକାର ପ୍ରତି ସହରରେ ବଡ଼ ବଡ଼ ଛକ ମାନଙ୍କରେ ଯେଉଁଠି ତିନି ଦିଗକୁ ରାସ୍ତା ବା ଚାରି ଦିଗକୁ ରାସ୍ତା ଅଛି ସେଠାରେ କିଛି ଦୁର୍ଘଟଣା ନ ହେବା ପାଇଁ ଟ୍ରାଫିକ ପୋଲିସ୍ ମାନଙ୍କର ବ୍ୟବସ୍ଥା ରହିଛି ।

ଟ୍ରାଫିକ ପୋଲିସମାନେ ଯେଉଁଲୋକମାନେ ଆଇନ୍ ଉଲଂଘନ କରି ଗାଡ଼ି ଚଲାନ୍ତି ତାଙ୍କ ମାନଙ୍କୁ ଦଣ୍ଡ ଦେଇଥାନ୍ତି ବା ସେମାନଙ୍କ ପାଇଁ କିଛି ଜୋରିମନା ବା ଅର୍ଥଦଣ୍ଡ ବ୍ୟବସ୍ଥା କରିଥାନ୍ତି । ଆସନ୍ତୁ ଏମିତି କିଛି ଖବର ଜାଣିବା ଯେଉଁଠି ଲୋକମାନେ ଟ୍ରାଫିକ ନିୟମ ନମାନିକରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ଜିଲ୍ଲାର ଗୋଷାଣୀ ନୂଆଗାଁ ଓଭର୍ ବ୍ରିଜ ନିକଟରେ ଘଟିଛି ଏହି ଘଟଣା । ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି ଏହି ଘଟଣା । ସିସିଟିଭିରେ ଦେଖାଯାଉଛି କି ସେହି ବ୍ରିଜରେ ଗୋଟିଏ ବାଇକରେ ତିନି ଜଣ ଲୋକ ବସିକରି ଯାଉଥିଲେ । ତିନି ଜଣ ଗୋଟିଏ ବାଇକରେ ବସିବା ଆଇନ୍ ବିରୁଦ୍ଧ ଅଟେ ।

ସେଥିପାଇଁ ସେହି ବ୍ରିଜରେ ଥିବା ଟ୍ରାଫିକ ପୋଲିସ ସେହି ବାଇକ୍ ବାଲାକୁ ଅଟକେଇବା ପାଇଁ କହିଲେ କିନ୍ତୁ ବାଇକ୍ ଚାଳକ ଟ୍ରାଫିକ ପୋଲିସଙ୍କ କଥାକୁ ନମାନି ବହୁତ ସ୍ପିଡରେ ଗାଡ଼ି ଚଳାଇ ପକାଇଲେ ଏବଂ ସେହି ସମୟରେ ଟ୍ରାଫିକ ପୋଲିସ ତାଙ୍କୁ ରୋକିବା ପାଇଁ ତାଙ୍କ ବାଡ଼ିରେ ବାଡେଇଦେଲେ । ତାପରେ ମଧ୍ୟ ବାଇକ୍ ଚାଳକ ରହିଲେ ନାହିଁ । ତାପରେ କିଛି ବାଟ ଗଲା ପରେ ବାଇକ୍ ଚାଳକ ଆଉ ପଛପଟେ ବସିଥିବା ଲୋକ ବାଇକରୁ ପଡିଗଲେ । ସେମାନେ ଏବେ ଗୁରୁତର ଅବସ୍ଥାରେ ଏମ.କେ.ସି.ଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଥିପାଇଁ ଟ୍ରାଫିକ ନିୟମ ମାନିକରି ଗାଡ଼ି ଚଳାନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଭାଇରଲ ଖବରMore posts in ଭାଇରଲ ଖବର »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *