Press "Enter" to skip to content

Sadhubani ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କୁକୁର ବିଲେଇ ଭଳି ଲଢ଼ୁଥିଲେ । କରନ୍ତୁ ଏହି ଉପାୟ ବଢି ଯିବ ପ୍ରେମ ।।

ପତି ପତ୍ନୀଙ୍କ ସମ୍ପର୍କ ବହୁତ ମଜବୁତ୍ ହୋଇଥାଏ । ଦୁହିଁଙ୍କ ମଧ୍ୟରେ ଯଦି କାହାର ଟିକେ ଖରାପ ଭାବନା ରହେ ତାହେଲେ ସମ୍ପର୍କ ଖରାପ ହୋଇଯାଇଥାଏ । ସେଥିପାଇଁ ଦୁହିଁଙ୍କୁ ପ୍ରେମର ସହିତ ରହିବାକୁ ପଡ଼ିଥାଏ । ଦେଖାଯାଇଥାଏ କି ବିବାହର କିଛି ମାସ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥାଏ । ଟିକେ ଟିକେ ଝଗଡ଼ା ଲଢେଇ ତ ଚଳିବ କିନ୍ତୁ ଯଦି ପତି ପତ୍ନୀ କୁକୁର ବିଲେଇ ଭଳି ଲଢ଼ୁଥିବେ ତାହା ବହୁତ ଖରାପ ଅଟେ । ପତି ପତ୍ନୀଙ୍କ ସମ୍ପର୍କ ଖରାପ ଥିଲେ ଜଲଦି ସମାଧାନ କରନ୍ତୁ ନହେଲେ ବହୁତ କ୍ଷତି ହେବ ।

ଝଗଡ଼ା ଏତେ ବଢି ଯାଇଥାଏ ଯେ ଛାଡପତ୍ର ପର୍ଯ୍ୟନ୍ତ କଥା ଯାଇଥାଏ । ଏମିତି ସ୍ଥିତି ନ ଆସିବା ପାଇଁ ଆପଣଙ୍କୁ କିଛି ଉପାୟ ବତାଯାଉଛି । ଏହା ଦ୍ବାରା ଆପଣଙ୍କ ବୈବାହିକ ଜୀବନରୁ କ୍ଳେଶ ଦୂର ହୋଇଯାଇଥାଏ । ଏତିକି ନୁହେଁ ଏହି ଉପାୟ ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ବଢ଼ାଇ ଦେବ । ଏହି ଉପାୟ ଗୁଡ଼ିକ ହେଉଛି ।

୧) ଘିଅର ଉପାୟ ।

ଭଗବାନ ଶିବ ଏବଂ ପାର୍ବତୀଙ୍କର ଯୋଡିକୁ ଆଦର୍ଶ ପତି ପତ୍ନୀ ରୂପ ଦିଆଯାଏ । ତାଙ୍କର ପୂଜାପାଠ କରିଲେ ଦାମ୍ପତ୍ୟ ଜୀବନରେ ଖୁସି ଆସିଥାଏ ।ସେଥିପାଇଁ ସବୁଦିନ ସକାଳୁ ଉଠିକରି ଶିବ ପାର୍ବତୀଙ୍କ ମୂର୍ତ୍ତି କିମ୍ବା ଫଟୋ ସାମ୍ନାରେ ଘିଅର ଦୀପ ଜଳାଇ ପୂଜା କରିବା ଉଚିତ୍ । ଏହା ବ୍ୟତୀତ ସବୁ ଦିନ ଶିବଙ୍କର ଚାଳିଶା ପାଠ କରିବା ଉଚିତ୍ । ପୂଜା ସାରିବା ପରେ ଶିବ ପାର୍ବତୀଙ୍କ ପାଖରେ ବୈବାହିକ ଦାମ୍ପତ୍ୟ ଜୀବନ ସୁଖରେ ରହିବାକୁ ପ୍ରାର୍ଥନା କରନ୍ତୁ । ଏହି ଉପାୟକୁ ପୁରା ଶ୍ରଦ୍ଧା ଏବଂ ଭକ୍ତିର ସହ କରିଲେ ଆପଣଙ୍କର ମନୋସ୍କାମନା ପୂର୍ଣ୍ଣ ହେବ ।

୨) ହଳଦୀର ଉପାୟ ।

ଜ୍ୟୋତିଷ ଶାସ୍ତ୍ରରେ ଅଛି ଯେ କୁଣ୍ଡଳୀରେ ଗୁରୁ ଗ୍ରହ ଠିକ୍ ନଥିଲେ ବୈବାହିକ ଜୀବନରେ ଅସୁବିଧା ଆସିଥାଏ । ଏହାର ନିରାକରଣ ପାଇଁ ହଳଦୀର ଏହି ଉପାୟ କରିବା ଉଚିତ୍ । ଆପଣ ୭ ଖଣ୍ଡ ହଳଦୀକୁ ଲାଲ୍ କିମ୍ବା ହଳଦିଆ ସୂତାରେ ବାନ୍ଧି ଦିଅନ୍ତୁ । ଏହାକୁ ହାତରେ ନେଇକରି ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ । ତାପରେ ଏହି ମାଳ କୌଣସି ମନ୍ଦିରରେ ବିଷ୍ଣୁ ଦେବତାଙ୍କୁ ଅର୍ପଣ କରନ୍ତୁ ।ଏହା କରିଲେ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ ଏବଂ ଦାମ୍ପତ୍ୟ ଜୀବନରେ କୌଣସି କ୍ଳେଶ ଆସିବ ନାହିଁ ।

୩) ଗୋଲାପ ଫୁଲର ଉପାୟ ।

ଶୁକ୍ରବାର ଦିନ ମନ୍ଦିର ଯାଇକରି ଲକ୍ଷ୍ମୀ ନାରାୟଣଙ୍କର ଦର୍ଶନ କରନ୍ତୁ । ତାଙ୍କୁ ୨ଟି ଗୋଲାପ ଫୁଲ ଅର୍ପଣ କରନ୍ତୁ ।ଏହି ଉପାୟ କରିଲେ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ ।ଏହି ଉପାୟ ଉଭୟ ପତିପତ୍ନୀଙ୍କୁ ଏକାଠି କରିବା ଉଚିତ୍ କିନ୍ତୁ କେହି ଜଣେ କରିଲେ ବି ଚଳିବ । ବାସ ଏହି ଉପାୟ କରିବା ସମୟରେ ମନରେ ଶ୍ରଦ୍ଧା ଭାବ ରଖିବାକୁ ପଡ଼ିବ । ଏହା କରିଲେ ଆପଣଙ୍କୁ ଉଚିତ୍ ଫଳ ମିଳିବ ।

୪) କଦଳୀ ଗଛର ଉପାୟ ।

ପ୍ରତି ଗୁରୁବାର ଦିନ ଉଭୟ ପତିପତ୍ନୀଙ୍କୁ ମିଶିକରି କଦଳୀ ଗଛରେ ପାଣି ଢାଳିବା ଉଚିତ୍ । ଏହି ସମୟରେ ହଳଦୀ କିମ୍ବା କେଶରର ତିଳକ ଲଗାନ୍ତୁ । ଏହି କାମ ଆପଣଙ୍କୁ ହଳଦିଆ ବସ୍ତ୍ର ପିନ୍ଧିକରି କରିବାକୁ ପଡ଼ିବ । ଏହି ଉପାୟରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ । ଯଦି କୌଣସି ପୁଅ ବା ଝିଅର ବିବାହରେ କୌଣସି ଅସୁବିଧା ଆସୁଥାଏ ତାହେଲେ ଏହି ଉପାୟ କରିଲେ ଏହାର ସମାଧାନ ହୋଇଥାଏ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *