Press "Enter" to skip to content

ଗଞ୍ଜାମ, ବରହମପୁର ଅଞ୍ଚଳରେ ପୁଣି ନାରୀ ନିର୍ଯାତନା । ଥାନା ଓ କୋର୍ଟରେ ଏହିସବୁ ଅଭିଯୋଗ କଲେ ମହିଳା ।

ବିବାହ ପରେ ଜଣେ ମହିଳା ଶାଶୁଘର ଲୋକଙ୍କ ଦ୍ୱାରା ଅ-ତ୍ୟା-ଚା-ରି-ତ ହେବା ଆଜି କାଲି ପ୍ରାୟ ସାଧାରଣ ପାଲଟିଗଲାଣି। ଅନେକ କାରଣ ନେଇ ଶାଶୁଘର ଲୋକେ ଘରର ବୋହୂକୁ ନିର୍ଯାତନା ଦେଇଥାନ୍ତି। ପ୍ରତିଦିନ ଏଭଳି ଖବର ଦେଖିବାକୁ କିମ୍ବା ଶୁଣିବାକୁ ମିଳୁଛି। ନିକଟରେ ପୁଣି ଏହିଭଳି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ ସହ। ମହିଳାଙ୍କ କହିବା କଥା ଡ. ସୁମିତ କୁମାର ସାହୁ ଓ ମହିଳା ଉଭୟ ଡାକ୍ତରୀ ପାଇଁ ପ୍ରସ୍ତୁତି କରୁଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା ଓ ଉଭୟ ଏକ ସେମିନାର ରେ ଯୋଗ ଦେବାକୁ ଯାଇଥିଲେ। ସେମିନାର ସରିବା ପରେ ରାତି ହେବାରୁ ସେମାନେ ଏକ ହୋଟେଲ୍ ରେ ରହିଥିଲେ।

ସେଠାରେ ସୁମିତ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହ ଶା-ରୀ-ରି-କ ସମ୍ପର୍କ ରଖିଥିଲେ ଓ ବିବାହ ପ୍ରତିଶ୍ରୁତି ଦେଇଥିଲେ। ୭ ସେପ୍ଟେମ୍ବର,୨୦୨୦ ରେ ତାଙ୍କର ସୁମିତଙ୍କ ସହ କୋର୍ଟ ମ୍ୟାରେଜ ହୋଇଥିଲା। ବିବାହ ପରେ ଆଙ୍କୁଲି, କୁମ୍ଭାରପାଲି ରେ ସାତ ମାସ ରହିବାପରେ ସୁମିତ ନିଜ ବାପା ମା ଙ୍କୁ ବୁଝାଇବା ପାଇଁ ପୁରୀ ଯାଇ ଆଶ୍ରୟ ହୋଟେଲ୍ ରେ ପାଞ୍ଚଦିନ ରହିଥିଲେ।

ସେଠାରେ ସୁମିତଙ୍କ ବାପା ମା ସବୁକିଛି ଗ୍ରହଣ କରିନେଇ ପୁଅ ବୋହୂଙ୍କୁ ନିଜ ଘର ବରହମପୁର କୁ ନେଇଆସିଥିଲେ। ତେବେ ସେଠାରେ ପ୍ରଥମ ଦିନରୁ ହିଁ ମହିଳାଙ୍କ ପ୍ରତି ଅ-ତ୍ୟା-ଚା-ର ଆରମ୍ଭ ହୋଇଥିଲା। ଗୋଟେ ଘରେ ମହିଳାଙ୍କୁ ବନ୍ଦୀ କରି ରଖାଗଲା।

ଏପରିକି ତାଙ୍କର ଅବୋର୍ସନ୍ ମଧ୍ୟ କରିଥିଲେ। ମହିଳା ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ପଦକ୍ଷେପ ନେଇନଥିଲେ। ମହିଳା ଜଣଙ୍କ ପ୍ରଶାସନକୁ ସବୁକଥା ଜଣାଇବାପରେ ଶାଶୁଘର ଲୋକେ ଖବର ପାଇ ମହିଳାଙ୍କ ଘରକୁ ଯାଇ ୨୨ ନଭେମ୍ବରରେ ବାହାଘର କରିବାକୁ ସ୍ଥିର କରିଥିଲେ।

ବାହାଘର କାର୍ଡ ଛପାହୋଇ ବଣ୍ଟା ହୋଇଗଲା, ବାହାଘର ଦିନ ଝିଅ ବଧୂ ବେଶରେ ସଜ ହୋଇରହିଲା କିନ୍ତୁ ବରଯାତ୍ରୀ ଆସିଲାନାହିଁ। ତେବେ ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ମାମଲାରେ ମହିଳା କୋର୍ଟ ଦ୍ବାରସ୍ଥ ହୋଇଛନ୍ତି। ପୋଲିସଙ୍କ କହିବା କଥା ଏବେ କୋର୍ଟର ନିର୍ଦ୍ଦେଶରେ ହିଁ ଯାହା କରିହେବ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *