Press "Enter" to skip to content

ଭଗବାନ ଶନିଦେବଙ୍କର ୮ ଜଣ ପତ୍ନୀ ଅଛନ୍ତି । ଏମାନଙ୍କ ନାଁ ଜପ କଲେ ଆପଣଙ୍କ ଜୀବନରୁ ସବୁ କଷ୍ଟ ଦୂର ହୋଇଯିବ ।।

ଧାର୍ମିକ ମାନ୍ୟତା ଅନୁଯାୟୀ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ସେ ଆମକୁ ଆମର କର୍ମ ଅନୁସାରେ ସୁଖ ବା ଦୁଃଖ ଦେଇଥାନ୍ତି । ସମସ୍ତେ କୁହନ୍ତି କି ଶନିଦେବଙ୍କର କ୍ରୋଧ ବହୁତ ଭୟଙ୍କର ଅଟେ । ଯଦି କୌଣସି ବ୍ୟକ୍ତି ଉପରେ ସେ କ୍ରୋଧିତ ହୋଇଥାନ୍ତି ତା ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଭରି ଦିଅନ୍ତି । ଶନିଦେବଙ୍କ କ୍ରୋଧ ଶାନ୍ତ କରିବା ବହୁତ ଜଟିଳ କାମ ଅଟେ । କିନ୍ତୁ ତାଙ୍କର ୮ ଜଣ ପତ୍ନୀଙ୍କର ନାମ ଜପ କରିଲେ ତାଙ୍କ କ୍ରୋଧ ଶାନ୍ତ ହୋଇଯାଇଥାଏ ।

ଶନିଦେବଙ୍କର ୮ ଜଣ ପତ୍ନୀ ଅଛନ୍ତି ।

ବହୁତ କମ୍ ଲୋକ ଏହି କଥା ଜାଣିଥିବେ ଯେ ଶନିଦେବଙ୍କର ୮ ଜଣ ପତ୍ନୀ ଅଛନ୍ତି ।ଧାର୍ମିକ ମାନ୍ୟତା ଅନୁଯାୟୀ ଶନିଦେବଙ୍କର କ୍ରୋଧ ଶାନ୍ତ କରିବାପାଇଁ ତାଙ୍କ ପତ୍ନୀ ମାନଙ୍କର ନାଁ ଜପ କରାଯାଏ । କେବଳ ଶନିଦେବଙ୍କର କ୍ରୋଧ ଶାନ୍ତ ହୋଇନଥାଏ ବରଂ ସେ ଏତେ ଅଧିକ ପ୍ରସନ୍ନ ହୋଇଯାଇଥାନ୍ତି ଯେ ଭକ୍ତର ସବୁ କଷ୍ଟ ଦୂର କରିଦେଇଥାନ୍ତି । ଯଦି ଆପଣଙ୍କ କୁଣ୍ଡଳୀରେ ଶନିଦେବ ଖରାପ ସ୍ଥିତିରେ ଅଛନ୍ତି ବା ଆପଣଙ୍କ ଉପରେ ଶନିଦେବଙ୍କର ଖରାପ ପ୍ରଭାବ ପଡିଛି ତାହେଲେ ଆପଣ ଶନିଦେବଙ୍କର ୮ ଜଣ ପତ୍ନୀଙ୍କର ନାମ ଜପ କରି ସେଥିରୁ ମୁକ୍ତି ପାଇପାରିବେ ।

ଶନିଦେବଙ୍କର ୮ ପତ୍ନୀଙ୍କର ନାମ-

ଆପଣଙ୍କ ମଧ୍ୟରୁ ବହୁତ କମ୍ ଲୋକ ଶନିଦେବଙ୍କର ପତ୍ନୀ ମାନଙ୍କର ନାମ ଜାଣିଥିବେ । ଆସନ୍ତୁ ଜାଣିବା ଶନିଦେବଙ୍କର ୮ ଜଣ ପତ୍ନୀଙ୍କର ନାମ । ଏହି ନାମ ହେଲା- ଧ୍ୱଜିନୀ, ଧମିନୀ, କଳହପ୍ରିୟା, କଙ୍କାଳୀ, ତୁରଙ୍ଗୀ, କଣ୍ଟକୀ, ମହିଷୀ ଏବଂ ଅଜା ।

ଏହି ମନ୍ତ୍ରକୁ ଜପ କରନ୍ତୁ ।

ଶନିଦେବଙ୍କର ପତ୍ନୀଙ୍କର ନାମ ଏକ ମନ୍ତ୍ରରେ ଅଛି । ଏହି ମନ୍ତ୍ର ଆପଣ ଶନିବାର ଦିନ ଶନିଦେବଙ୍କ ସାମ୍ନାରେ ବସିକରି ଜପ କରନ୍ତୁ । ଏହାକୁ ଜପ କରିଲେ ଶନିଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିବ । ଆଉ ମଧ୍ୟ ଶନିଦେବଙ୍କର କ୍ରୋଧ ଶାନ୍ତ ହେବ । ଏହି ମନ୍ତ୍ର ହେଉଛି-

ଧ୍ଵଜିନୀ ଧାମିନୀ ଚୈବ କଙ୍କାଳୀ
କଳହପ୍ରିୟା । କଣ୍ଟକୀ କଳହି ଚାଅଥ ତୁରଙ୍ଗୀ ମହିଷୀ ଅଜା ।।
ଶନେନାର୍ମାନୀ ପତ୍ନିନାମେତାନି ସଂଜପନ୍
ପୁମାନ୍ । ଦୁଃଖାନି ନାଶୟେନ୍ନୀତ୍ୟମ୍
ସୌଭାଗ୍ୟମେଧତେ ସୁଖମ୍ ।।

ଶନିବାର ଦିନ ଧ୍ୟାନ ରଖନ୍ତୁ ଏହି ସବୁ କଥା ।

ଏହି ଦିନ ଶନିଦେବଙ୍କର ପ୍ରତିମା ଉପରେ କଳା ଟୀକା ବା ସୋରିଷ ତେଲ ଚଢ଼ାନ୍ତୁ । ଶନିବାର ଦିନ ଲୁହା, ତେଲ ଇତ୍ୟାଦି କିଣନ୍ତୁ ନାହିଁ । ବଡ଼ ଲୋକଙ୍କର ସମ୍ମାନ କରନ୍ତୁ ଏବଂ ଖରାପ ଭାଷା କୁହନ୍ତୁ ନାହିଁ ।ଶନିବାର ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

ଶନିବାର ବ୍ରତ ରଖନ୍ତୁ ।

ଶନିବାର ଦିନ ବ୍ରତ ରଖିବାର ବିଶେଷ ମହତ୍ତ୍ଵ ଅଛି । ଏହି ବ୍ରତ ରଖିବାକୁ ହେଲେ ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ଉଠୀକରି ବ୍ରତ ରଖିବାର ସଂକଳ୍ପ ନିଅନ୍ତୁ । ମାନ୍ୟତା ଅଛି କି ଶନିବାର ବ୍ରତ ପାଳନ କରିଲେ ଆପଣଙ୍କର ମନୋସ୍କାମନା ପୂର୍ଣ୍ଣ ହେବ । ଏହି ବ୍ରତ କରିଲେ କେବଳ ଶନିଦେବଙ୍କର ଖରାପ ପ୍ରଭାବରୁ ନୁହେଁ ବରଂ ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବରୁ ମଧ୍ୟ ଆପଣଙ୍କୁ ସୁରକ୍ଷା ମିଳିବ । ଏହି ବ୍ରତ କରିଲେ ସନ୍ତାନ ସୁଖ ମଧ୍ୟ ମିଳିଥାଏ ।

ଘର ପରିବାରରେ ଖୁସି ଖେଳିଯାଇଥାଏ । ଆପଣ ଏହି ବ୍ରତ କରିଲେ ସୂର୍ଯ୍ୟୋଦୟ ସମୟରେ ଶନି ପୂଜା କରିବାକୁ ପଡ଼ିଥାଏ ।ବ୍ରତ ସମୟରେ ସିଗାରେଟ, ତମ୍ବାକୁ, ଗୁଟଖା, ପାନ ଇତ୍ୟାଦି ଖାଇବା ଉଚିତ୍ ନୁହେଁ । ଏହି ଦିନରେ କଳା ଜିନିଷ ଦାନ କରିବା ଶୁଭ ହୋଇଥାଏ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ଜୀବନ ଚର୍ଚ୍ଚାMore posts in ଜୀବନ ଚର୍ଚ୍ଚା »

Be First to Comment

Leave a Reply

Your email address will not be published. Required fields are marked *