Press "Enter" to skip to content

jitiba Odisha : ସବ୍ୟଙ୍କ show ରେ କାନ୍ଦିଲେ ଏହି ଅଭିନେତ୍ରୀ କଣ ପାଇଁ କାନ୍ଦିଲେ ଜାଣନ୍ତୁ ।

ଆପଣମାନେ ସମସ୍ତେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ସିରିଏଲ୍ ସବୁ ଦେଖୁଥିବେ । ଆପଣମାନେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ସମସ୍ତ ସିରିଏଲକୁ ବହୁତ ପସନ୍ଦ କରିଛନ୍ତି । ଏବେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ୍ “ଜିତିବ ଓଡ଼ିଶା” ଲୋକମାନଙ୍କ ଠାରୁ ବହୁତ ଭଲପାଇବା ପାଉଛି । ଏହି ସିରିଏଲକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଏଲକୁ ହୋଷ୍ଟ କରୁଛନ୍ତି ସିନେ ଜଗତର ମୋଷ୍ଟ ପପୁଲାର ଆକ୍ଟର ସବ୍ୟସାଚୀ ମିଶ୍ର । ତାଙ୍କ ହୋଷ୍ଟକୁ ଦର୍ଶକମାନେ ବହୁତ ଭଲପାଇବା ଦେଉଛନ୍ତି । ଏହି ସିରିଏଲକୁ ଖେଳିବାକୁ ଆସିଛନ୍ତି ତରଙ୍ଗ ଟିଭିରେ ପ୍ରସାରିତ ସିରିଏଲ୍ ତାରାତାରିଣୀ, କୁଆଁରୀ ବୋହୂ, ମଙ୍ଗଳା ଚରଣ, ଏବଂ ଆଉ ସବୁ ସିରିଏଲର ମୁଖ୍ୟ ଅଭିନେତ୍ରୀ ମାନେ ।

ସେମାନଙ୍କ ସହିତ ସବ୍ୟସାଚୀ କିଛି କଥା ହୋଇଛନ୍ତି । କଥା ହେବା ସମୟରେ ଏମିତି କିଛି କଥା ମନେ ପଡିବା ଦ୍ଵାରା କୁଆଁରୀ ବୋହୂ ଏବଂ ତାରାତାରିଣୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ତାରିଣୀ ଆଉ ଶ୍ରଦ୍ଧା କାନ୍ଦି ପକାଇଥିଲେ । ସବ୍ୟସାଚୀ ତାରିଣୀଙ୍କୁ ପଚାରିଲେ କୋଭିଡ ଟାଇମର ଅନୁଭୂତି କଣ ତାପରେ ତାରିଣୀ କହିଥିଲେ କୋଭିଡ଼ ସମୟରେ କିଛି ଭଲ ହେଇଥିଲା ଆଉ କିଛି ଖରାପ ହୋଇଥିଲା । ମୁଁ ଘରଲୋକଙ୍କ ସହିତ ବହୁତ ଟାଇମ୍ ସ୍ପେଣ୍ଡ କରିଲି ଆଉ ଖରାପ ସମୟ ହେଲା ମୋ ବାପାଙ୍କୁ କୋଭିଡ ହୋଇଥିଲା ।

ମୁଁ ତାଙ୍କୁ ୧୫ ଦିନ ଦେଖିନି କିନ୍ତୁ ତାପରେ ସବୁ ଠିକ୍ ହୋଇଗଲା ବାପା ଭଲ ହୋଇଗଲେ । ବାପାଙ୍କ କଥା କହିବାରୁ କୁଆଁରୀ ବୋହୂ ସିରିଏଲର ଅଭିନେତ୍ରୀ ଶ୍ରଦ୍ଧା କାନ୍ଦି ପକାଇଲେ । ତାପରେ ସବ୍ୟସାଚୀ ତାଙ୍କୁ ଡାକିଲେ ଏବଂ ତାଙ୍କ ଦୁଃଖ ବାଣ୍ଟିଲେ ।ଶ୍ରଦ୍ଧା କହିଲେ ମୁଁ ଆଉ ମୋ ପାପା ରାତି ୨ ଟା ଯାଏ ଛାତ ଉପରେ ବସି ଗପୁଥିଲୁ ।

ତାପରେ ହଠାତ୍ ୩:୩୦ ବା ୪ଟା ବେଳେ ପାପା କହିଲେ ମୋତେ ଭଲ ଲାଗୁନି ।
ତାପରେ ମୁଁ ପଚାରିଲି ନିଃଶ୍ୱାସ ନେବାକୁ କଷ୍ଟ ହେଉଛି କି? ସଙ୍ଗେ ସଙ୍ଗେ ମୁଁ ପ୍ରାଇଭେଟ୍ ଆମ୍ବୁଲାନ୍ସ ବୁକ୍ କରିଲି ପାପା ସେଥିରେ ବସିକି ମେଡିକାଲ ଗଲୁ । ପାପା ସେ ଯାଏଁ ଠିକ୍ ଥିଲେ ହଠାତ୍ ତାଙ୍କର ନିଃଶ୍ୱାସ ନେବାରେ କଷ୍ଟ ହେଲା ଆମ୍ବୁଲାନ୍ସରେ ଅକ୍ସିଜେନ୍ ଦିଆଗଲା କିନ୍ତୁ କିଛି ସମୟ ପରେ ପାପା ଆମକୁ ଛାଡ଼ିକରି ସବୁଦିନ ପାଇଁ ଚାଲିଗଲେ ।

ତାପରେ ବ୍ରହ୍ମପୁର ମେଡ଼ିକାଲରେ ପହଞ୍ଚିଲା ପରେ ଡକ୍ଟର କହିଲେ ଯେ ହାର୍ଟଚୋକରେ ପାପାଙ୍କର ମୃ-ତ୍ୟୁ ହୋଇଛି । ଏହା କହି ସେ ବହୁତ କାନ୍ଦି ପକାଇଲେ । ଦର୍ଶକ ମାନେ ମଧ୍ୟ ଏହା ଶୁଣି କାନ୍ଦି ପକାଇଲେ । ଆଜି ଶ୍ରଦ୍ଧାଙ୍କ ପାପା ସିନା ତାଙ୍କ ପାଖରେ ନାହାନ୍ତି କିନ୍ତୁ ଏ ଓଡ଼ିଶାର ସମସ୍ତ ବାପା ମାନେ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *