Press "Enter" to skip to content

ନିର୍ମାଣ କାର୍ଯ୍ୟ ପାଇଁ ଖୁସି ଖବର ଶସ୍ତା ହେଲା ରଡ୍‌ ଓ cement price ଆଗକୁ ଆହୁରି କମିବ ।

କରୋନା ଯୋଗୁଁ ସମସ୍ତ ଲୋକ ବହୁତ କ୍ଷୟକ୍ଷତିର ସାମ୍ନା କରୁଛନ୍ତି । କରୋନା ମହାମାରୀ ସମୟରେ ଦରଦାମ ବୃଦ୍ଧିକୁ ନେଇ ଖାଉଟିମାନେ ବହୁତ ହନ୍ତସନ୍ତ ହେଉଥିଲେ । କିନ୍ତୁ ଏବେ ଖାଉଟି ମାନେ ସାମାନ୍ୟ ଆଶ୍ବସ୍ତୀ ଲାଭ କରିଛନ୍ତି । ତୈଳ ଦର( ପେଟ୍ରୋଲ, ଡିଜେଲ, ଏବଂ ଖାଇବା ତେଲ) ଦର ନିକଟରେ କମିଥିଲା । ଆଉ ଏବେ ଆଉ ଏକ ନୂଆ ଘୋଷଣା ଆସିଛି, ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ସାମଗ୍ରୀର ଦାମ ଶସ୍ତା ହୋଇଛି ।

ଲୁହା ଛଡ (ରଡ୍‌) କ୍ବିଣ୍ଟାଲ ପିଛା ୮୦୦-୯୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ସିମେଣ୍ଟ ବସ୍ତା ପିଛା ୫୦ ରୁ ୬୦ ଟଙ୍କା ଲେଖାଏଁ ଶସ୍ତା ହୋଇଛି । ଗୃହ ନିର୍ମାଣ ସାମଗ୍ରୀ ଦାମ ବୃଦ୍ଧି ପାଇଥିବାରୁ ଲୋକମାନେ କାମ ବନ୍ଦ କରିଦେଇଥିଲେ । ଲୋକମାନେ ରଡ୍‌, ସିମେଣ୍ଟ ଦରକୁ ଦେଖି କିଣିବାକୁ ସଙ୍କୋଚ କରୁଥିଲେ । କେବଳ ରଡ୍‌ ଏବଂ ସିମେଣ୍ଟ ନୁହେଁ ଅନ୍ୟ ସାମଗ୍ରୀ ଦାମ ମଧ୍ୟ ପୂର୍ବାପେକ୍ଷା ଶସ୍ତା ହେବାରେ ଲାଗିଛି । ଯାହା ଫଳରେ ଗ୍ରାହକଙ୍କୁ ବଡ ଆଶ୍ବସ୍ତୀ ମିଳିଛି । ଦୀପାବଳି ପୂର୍ବରୁ ଲୁହା ଛଡ ଏବଂ ସିମେଣ୍ଟ ଦାମ ଆକାଶ ଛୁଆଁ ଥିଲା ।

ସିମେଣ୍ଟ ଦାମ ୩୫୦ରୁ ଅଧିକ ଥିଲା । ସେପଟେ ରଡ୍‌ ଦାମ ମଧ୍ୟ କ୍ବିଣ୍ଟାଲ ପିଛା ୬୫୦୦ ଟଙ୍କା ପର୍ଯ୍ୟନ୍ତ ଚାଲିଯାଇଥିଲା । ଯାହାକୁ ଦେଖି ଗୃହ ନିର୍ମାଣକାରୀ ମାନେ ଚିନ୍ତାରେ ପଡ଼ି ଯାଇଥିଲେ । ଏପରି ପରିସ୍ଥିତିରେ ଘର ନିର୍ମାଣ କରିଥିବା ଅଧିକାଂଶ ଲୋକଙ୍କ ବଜେଟ୍ ପକେଟ୍‌କୁ ବାଧୁଥିଲା । ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଅନେକ ଲୋକ କାମ ମଧ୍ୟ ବନ୍ଦ କରିଦେଇଥିଲେ। ଲୋକମାନେ ନିର୍ମାଣ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବାକୁ ଅପେକ୍ଷା କରିଥିଲେ ।

ପ୍ରାୟ ୨୦ ରୁ ୨୫ ଦିନ ପରେ, ରଡ ଏବଂ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଛି । ବଜାରରେ ଏବେ ରଡ୍ କ୍ୱିଣ୍ଟାଲ ପିଛା ୫୭୦୦ ରୁ ୫୮୦୦ ଟଙ୍କାରେ ବିକ୍ରି ହେଉଛି । ଏଥିସହିତ, ସିମେଣ୍ଟ ବସ୍ତା ପିଛା ୨୯୦ ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବାଲିର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଗୋଟିଏ ହାଇଓ୍ବା ଟ୍ରିପ୍‌ ବାଲି ୪୫୦୦ ଟଙ୍କାରେ ମିଳୁଛି । ସାମଗ୍ରୀର ମୂଲ୍ୟ ହ୍ରାସ ହେତୁ ବର୍ତ୍ତମାନ ଗୃହ ନିର୍ମାଣକାରୀମାନେ ସାଧାରଣ ମୂଲ୍ୟରେ ସାମଗ୍ରୀ କିଣି ପୁନର୍ବାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗକୁ ରଡ୍‌ ସିମେଣ୍ଟ ଦାମ ଆହୁରି ମଧ୍ୟ ଶସ୍ତା ହୋଇପାରେ ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from UncategorizedMore posts in Uncategorized »

Be First to Comment

Leave a Reply

Your email address will not be published. Required fields are marked *