Press "Enter" to skip to content

ମ୍ୟୁନିସିପାଲ କର୍ମଚାରୀ ଙ୍କ ରଙ୍ଗିଲା ଗପ। ମୋ ଘରକୁ ଆସ, ବହୁତ ଏଞ୍ଜୟ୍ କରିବା।

ତୁମେ ଭାରି ସୁନ୍ଦର୍, ତୁମ ବଡ଼ିର ସାଇଜ଼ କେତେ? ତୁମ ବାପା ଭାରି ରାଗି। ତୁମ ଘରକୁ ଗଲେ ମତେ ଲାଜ ଲାଗିବ। ମୁଁ କ୍ୱାର୍ଟର ରେ ଏକୁଟିଆ ରହୁଛି। ମୋ ଘରକୁ ଆସ, ବହୁତ ଏଞ୍ଜୟ୍ କରିବା। ତୁମକୁ ବାହା ହୋଇ ହିରୋଇନ୍ କରି ରଖିବି। ନିକଟରେ ଭାଇରାଲ୍ ହୋଇଛି ଏପରି ଏକ ଅଡିଓ। ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି କଲ୍ ରେକର୍ଡ଼ିଂ। ଏହା ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲଟି ରେ ଏକ୍ସିକ୍ୟୁଟିଭ୍ ଅଫିସର୍ ଭାବେ କାର୍ଯ୍ୟ କରୁଥିବା ଜଣେ ଅଫିସର୍ ଶୁଭେନ୍ଦୁ ଜେନଙ୍କର ବୋଲି ଚର୍ଚ୍ଚା ଚାଲିଛି।

ସଂପୃକ୍ତ ଅଡିଓ ରେ ଉକ୍ତ ଅଫିସର୍ ଜଣଙ୍କ ଚାକିରି ର ଆଶା ଦେଇ ଯୁବତୀ ଙ୍କ ସହ ୪୮ ଘଣ୍ଟା ଓ ୭୨ ଘଣ୍ଟା ମଧ୍ୟରେ ଥିବା ସ୍ୱପ୍ନ ଏବଂ ଆଗାମୀ ଭବିଷ୍ୟତରେ ବିବାହ କରି କିଭଳି ପିଲା ଛୁଆ ଜନ୍ମ କରି ଜୀବନକୁ ଉପଭୋଗ କରିବେ ସେ ନେଇ ଅନେକ ରୋମାଣ୍ଟିକ ଆଲୋଚନା କରୁଛନ୍ତି। ଆଉ ଅନ୍ୟପଟେ ଯୁବତୀ ଜଣଙ୍କ ମଧ୍ୟ ପ୍ରତ୍ୟେକ କଥାରେ ହଁ ଭରି ସମର୍ଥନ ଜଣାଇଥିବା ଶୁଣିବାକୁ ମିଳୁଛି।

ଅଫିସର ଜଣଙ୍କ କହିଛନ୍ତି ଯିଏ ମୋ ଲାଇଫ ପାର୍ଟନର ହେବ ସେ ମତେ ବୁଝିପାରୁଥିବା ଦରକାର। ସବୁବେଳେ ଷ୍ଟାଇଲ ମେଣ୍ଚେନ୍ କରିପାରୁଥିବା ଦରକାର। ବିବାହ ପରେ ୩-୪ ବର୍ଷ ପର୍ଯ୍ୟନ୍ତ ଜୀବନ ଉପଭୋଗ କରିବା ପରେ ଗୋଟିଏ ଛୁଆ ଦରକାର। ଆଉ ଏସବୁ କଥାରେ ଯୁବତୀ ଜଣକ ହଁ ଭରୁଥିଲେ।

ଅଫିସର କହିଛନ୍ତି ମୁଁ ଜଣେ ବହୁତ୍ ରଙ୍ଗିଲା ମଣିଷ। ମୁଁ ନିଜେ ଷ୍ଟାଇଲ ରେ ରୁହେ ଆଉ ମୁଁ ଚାହେଁ ଯେ ମୋ ପାର୍ଟନର ମଧ୍ୟ ଷ୍ଟାଇଲିସ୍ ରହୁ। ତମେ ଏବେଠାରୁ ନିଜ ବଡ଼ି କୁ ମେଣ୍ଚେନ୍ କରିକୁ ରଖ। ବେଶୀ ଗ୍ରୋଥ ହେଲେ ଭଲ ଲାଗିବନି। ତେବେ ପ୍ରକୃତରେ ଅଫିସର ବାବୁ ଜଣଙ୍କ ବିବାହିତ। ତାଙ୍କର ସ୍ତ୍ରୀ ଓ ପିଲା ମଧ୍ୟ ଅଛନ୍ତି। ଏହି ଅଡିଓ ଭାଇରାଲ୍ ହେବା ପରେ ଉକ୍ତ ଅଫିସରଙ୍କ ସହ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନିଆଯାଇଥିଲା।

ଅଫିସର ଜଣଙ୍କ ଏହା ଶୁଣିଲା ପରେ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିବା ସହ ରାଜନୈତିକ ଉଦ୍ଦେଶ୍ୟ ଓ ମ୍ୟୁନିସିପାଲଟି କାର୍ଯ୍ୟାଦେଶ ପ୍ରଦାନ ନ କରିବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବିରୋଧ ରେ କେହି ଅପପ୍ରଚାର କରୁଥିବା କଥା ସେ ସ୍ପଷ୍ଟୀକରଣ ଦେଇଛନ୍ତି। ନିକଟରେ ତାଙ୍କର ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଛି। ସେ କହିଛନ୍ତି ଯେ ଅନେକ ଲୋକଙ୍କ ପ୍ରୋଜେକ୍ଟ କୁ ମୁଁ କାର୍ଯ୍ୟାଦେଶ ଦେଇନାହିଁ। ତେଣୁ ମତେ ବଦନାମ କରିବା ପାଇଁ ଏସବୁ ହେଉଛି ତାଙ୍କ ଷଡଯନ୍ତ୍ର। ମତେ ଫସାଇବା ପାଇଁ ମୋ ନାମରେ ମିଛ ହାଓଲିଂ କରୁଛନ୍ତି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *