Press "Enter" to skip to content

ଗଣମାଧ୍ୟମ ସାମ୍ନାରେ କାହିଁକି ମୁହଁ ଖୋଲୁନାହାନ୍ତି ପରିବାର ଲୋକେ ରାଧେଙ୍କ ଘରୁ ମିଳିଥିବା ବ୍ୟାଗ କଣ ସତରେ ମମିତାଙ୍କର ନୁହେଁ

ଗଣମାଧ୍ୟମ ଆଗରେ କାହିଁକି ମୁହଁ ଖୋଲୁନାହାନ୍ତି ପରିବାର ଲୋକେ? ରାଧେଙ୍କ ଘରୁ ମିଳିଥିବା ବ୍ୟାଗ୍ ଟି କ’ଣ ସତରେ ମମିତାଙ୍କର ନୁହେଁ? ଏନେଇ ସ୍ପଷ୍ଟ କରିଛନ୍ତି କି ପରିବାର ଲୋକେ? ବ୍ୟାଗ୍ ଭିତରୁ ମିଳିଥିବା ମୋବାଇଲ କି ଡ୍ରେସ୍ ମମିତାଙ୍କର ନୁହେଁ କି? ଯଦି ଏହା ମମିତାଙ୍କର ନୁହେଁ ତେବେ ଆଉ କାହାର? ନା ମମିତାଙ୍କ ଭଳି ଆଉ କୌଣସି ଝିଅର ଏହି ବ୍ୟାଗ୍? ବ୍ୟାଗ୍ ଭିତରୁ ମିଳିଥିବା ମୋବାଇଲ ଓ ତିନି ହଳ ଡ୍ରେସକୁ ନେଇ ବଢୁଛି ସସପେନ୍‌ସ୍‌।ମମିତାଙ୍କ ପରିବାର ଲୋକଙ୍କୁ ଝିଅର ସୁନା ଚେନ ଓ ପାଉଁଜି ହସ୍ତାନ୍ତର କରିଛି ପୋଲିସ୍।

ଉକ୍ତ ପାଉଁଜି ଓ ସୁନା ଚେନକୁ ଷ୍ଟାଡିୟମ୍ ଭିତରୁ ଜବତ କରିଥିଲା ପୋଲିସ୍। ମିଳିଥିବା ସୁନା ଚେନ ଓ ପାଉଁଜି କୁ ମମିତାଙ୍କ ପରିବାର ଲୋକେ ନିଜ ଝିଅର ବୋଲି ଚିହ୍ନଟ କରିବା ପରେ ତାହା ତାଙ୍କ ହାତକୁ ହସ୍ତାନ୍ତର କରାଯାଇଥିଲା। ପରମ୍ପରା ରକ୍ଷା କରିବାକୁ ଦାହ ସଂସ୍କାର ପାଇଁ ମମିତାଙ୍କ ଶରୀରର କିଛି ଅଂଶାବଶେଷ ମଧ୍ୟ ପରିବାର ଲୋକଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି। ଏହି ସବୁ ମଧ୍ୟରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେ ଘରୁ ମିଳିଥିବା ବ୍ୟାଗ୍ କୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ।

ପୋଲିସ ର ସୂଚନା ଅନୁଯାୟୀ ଏହି ବ୍ୟାଗ୍ ମମିତାଙ୍କର ନୁହେଁ କିମ୍ବା ବ୍ୟାଗ୍ ଭିତରୁ ମିଳିଥିବା ମୋବାଇଲ ମଧ୍ୟ ମମିତାଙ୍କର ନୁହେଁ। ତେବେ ଯଦି ଏହି ସବୁ ଜିନିଷ ମମିତାଙ୍କର ନୁହେଁ, ତାହେଲେ ଏହି ବ୍ୟାଗ୍ କାହାର? ବ୍ୟାଗ୍ ଭିତରୁ ମିଳିଥିବା ମୋବାଇଲ କାହାର? ମିଳିଥିବା ତିନି ହଳ ମହିଳା ଡ୍ରେସ୍ କାହାର? ଏସବୁ ପ୍ରଶ୍ନକୁ ନେଇ ବଢୁଛି ସନ୍ଦେହ। କାରଣ ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାନ୍ତି ପରିବାର ଲୋକେ। ଯାହା କହୁଛି, ପୋଲିସ କହୁଛି।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *