Press "Enter" to skip to content

E-Shrama Card Update: ଏହି ତାରିଖରେ ଇ-ଶ୍ରମ କାର୍ଡ ହିତାଧିକାରୀଙ୍କୁ ମିଳିବାକୁ ଯାଉଛି ଏତିକି ଟଙ୍କା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ଇ-ଶ୍ରମ ଯୋଜନା ଅନ୍ୟତମ। ଏହି କାର୍ଡ ପ୍ରାୟତଃ ସମସ୍ତ ଦେଶବାସୀ କରିସାରିଲେଣି। ଯଦି ଆପଣ କରିନାହାନ୍ତି ତେବେ ଯଥାଶୀଘ୍ର କରିନେବା ଆବଶ୍ୟକ। କାରଣ ଇ-ଶ୍ରମ କାର୍ଡ ରେ ମିଳିବାକୁ ଯାଉଛି ଅନେକ ସୁବିଧା। ବର୍ତମାନ ଇ-ଶ୍ରମ କାର୍ଡକୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେ ଯେଉଁମାନେ ଇ-ଶ୍ରମ କାର୍ଡ ଆବେଦନ କରିଛନ୍ତି ସେମାନଙ୍କୁ ମିଳିବାକୁ ଯାଉଛି ୫୦୦୦ କିମ୍ବା ୧୦,୦୦୦ ଟଙ୍କା।

ତେବେ ଇ-ଶ୍ରମ କାର୍ଡକୁ ନେଇ କେନ୍ଦ୍ର ସରକାର ଯେତିକି ଗୁରୁତ୍ବ ଦେଇନାହାନ୍ତି ତା’ଠାରୁ ଅଧିକ ଗୁରୁତ୍ବ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଲୋକମାନେ ଦେଉଛନ୍ତି। ସେମାନଙ୍କ ମିଛ ପ୍ରଚାର ପାଇଁ ଆଜି ଅନେକ ଲୋକେ ସନ୍ଦେହରେ ରହିଛନ୍ତି। ପ୍ରକୃତରେ ଇ-ଶ୍ରମ କାର୍ଡରେ ୫୦୦୦ କିମ୍ବା ୧୦,୦୦୦ ଟଙ୍କା ମିଳିବା ଖବର ସମ୍ପୂର୍ଣ୍ଣ ମିଛ। କେନ୍ଦ୍ର ସରକାର ତରଫରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ତେବେ ଇ-ଶ୍ରମ କାର୍ଡରେ କେବଳ ଦୁଇ ଲକ୍ଷ ଟଙ୍କାର ଜୀବନବୀମା ମିଳିପାରିବ।

ତେବେ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ କୁ ଆୟୁଷ୍ମାନ ଯୋଜନା ସହ ସଂଯୋଗ କରାଇ ସାରିଛନ୍ତି। ତେଣୁ ଏହି ଯୋଜନା ଅଧୀନରେ ତାଙ୍କୁ ମାଗଣା ଚିକିତ୍ସା ମଧ୍ୟ ମିଳିପାରିବ। ଇ-ଶ୍ରମ କାର୍ଡ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧। ଆୟୁଷ୍ମାନ ଯୋଜନା ଓଡ଼ିଶା ରେ ଲାଗୁ ହୋଇନାହିଁ। ତେଣୁ ବର୍ତମାନ ଓଡ଼ିଶାର ଲୋକେ ଆୟୁଷ୍ମାନ ଯୋଜନାର ସୁବିଧା ପାଇ ପାରିବେ ନାହିଁ। କିନ୍ତୁ ଇ-ଶ୍ରମ କାର୍ଡରେ କୌଣସି ପ୍ରକାର କିସ୍ତି ମିଳିବାକୁ ଯାଉନାହିଁ। ଏହା ସମ୍ପୂର୍ଣ୍ଣ ମିଛ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ।

ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *