Press "Enter" to skip to content

BJD Party News : ଭବିଷ୍ୟ ବାଣୀ କଲେ ପ୍ରଦୀପ ମାଝି BJD କରିବା 30 ବର୍ଷ ଶାସନ

ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ଦଳ ଶାସନ କରୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ସବୁଠାରେ ପ୍ରସିଦ୍ଧ ବିଜେଡି ଦଳ । ଏହାର ମୁଖ୍ୟ ନବୀନ ପଟ୍ଟନାୟକ ଅଟନ୍ତି । ନବୀନଙ୍କ ତତ୍ତ୍ଵାବଧାନରେ ଚାଲିଛି ବିଜେଡି ଦଳ । ଗାଁ ଗାଁ ରେ ପୂଜା ପାଉଛନ୍ତି ନବୀନ ବାବୁ । ନବୀନ ବାବୁ ବହୁତ କିଛି ବ୍ୟବସ୍ଥା କରୁଛନ୍ତି ଓଡ଼ିଶାବାସୀଙ୍କ ପାଇଁ । ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବ ନବୀନ ସରକାର ଅଟନ୍ତି ।

ନବୀନ ବାବୁଙ୍କ ଶାସନରେ ସମସ୍ତେ ପ୍ରାୟ ଖୁସି ଅଛନ୍ତି । ସେ ଗାଁ ସହରର ପ୍ରତି ଲୋକଙ୍କ ମନରେ ସତେ ଯେମିତି ଏକ ଜାଗା ତିଆରି କରି ସାରିଲେଣି । ତାଙ୍କ ପାର୍ଟିରେ ଜଏନ କରିବାକୁ ସବୁ ଦଳଙ୍କର ଇଚ୍ଛା । ପ୍ରାୟ ନେତା ନିଜ ଦଳ ଛାଡ଼ି ବିଜେଡି ଦଳରେ ମିଶୁଛନ୍ତି । କଂଗ୍ରେସ ନେତା କଣ କହୁଛନ୍ତି ବିଜେଡି ଦଳ ବିଷୟରେ ଆସନ୍ତୁ ଜାଣିବା ।

ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ଶ୍ରୀ ମାଝୀ କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ। ଲୋକମାନଙ୍କ ପାଇଁ ବିଜେଡ଼ି ନେତା ଗାଁରେ ଯେମିତି କାମ କରୁଛନ୍ତି ଏବଂ ଯୋଜନା କରିଛନ୍ତି କେବଳ ସେଇଥି ପାଇଁ ଲୋକମାନେ ବିଜୁ ଜନତା ଦଳକୁ ହିଁ ଭୋଟ୍‌ ଦେବେ ବୋଲି ପ୍ରଦୀପ କହିଛନ୍ତି।ବିକାଶ ପାଇଁ ଏବଂ ନିଜର ଯୋଜନା ପାଇଁ ସାରା ଦେଶରେ ନବୀନ ବାବୁ ରେକର୍ଡ କରିବେ ।

ଏହାସହ ସେ କହିଛନ୍ତି, ଦୀର୍ଘ ୨୦ ବର୍ଷରୁ ଅଧିକ ହେବ କଂଗ୍ରେସ ଶାସନ କ୍ଷମତାରେ ନାହିଁ କିନ୍ତୁ ଦଳରେ ୭୦ ରୁ ୮୦ ପ୍ରତିଶତ ଲୋକ ଲୋକଙ୍କ ପାଇଁ କାମ କରୁଛନ୍ତି । ଏବଂ କଂଗ୍ରେସ ମଧ୍ୟ ଆଗକୁ ଶାସନ ଭାର ଗ୍ରହଣ କରିବ ବୋଲି କିଛି ଚାନ୍ସ ନାହିଁ ।

ଆମ ଅଂଚଳର ବିକାଶ ପାଇଁ ବିଜେଡି ଦଳକୁ କହିବି ତାପରେ ବିଜେଡିରେ ସାମିଲ ହେବି। ପ୍ରେସମିଟ୍‌ରେ ପ୍ରଦୀପ କହିଛନ୍ତି କଂଗ୍ରେସରେ ଥିବା ବେଳେ ମତେ ଅନେକ କିଛି ଦଳ ଦେଇଛି।ରାଜନୀତିରେ ଦଳ ପରିବର୍ତ୍ତନ କିଛି ବଡ଼କଥା ନୁହେଁ। ଯେଉଁ ନେତାମାନେ ଚାହିଁବେ ସେମାନେ ଯେକୌଣସି ଦଳକୁ ଯାଇପାରେ। ଏଥିରେ କିଛି ନୂଆ କଥା ନାହିଁ। ସମସ୍ତେ ଦଳ ପରିବର୍ତ୍ତନ କରିଛନ୍ତି।

ମୁଁ ମୋ ରାଜନୈତିକ କ୍ୟାରିୟର କଂଗ୍ରେସ ଦଳରୁ ହିଁ ଆରମ୍ଭ କରିଥିଲି। ହେଲେ ମୋ ପରିବାର ବିଜେଡି ଏବଂ ଜନତା ଦଳରେ ଦୀର୍ଘଦିନ ଧରି କାମ କରୁଥିଲେ। ଆଉ ଏବେ ମୁଁ ବିଜେଡ଼ିରେ ସାମିଲ ହେବାକୁ ଯାଉଛି । ଯେଉଁମାନଙ୍କ ଚିନ୍ତାଧାରା ଆମ ସହ ମିଶିବ ସେମାନେ ବିଜେଡ଼ିରେ ଯୋଗ ଦେବେ ।

ବିଜେଡ଼ି ନେତାମାନେ ମୋ ସହ ପୂର୍ବରୁ ୭ ରୁ ୮ ଥର ଆଲୋଚନା କରିଛନ୍ତି। ଏହା ପରେ ମୁଁ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେବାକୁ ଯାଉଛି ବୋଲି ପ୍ରଦୀପ କହିଛନ୍ତି। ପଂଚାୟତ ଓ ପୌରପାଳିକା ନିର୍ବାଚନରେ ବିଜେଡି ଦଳ ଭଲ କରିବ ବୋଲି ପ୍ରଦୀପ ପୂର୍ବାନୁମାନ କରିଛନ୍ତି ।

ଆମେ ଦଳରେ ସାମିଲ ହେବା ପରେ ଆମ ଅଂଚଳର ବିକାଶ ପାଇଁ ଅନୁରୋଧ କରିବୁ। ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବିକାଶ କରିବା ପାଇଁ ଆମେ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ଏହାସହ କଂଗ୍ରେସ ଦଳରୁ ଆମେ ଇସ୍ତଫା ଦେଇସାରିଛୁ, ତେଣୁ ସେ ଦଳ ସମ୍ପର୍କରେ ଚିନ୍ତା ନକରି କେମିତି ବିଜେଡିରେ ଯୋଗ ଦେବୁ ସେନେଇ କାମ କରୁଛି ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ । ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

More from BREAKING NEWSMore posts in BREAKING NEWS »
More from ରାଜନୀତିMore posts in ରାଜନୀତି »

Be First to Comment

Leave a Reply

Your email address will not be published. Required fields are marked *